ହ୍ରାସ ପାଉଛି କରୋନା ସଂକ୍ରମିତ ମାମଲା ! ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୨,୭୨୭ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ

ହ୍ରାସ ପାଉଛି କରୋନା ସଂକ୍ରମିତ ମାମଲା ! ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୨,୭୨୭ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟାରେ ଦେଶରେ କରୋନା ଭାଇରସ୍‌ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୩.୬୨ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୪,୧୨୦ ରହିଥିବା ଜଣାପଡ଼ିଛି । ଗତକାଲି ତୁଳନାରେ ଏହି ମାମଲା ସାମାନ୍ୟ ହ୍ରାସ ଘଟିଛି । ଗତକାଲି କରୋନାର ୩ ଲକ୍ଷ ୨୯ ହଜାର ୯୪୨ ନୂଆ ମାମଲା ସାମ୍ନାକୁ ଆସିଛି ଥିବା ବେଳେ ୩୮୭୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୬୨,୭୨୭ କରୋନା ଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪,୧୨୦ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୩୭,୦୩,୬୬୫ ଓ ମୃତ୍ୟୁସଂଖ୍ୟା ୨,୫୮,୩୧୭ରେ ପହଞ୍ଚିଛି ।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨,୧୮୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୧,୯୭,୩୪,୮୨୩ରେ ପହଞ୍ଚିଛି ।

ଏହା ବ୍ୟତୀତ, ବର୍ତ୍ତମାନ ସୁଦ୍ଧା ଦେଶରେ ସମୁଦାୟ ମହାମାରୀ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୧୦,୫୨୫ ।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୭,୭୨,୧୪,୨୫୬ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୧୨ ତାରିଖ ସୁଦ୍ଧା ସମୁଦାୟ ୩୦,୯୪,୪୮,୫୮୫ ନମୁନା ପରୀକ୍ଷା ସଂପୂର୍ଣ୍ଣ କରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୬୪,୫୯୪ଟି ନମୁନା ।

ଦେଶରେ କରୋନା ଟୀକା ଅଭିଯାନ ଦ୍ରୁତ ବେଗରେ ଚାଲିଛି । ଅନେକ ରାଜ୍ୟ ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଲୋକଙ୍କୁ କରୋନା ଟୀକା ଦେବା ଆରମ୍ଭ କରି ହୋଇଯାଇଛି । ସରକାରଙ୍କ ଅନୁସାରେ କୋବିଡ୍-19 ଟୀକାର ୧୭.୨୬ କୋଟି ଡୋଜ୍ ଲଗାଯାଇଛି ।

Leave a Reply

Your email address will not be published. Required fields are marked *