୩ ବର୍ଷ ପରେ ତାରକ୍ ମେହତା ଧାରାବାହିକରେ ଫେରିବେ ଦୟାବେନ୍ । ଏହି କାରଣରୁ ଛାଡ଼ିଥିଲେ ଶୋ !

ଟିଭି ଦୁନିଆର ସବୁଠାରୁ ପ୍ରସିଦ୍ଧ ଶୋ ‘ ତାରକ୍ ମେହତା କା ଉଲ୍ଟା ଚଷମା ‘ର ଶୁଟିଂ ପୁଣିଥରେ ଆରମ୍ଭ ହୋଇଯାଇଛି । କୋରୋନା କାରଣରୁ ଜାରି କରାଯାଇଥିବା ଲକଡାଉନ ପ୍ରକ୍ରିୟା ପାଇଁ ଶୁଟିଂ ୪ ମାସ ଧରି ବନ୍ଦ ଥିଲା । ଯେହେତୁ ଶୁଟିଂ ପୁଣିଥରେ ଆରମ୍ଭ ହୋଇଛି ତେଣୁ ଦର୍ଶକଙ୍କୁ ନୂଆଁ ଏପିସୋଡ଼ ଦେଖିବାକୁ ମିଳିଛି । ଏଥିମଧ୍ୟରେ , ଖବର ଏପରି ଆସିଥିଲା ଯେ ଏହି ଶୋର କିଛି ଲୋକପ୍ରିୟ କଳାକାର ଶୋ ଛାଡ଼ି ଯାଇପାରନ୍ତି । ପୁଣି ବର୍ତ୍ତମାନ ଏହି ଶୋ’ର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସୁଛି ।

google

ଏହି ଲୋକପ୍ରିୟ ଚରିତ୍ର ପୁଣିଥରେ ଶୋ’କୁ ଫେରି ପାରନ୍ତି :-

google

ପ୍ରକୃତରେ ଏହି ଧାରାବାହିକରେ ମିସେସ୍ ରୋଶନ ସୋଢୀର ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଜେନିଫର ମିସ୍ତ୍ରୀଙ୍କ ଠାରୁ ଏପରି ଖବର ଶୁଣିବାକୁ ମିଳୁଛି ଯେ ଶୋ’କୁ ଦିଶା ଭକାନୀ ଅର୍ଥାତ ଦୟା ବେ ପୁଣିଥରେ ଏଣ୍ଟ୍ରି କରିପାରନ୍ତି । ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ‘ ମୁଁ ଦିଶା ୱକାନୀଙ୍କୁ ସେଟରେ ଖୁବ୍ ମିସ୍ କରେ । କିନ୍ତୁ ମୁଁ ବୁଝି ପାରୁଛି ଯେ ଏହି ସମୟରେ ତାଙ୍କ ପାଇଁ ସବୁଠାରୁ ଅଧିକ ଜରୁରୀ ହେଉଛି ନିଜ ଝିଅର ଦେଖା ଶୁଣା କରିବା । ସେ ବର୍ତ୍ତମାନ ନିଜ ପରିବାର ସହିତ ସମୟ ଅତିବାହିତ କରିବାକୁ ଚାହାନ୍ତି ଏବଂ ଏହି ସମୟରେ ତାହା ହିଁ ଠିକ୍ ଅଟେ । ‘ ଜେନିଫର କହିଛନ୍ତି ଯେ ନିଜ ସେ ନିଜ ପରିବାର ସହିତ ସମୟ ବିତାଇ ଖୁବ୍ ଖୁସି ଅଛନ୍ତି । ତା’ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ‘ ମୁଁ ଜାଣିଛି ଯେ ସେ ଏହି ଶୋ’କୁ ଖୁବଶୀଘ୍ର ଫେରିବାକୁ ଚାହାନ୍ତି । ଏବଂ ସେ ଖୁବଶୀଘ୍ର ଫେରିବେ ବୋଲି ଆମର ଆଶା । ‘

google

ଏହିପରି ବର୍ତ୍ତମାନ ଏହା ଦେଖିବାର ଅଛି ଯେ ଦୟା ବେନଙ୍କ ଭଳି ଲୋକପ୍ରିୟ ଚରିତ୍ର ପ୍ରଦର୍ଶନ କରୁଥିବା ଦିଶା ଭକାନୀ କେବେ ଫେରୁଛନ୍ତି । ଦିଶା ଭକାନୀ ନିଜର ଅଭିନୟର କଳା ଦ୍ଵାରା ଘରେ ଘରେ ପ୍ରଶଂସିତ ହୋଇଛନ୍ତି । ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଶୋ’ରେ ଖୁବ୍ ପସନ୍ଦ କରନ୍ତି ।

ଦିଶା ୱକାନୀ ଫେରିଲେ ଆମେ ଖୁସି ହେବୁ – ଅସୀତ ମୋଦୀ :-

google

ଏହା ପୂର୍ବରୁ ଖବର ଆସିଥିଲା ଯେ ଶୋ’ର ୧୨ ବର୍ଷ ପୁରିବା ଅବସରରେ ନିର୍ମାତା ମାନେ ସ୍ପେଶାଲ ଏପିସୋଡ଼ ବନାଉଛନ୍ତି ଯେଉଁଥିରେ ଦିଶା ଭକାନୀ ଆସିପାରନ୍ତି । ଏହି ଖବର ଉପରେ ପ୍ରଯୋଜକ ଅସୀତ ମୋଦୀ କହିଥିଲେ ଯେ ପ୍ରଥମେ ସ୍ପେଶାଲ ଏପିସୋଡ଼ର ଶୁଟିଂ ଆରମ୍ଭ ହେବାକୁ ଦିଅନ୍ତୁ, ତା’ପରେ ଏହିସବୁ କଥା ଉପରେ ଆଲୋଚନା କରିବୁ । ବର୍ତ୍ତମାନ ଠାରୁ କମେଣ୍ଟ କରିବା ଠିକ୍ ନୁହେଁ । ତା’ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଦିଶା ଭକାନୀ ଶୋ’କୁ ଫେରି ଆସନ୍ତି ତେବେ ଆମେ ବହୁତ ଖୁସି ହେବୁ ।

google

ଦିଶା ଭକାନୀ ୨୦୧୫ ରେ ମୟୂର ପାଡ଼ିୟଙ୍କୁ ବିବାହ କରିଥିଲେ । ଏହାପରେ ସେପ୍ଟେମ୍ବର ୨୦୧୭ରେ ସେ ମେଟରନିଟୀ ଲିଭରେ ଗଲେ । ନଭେମ୍ବର ୨୦୧୭ରେ ସେ ଏକ ଝିଅକୁ ଜନ୍ମ ଦେଇଥିଲେ ଏବଂ ସେହି ଠାରୁ ହିଁ ସେ ତାରକ୍ ମେହତା ଠାରୁ ଦୂରେଇ ଯାଇଛନ୍ତି । ଥରେ ଏହି ଖବର ମଧ୍ୟ ଆସିଥିଲା ଯେ ଦିଶାଙ୍କ ସ୍ୱାମୀ ଶୋ ନିର୍ମାତା ଙ୍କ ସାମ୍ନାରେ କିଛି ସର୍ତ୍ତ ରଖି ଦେଇଥିଲେ ଯେ ଦିଶା ଗୋଟିଏ ମାସରେ କେବଳ ୧୫ ଦିନ ଏବଂ ତାହା ମଧ୍ୟ ପ୍ରତିଦିନ ମାତ୍ର ୪ ଘଣ୍ଟା କାମ କରିବେ । ଶୋ ନିର୍ମାତା ମୟୂରଙ୍କର ଏହି ସର୍ତ୍ତକୁ ମାନିବାକୁ ଅମାନ୍ୟ କରି ଦେଇଥିଲେ ।

Be the first to comment

Leave a Reply

Your email address will not be published.


*