“ଦିୟା ଔର୍ ବାତି ହମ୍”ର ଅଭିନେତ୍ରୀ ଦୀପିକା କଳାକାର ଅନସ୍ ରସିଦଙ୍କୁ ଏକ ଚାପୁଡ଼ା ମାରିଥିଲେ ! ଜାଣନ୍ତୁ କଣ ଅଟେ କାରଣ…

“ଦିୟା ଔର୍ ବାତି ହମ୍”ର ଅଭିନେତ୍ରୀ ଦୀପିକା କଳାକାର ଅନସ୍ ରସିଦଙ୍କୁ ଏକ ଚାପୁଡ଼ା ମାରିଥିଲେ ! ଜାଣନ୍ତୁ କଣ ଅଟେ କାରଣ…

ଷ୍ଟାର୍ ପ୍ଲସର ଟିଭି ଶୋ ‘ଦିୟା ଔର୍ ବାତି ହମ୍’ ଏକ ସମୟର ସବୁଠାରୁ ହିଟ୍ ଶୋ’ ଥିଲା । ଏହି ଧାରାବାହିକ ମହିଳା ମାନଙ୍କ ଉଥ୍ହାନ ଥିମରେ ଆଧାରିତ ଥିଲା । ଶୋ’ରେ ମୁଖ୍ୟ ଭୂମିକାରେ ଦୀପିକା ସିଂହ ଅର୍ଥାତ ସନ୍ଧ୍ୟା ରାଠୀ ଥରେ ନିଜ ସହ କଳାକାର ଅନସ୍ ରସିଦ୍ ଅର୍ଥାତ ସୁରଜ୍ ରାଠୀଙ୍କୁ ସମ୍ପୂର୍ଣ୍ଣ ୟୁନିଟ୍ ସମ୍ମୁଖରେ ଜୋରଦାର୍ ଚାପୁଡ଼ା ଟିଏ ମାରିଥିଲେ । ଏହି ମାମଲା ବହୁତ ଗମ୍ଭୀର ହୋଇଯାଇଥିଲା ଏବଂ ଯେତେବେଳେ ଦର୍ଶକଙ୍କୁ ଏହା ବିଷୟରେ ଜଣାପଡ଼ିଥିଲା ସେତେବେଳେ ଶୋ’ର ଟିଆରପି ତଳକୁ ଖସି ଯାଇଥିଲା ।

ବାସ୍ତବରେ ଏକ ଇଣ୍ଟିମେଟ୍ ସୁଟ୍ ସମୟରେ ଅନସ୍ ପ୍ରଡକ୍ସନ୍ ତରଫରୁ କରାଯାଇଥିବା କ୍ୟୁକୁ ମିସ୍ କରିଦେଲେ ଏବଂ ପଛରୁ ଧରିଦେବା ଯୋଗୁଁ ସେ ଦୀପିକାଙ୍କୁ ସାମ୍ନାରୁ ଧରି ପକାଇଲେ । ଏହାପରେ ଦୀପିକା ଦୁବିଧାରେ ପଡ଼ିଗଲେ । ଏହି ଘଟଣାରୁ ସେ ବହୁତ ଚିନ୍ତିତ ହୋଇ ଯାଇଥିଲେ ଏବଂ ସେହି ସମୟରେ ସେ ଅନସଙ୍କୁ ଏକ ଚାପୁଡ଼ା ମାରି ଦେଇଥିଲେ ଏବଂ ଶୁଟିଂ ସମୟରେ ସେ ଚିତ୍କାର କରି ଉଠିଥିଲେ । ଶୁଟିଂ ସମୟରେ ଦୀପିକା ଅନସଙ୍କ ଭୁଲ ବୁଝାମଣା ଯୋଗୁଁ ସେଠାରେ ଉପସ୍ଥିତ ଲୋକଙ୍କୁ ଅନୁଭବ ହୋଇ ଯାଇଥିଲା ଯେ ଏହି ମାମଲା ବହୁତ ଗମ୍ଭୀର ହୋଇ ସାରିଛି । ପ୍ରଡକ୍ସନ୍ ଦଳ ଏହି ମାମଲାକୁ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ।

ଯଦିଓ ଏକ ସୂତ୍ରରୁ ଜଣାପଡ଼ିଛି ଦୀପିକା କନିକା ମହେଶ୍ୱରୀଙ୍କୁ ସବୁକଥା କହିଥିଲେ । ସେ ତାଙ୍କ ସହିତ ବହୁତ ସମୟ ଧରି କଥାବାର୍ତ୍ତା କରିଥିଲେ । କିଛି ଲୋକ ଏହା ମଧ୍ୟ କହିଥିଲେ ଯେ କନିକା ମହେଶ୍ଵରୀ ଦୀପିକାଙ୍କୁ ଏହି ପରାମର୍ଶ ଦେଇଥିଲେ ଯେ ଅନସଙ୍କୁ ଦୁର୍ବ୍ୟବହାର ପାଇଁ ଚାପୁଡ଼ା ମାରି ଦେଇଥିଲେ ।

ପରେ ଦୀପିକା ଏକ ଇଣ୍ଟରଭିୟୁରେ କହିଥିଲେ ଯେ ଅନସ୍ ଓ ପ୍ରଫେସନାଲ୍ ଅଟୁ ଏବଂ ଆମେ ଆମର ସମସ୍ତ ଭୁଲ୍ ବୁଝାମଣା ଦୂର କରି ନେଇଛୁ । ସେ ଏହା ମଧ୍ୟ କହିଥିଲେ ଯେ ଯାହାହେଉ ସାନ୍ଧ୍ୟା ଏବଂ ସୁରଜଙ୍କ ଚରିତ୍ରରୁ ଆମେ ଦୁହେଁ ସମସ୍ତ ଭୁଲ ଧାରଣା ସଫା କରିଛୁ ।

ସେପଟେ ଯଦି ଆଲୋଚନା କରିବା ଅନସଙ୍କ ବିଷୟରେ ତେବେ ସେ ସନ୍ଧ୍ୟାଙ୍କ ସମସ୍ତ କଥାକୁ ମନା କରି କହିଥିଲେ ଯେ “ବଞ୍ଚାଇ ନେଇଛନ୍ତି, ମାଇ ଫୁଟ୍, ଆମ ଶୋ’ର ଟିଆରପି ସେହି ଦିନ ଠାରୁ ଖସିବାକୁ ଲାଗିଲା ଯେତେବେଳେ ଠାରୁ ସେ ଭୁଲ୍ ଚାପୁଡ଼ା ଭଳି ଘଟଣା ଘଟିଥିଲା । ଆମେ ସେହି କଥାକୁ ସେଠାରେ ଶେଷ କରି ପାରିଥାନ୍ତୁ, ଆମ ମଧ୍ୟରେ କିଛି ଠିକ୍ ହୋଇ ନାହିଁ । “ଶୋ’ର ମୁଖ୍ୟ ଯୋଡ଼ି ମଧ୍ୟରେ ଗତ କିଛି ଦିନରୁ ଝଗଡା ଚାଲୁଥିଲା । ଶୋ’ ଶେଷ ହେବାପରେ ଶୋ’ ସମୟରେ ମଧ୍ୟ ଏ ଦୁହେଁ ପରସ୍ପର ସହ କଥାବାର୍ତ୍ତା କରୁନଥିଲେ । ଏବଂ ଶୋ ପରେ ମଧ୍ୟ ସେମାନେ ଦେଖା କଲେ ନାହିଁ ଏବଂ ଏବଂ ଏହି ଚାରି ବର୍ଷ ମଧ୍ୟରେ ପରସ୍ପର ସହିତ ଦେଖା ମଧ୍ୟ କରିନାହାନ୍ତି ।

Leave a Reply

Your email address will not be published. Required fields are marked *