କରୋନାରେ ପୀଡିତ ଜୀବିତ ବ୍ୟକ୍ତିଙ୍କୁ ଦେଲେ ମୃତ୍ୟୁ ପ୍ରମାଣ ପତ୍ର ! ପତ୍ନୀ କହିଲେ ସେ ମୋ ସ୍ୱାମୀ ନୁହଁନ୍ତି…

କରୋନାରେ ପୀଡିତ ଜୀବିତ ବ୍ୟକ୍ତିଙ୍କୁ ଦେଲେ ମୃତ୍ୟୁ ପ୍ରମାଣ ପତ୍ର ! ପତ୍ନୀ କହିଲେ ସେ ମୋ ସ୍ୱାମୀ ନୁହଁନ୍ତି…

ଏଭଳି ପ୍ରଥମଥର ନୁହଁ ବିହାରରେ ସ୍ୱାସ୍ଥ୍ୟ ବିଭାଗର ଖବର ଆମେ ଶୁଣି ନଥିବା । ବାସ୍ତବରେ ନିଜ କାରନାମା ପାଇଁ ପ୍ରଥମେ ବିହାରର ସ୍ୱାସ୍ଥ୍ୟ ବିଭାଗ ଚର୍ଚ୍ଚିତ ହୋଇସାରିଛି । ଆପଣଙ୍କୁ କହିରଖୁଛୁ ଯେ, ପାଟନା ମେଡ଼ିକାଲ୍ କଲେଜ ହସ୍ପିଟାଲ୍ (PMCH)ରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଅଛି । ବାସ୍ତବରେ ଏଠାରେ ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷିତ କରିଦିଆଯାଇଛି ଏବଂ ତାଙ୍କର ମୃତ୍ୟୁ ପ୍ରମାଣ ପତ୍ର ମଧ୍ୟ ବାହାର କରିଦିଆଯାଇଛି । ବାସ୍ତବରେ (PMCH)ର ଜଣେ ଚିକିତ୍ସକ କହିଛନ୍ତି ଯେ, ବାଢ଼ ଥାନାର ମୋହମ୍ମଦପୁରର ନିବାସୀ ଚୁନ୍ନୁ କୁମାରଙ୍କୁ ବ୍ରେନ୍ ହେମରେଜେଆ ପରେ ଏପ୍ରିଲ ୯ ତାରିଖରେ (PMCH)ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ସମୟରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା, ଯେଉଁଥିରେ ସେ ପଜିଟିଭ୍ ଥିବାର ଜଣା ପଡ଼ିଥିଲେ । ଏହାପରେ କରୋନା ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଚିକିତ୍ସା ଆରମ୍ଭ କରି ଦିଆଯାଇଥିଲା । କିନ୍ତୁ ଏହା ପରର ମାମଲା ଆହୁରି ଆଶ୍ଚର୍ଯ୍ୟଜନକ ଅଟେ ।

ଆପଣଙ୍କୁ କହିରଖୁଛୁ ଯେ, ହସ୍ପିଟାଲ୍ ପ୍ରଶାସନ ଦ୍ୱାରା ରବିବାର ଦିନ ତାଙ୍କ ଭାଇ ଏବଂ ପତ୍ନୀଙ୍କୁ ଏହି ସୂଚନା ପ୍ରଦାନ କରାଯାଇଥିଲା କି ଚୁନ୍ନୁ କୁମାରଙ୍କର ଦେହାନ୍ତ ହୋଇସାରିଛି । ଏଥିସହ ମୃତ୍ୟୁ ହେବାପରେ ଶବକୁ ହଟାଇବା ତତ୍ପରତାରେ ହସ୍ପିଟାଲ୍ ପ୍ରଶାସନ ଦ୍ୱାରା ବ୍ୟକ୍ତିଙ୍କର ଶବକୁ ସିଲ୍ ପ୍ୟାକେଆ କରି ଦିଆଯାଇଥିଲା ଏବଂ ଚୁନ୍ନୁ କୁମାରଙ୍କର ଭାଇ ମନୋଜ କୁମାରଙ୍କୁ ଦେଇ ଦିଆଗଲା । ଏହାପରେ ମୃତ୍ୟୁ ପ୍ରମାଣ ପତ୍ର ମଧ୍ୟ ଦାଖଲ କରି ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ପ୍ରଶାସନର ଉପସ୍ଥିତିରେ ଶବର ଅନ୍ତିମ ସଂସ୍କାର ପାଇଁ ସେମାନେ ନେଇ ଯାଇଥିଲେ । ଏବଂ ଏଭଳି ସମୟରେ ମୃତକ ଚୁନ୍ନୁଙ୍କର ପତ୍ନୀ, ସ୍ବାମୀଙ୍କର ଶେଷ ଦର୍ଶନ ପାଇଁ ଜିଦ୍ ଧରି ବସିଥିଲେ । ପରିବାର ଲୋକଙ୍କ ଅନୁଯାୟୀ, ଯେତେବେଳେ ଅନ୍ତିମ ଦର୍ଶନ କରିବାପାଇଁ ଶବ ଉପରୁ କପଡା ଉଠା ଯାଇଥିଲା, ସେତେବେଳେ ସେହି ଶବ ଚୁନ୍ନୁଙ୍କର ନଥିଲା, ତାହା ଅନ୍ୟ କୌଣସି ବ୍ୟକ୍ତିଙ୍କର ଶବ ଥିଲା । ଏହାପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ ।

ତେବେ ଏହାପରେ (PMCH) ହଇରାଣରେ ପଡି ଯାଇଥିଲା । କହିରଖୁଛୁ ଯେ, (PMCH)ରେ ଚୁନ୍ନୁଙ୍କର ଚିକିତ୍ସା ଭଲ ଭାବରେ ଚାଲୁଅଛି, ଯାହାର ସ୍ପଷ୍ଟୀକରଣ (PMCH) ପ୍ରଶାସନ ଏବଂ ଚୁନ୍ନୁଙ୍କର ପରିବାର ଲୋକେ ମଧ୍ୟ କରିଛନ୍ତି । ଅନ୍ୟପକ୍ଷରେ ଜୀବିତ କରୋନା ବ୍ୟକ୍ତିଙ୍କୁ ମୃତ ବୋଲି ଘୋଷଣା କରି ମୃତ୍ୟୁର ମିଛ ପ୍ରମାଣ ପତ୍ର ଦେବା ମାମଲାରେ (PMCH)ର ଅଧିକ୍ଷକ ଡ଼. ଆଇ.ଏସ୍.ଠାକୁର୍ ଏହାକୁ ଅତ୍ୟନ୍ତ ଭୁଲ୍ ବୋଲି କହିଛନ୍ତି । ଭୁଲକୁ ସ୍ୱୀକାର କରି ସେ ସ୍ୱାସ୍ଥ୍ୟ ମ୍ୟାନେଜର୍ ଅଞ୍ଜଳୀ କୁମାରୀଙ୍କୁ ବରଖାସ୍ତ କରିଦେଇଛନ୍ତି । ଏହି ମାମଲା ଚାରିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ସୋସିଆଲ୍ ମିଡ଼ିଆରେ ଏ ବିଷୟରେ ଆଲୋଚନା ହେଉଅଛି ।

Leave a Reply

Your email address will not be published. Required fields are marked *