ସୁଶାନ୍ତଙ୍କ ମୃତ୍ୟୁରେ ଦାଉଦ୍ ଇବ୍ରାହିମଙ୍କ ହାତ ! ଏହି ପୂର୍ବ ଅଫିସର ଲଗାଇଲେ ବଡ଼ ଆରୋପ ।

ସୁଶାନ୍ତଙ୍କ ମୃତ୍ୟୁରେ ଦାଉଦ୍ ଇବ୍ରାହିମଙ୍କ ହାତ ! ଏହି ପୂର୍ବ ଅଫିସର ଲଗାଇଲେ ବଡ଼ ଆରୋପ ।

ବଲିଉଡ଼ର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ରେ ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଯେଉଁ ଘଟଣା ପରେ ପ୍ରତିଦିନ ବର୍ତ୍ତମାନ ନୂଆଁ ନୂଆଁ ରହସ୍ୟର ପର୍ଦାଫାସ ହେବାରେ ଲାଗିଛି । ଏହି ବିଷୟ ସହିତ ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତ ସୁଇସାଇଡ଼ ମାମଲାରେ ଦାଉଦ୍ ଇବ୍ରାହିମଙ୍କ ନାମକୁ ଯୋଡ଼ିଛନ୍ତି । ପୂର୍ବ’ ରୋ ‘(RAW) ଏଜେଣ୍ଟ ଏନ୍ କେ ସୂଦଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାଉଦ୍ ଇବ୍ରାହିମଙ୍କୁ ଦାୟୀ କରିଛନ୍ତି । ଯାହାଦ୍ଵାରା ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଏକ ନୂଆଁ ରୂପ ଆସିପାରେ । ତେଣୁ ଚାଲନ୍ତୁ ପୂର୍ବ RAW ଏଜେଣ୍ଟ ଏନ୍ କେ ସୂଦଙ୍କ ଭିଡ଼ିଓ ବିଷୟରେ ଜାଣିନେବା ।

newstrend

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଫ୍ୟାନ୍ସମାନେ ଭୁଲି ପାରିନାହାଁନ୍ତି । ବରଂ ତାଙ୍କୁ ନ୍ୟାୟ ଦେବାପାଇଁ ବାରମ୍ବାର ଭାବରେ ସୀବୀଆଈ ଯାଞ୍ଚର ଦାବି କରିଛନ୍ତି । ଯାହାଦ୍ଵାରା ସବୁ ସତ ସମସ୍ତଙ୍କ ସମ୍ନାକୁ ଆସିପାରିବ । ପ୍ରକୃତରେ ତାଙ୍କ ଫ୍ୟାନ୍ସ ଏବଂ ସମ୍ପର୍କୀୟଙ୍କ ଦାବି ଯେ ସୁଶାନ୍ତ ସିଂହ ରାଜପୁତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିଲା । ଯେଉଁଥିରେ ବଲିଉଡ଼ର ଅନେକ ପ୍ରସିଦ୍ଧ କଳାକାର ମାନଙ୍କର ନାମ ନିଆଯାଉଛି । କେବଳ ଏତିକି ନୁହେଁ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସ ମାନଙ୍କ ଅନୁସାରେ ବଲିଉଡ଼ରେ ବଂଶଗତ ପକ୍ଷପାତ କାରଣରୁ ତାଙ୍କ ହାତରୁ ଅନେକ ଫିଲ୍ମ ଚାଲି ଯାଇଥିଲା ଯେଉଁ କାରଣରୁ ସେ ଅବସାଦଗ୍ରସ୍ତ ହୋଇଥିଲେ ଏବଂ ଶେଷରେ ଆତ୍ମହତ୍ୟା କରିଥିଲେ ।

newstrend

ପୂର୍ବ RAW ଅଫିସର ଏନ୍ କେ ସୂଦଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ କହିଥିବାର ନଜର ଆସିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କୁ ଦାଉଦର ଲୋକମାନେ ଧମକ୍ ଦେଉଥିଲେ । ଯେଉଁ କାରଣରୁ ବାଧ୍ୟ ହୋଇ ସେ ୫୦ଟି ସିମ୍ ବଦଳାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଘନିଷ୍ଠ ସାଙ୍ଗ ସନ୍ଦୀପଙ୍କ ଉପରେ ମଧ୍ୟ ଆରୋପ ଲଗାଇଥିଲେ । ତାଙ୍କ ଅନୁସାରେ ସୁଶାନ୍ତଙ୍କ ବିଷୟରେ ସମସ୍ତ ସୂଚନା ସନ୍ଦୀପ ସଲମାନ ଖାନ୍ ଏବଂ କରଣ ଜୌହାରଙ୍କୁ ଦେଉଥିଲେ । ତା’ପରେ ସେହି ସୂଚନା ଦାଉଦ୍ ପର୍ଯ୍ୟନ୍ତ ପହଂଚୁଥିଲା । ଯେଉଁ କାରଣରୁ ଦାଉଦ୍ ଠାରୁ ତାଙ୍କୁ ଧମକ୍ ଆସୁଥିଲା ।

ଭିଡ଼ିଓରେ RAWର ପୂର୍ବ ଅଫିସର ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଘରର ସୀସୀଟିଭି ରେକର୍ଡ଼ ନଷ୍ଟ କରି ଦିଆଯାଇଥିଲା । ତା’ପରେ ଷଡ଼ଯନ୍ତ୍ର ଦ୍ଵାରା ତାଙ୍କର ହତ୍ୟା କରାଯାଇଥିଲା । ଏହି ମାମଲାରେ ସେ ଆଗକୁ କହିଛନ୍ତି ଯେ ଏହି ମାମଲାରେ କୌଣସି ବାହାର ଲୋକଙ୍କ ହାତ ନାହିଁ ବରଂ ଏହା ସୁଶାନ୍ତଙ୍କର କୌଣସି ପାଖ ଲୋକର କାମ ।

ବଂଶଗତ ପକ୍ଷପାତକୁ ନେଇ ମଧ୍ୟ କହିଛନ୍ତି :-

newstrend

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରଠାରୁ ହିଁ ଇଣ୍ଡଷ୍ଟ୍ରିରେ ପ୍ରସାରିତ ହୋଇଥିବା ପକ୍ଷପାତ ସମ୍ବନ୍ଧୀତ କିଛି ପ୍ରଶ୍ନ ଉଠାଯାଇଛି । ଏହି ପରିପ୍ରେକ୍ଷୀରେ ସଲମାନ ଏବଂ କରନ୍ ଜୌହାରଙ୍କ ଫିଲ୍ମକୁ ବହିଷ୍କାର କରିବାକୁ ମଧ୍ୟ ଦାବି କରାଯାଇଛି । କେବଳ ଏତିକି ନୁହେଁ , ଦେଶର ଅନେକ ସ୍ଥାନରେ ସୁଶାନ୍ତ ସିଂହଙ୍କ ପାଇଁ ପ୍ରଦର୍ଶନ ମଧ୍ୟ କରାଯାଇଛି । ତା’ସହିତ ସଲମାନ ଏବଂ କରନ୍ ଜୌହାରଙ୍କ ବ୍ୟତୀତ ଅନ୍ୟ ଲୋକଙ୍କ ଉପରେ କେସ୍ ଦାଖଲ କରାଯାଇଛି । ଏହି ମାମଲାରେ ପୋଲିସ୍ ମଧ୍ୟ ଅନେକ ଲୋକଙ୍କୁ ପଚରା ଉଚୁରା କରିସାରିଛି କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *