‘ଆର୍ମି ଅଫିସର୍’ଙ୍କ ସନ୍ତାନମାନେ ହୋଇଛନ୍ତି ବଲିଉଡର ସୁପରଷ୍ଟାର୍ ! ଯଦି ବିଶ୍ୱାସ ହେଉନାହିଁ ଦେଖନ୍ତୁ ପ୍ରମାଣ…

‘ଆର୍ମି ଅଫିସର୍’ଙ୍କ ସନ୍ତାନମାନେ ହୋଇଛନ୍ତି ବଲିଉଡର ସୁପରଷ୍ଟାର୍ ! ଯଦି ବିଶ୍ୱାସ ହେଉନାହିଁ ଦେଖନ୍ତୁ ପ୍ରମାଣ…

ଚଳଚ୍ଚିତ୍ରରେ ଅଭିନେତା ଅଭିନେତ୍ରୀମାନେ ଅନେକ ପ୍ରକାରର ଚରିତ୍ରରେ ଅଭିନୟ କରିଥାନ୍ତି । ଅକ୍ଷୟ କୁମାରଙ୍କ ଠାରୁ ବିକି କୌଶଲଙ୍କ ପର୍ଯ୍ୟନ୍ତ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ରରେ ଆର୍ମି ଅଫିସର୍ ଭୂମିକାରେ ଦେଖାଦେଇଛନ୍ତି । ଏପରି ଅନେକ ଷ୍ଟାର୍ ମଧ୍ୟ ଅଛନ୍ତି ଯେଉଁମାନଙ୍କ ପିଲାଦିନ ପ୍ରକୃତରେ ଭାରତୀୟ ସୈନ୍ୟବାହିନୀ ଗହଣରେ କଟିଛି । ଆଜି ଆମେ ଆପଣଙ୍କୁ ଏପରି କିଛି ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପିତା ସେନା ଅଧିକାରୀ ଥିଲେ ।

ଅନୁଷ୍କା ଶର୍ମା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଚମତ୍କାର ଅଭିନୟ ତଥା ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟ କିନ୍ତୁ କ୍ୱଚିତ ଲୋକ ଜାଣିଥିବେ ଯେ ଅନୁଷ୍କା ଶର୍ମାଙ୍କ ପିତା ଜଣେ ସେନା ଅଧିକାରୀ ଥିଲେ । ଅନୁଷ୍କାଙ୍କ ପିତା ଅଜୟ କୁମାର୍ ଶର୍ମା ଭାରତୀୟ ସୈନ୍ୟବାହିନୀରେ କର୍ଣ୍ଣେଲ ପଦରେ ଥିଲେ । ଅନୁଷ୍କାଙ୍କ ଅଧ୍ୟୟନ ଅତ୍ୟନ୍ତ ଶୃଙ୍ଖଳିତ ଏବଂ କଠୋର ପରିବେଶରେ ସମାପ୍ତ ହୋଇଛି ।

ଅକ୍ଷୟ କୁମାର୍

ଅକ୍ଷୟ କୁମାର୍ ଅନେକ ଚଳଚ୍ଚିତ୍ରରେ ଆର୍ମି ଅଫିସର୍ ଭୂମିକାରେ ଅଭିନୟ କରିଛନ୍ତି । ଦିଲ୍ଲୀରେ ଜନ୍ମିତ ଅକ୍ଷୟ କୁମାରଙ୍କ ପିତା ହରି ଓମ୍ ଭାଟିଆ ମଧ୍ୟ ସେନାରେ ଥିଲେ କିନ୍ତୁ ପରେ ତାଙ୍କ ପିତା ସେହି ଚାକିରି ଛାଡିଦେଇଥିଲେ । ସେ ଅମୃତସର ଛାଡି ଦିଲ୍ଲୀ ଆସିଲେ ଏବଂ ସେଠାରେ ୟୁନିସେଫର୍ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ପିତା ସେନାରେ ଥିବା କାରଣରୁ ଅକ୍ଷୟଙ୍କ ପିଲାଦିନର ଅଧିକାଂଶ ସମୟ କ୍ରୀଡ଼ାରେ ଅତିବାହିତ ହୋଇଥିଲା । ଅକ୍ଷୟ ନିଜର ଶୃଙ୍ଖଳିତ ବ୍ୟବହାର ପଛରେ ଆର୍ମି ପରିବେଶ ଥିବା କହିଛନ୍ତି ।

ଐଶ୍ୱର୍ଯ୍ୟା ରାୟ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୟ ତଥା ସୌନ୍ଦର୍ଯ୍ୟ ପାଇଁ ଅନେକ ତାଙ୍କର ଦିୱାନା । ଐଶ୍ୱର୍ଯ୍ୟାଙ୍କ ପିତା କୃଷ୍ଣରାଜ୍ ରାୟ ମଧ୍ୟ ସେନାର ଥିଲେ । ସେଥିପାଇଁ ତାଙ୍କୁ ମଧ୍ୟ ଖୁବ୍ ଅନୁଶାସନ ଭିତରେ ରହିବାକୁ ପଡିଥିଲା ।

ପ୍ରିୟଙ୍କା ଚୋପ୍ରା

ବଲିଉଡର ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା ଲକ୍ଷ ଲକ୍ଷ ହୃଦୟକୁ ଦିୱାନା କରିଛନ୍ତି । ମିସ ୱାର୍ଲ୍ଡ ପ୍ରିୟଙ୍କାଙ୍କ ପିତା ମଧ୍ୟ ଜଣେ ସେନା ଅଧିକାରୀ ଥିଲେ । ପ୍ରିୟଙ୍କାଙ୍କ ପିତା ଡକ୍ଟର୍ ଅଶୋକ ଚୋପ୍ରା ସେନାରେ ଫିଜିସିଆନ୍ ଭାବରେ କାର୍ଯ୍ୟ କରୁଥିଲେ । ୨୦୧୩ ମସିହାରେ କର୍କଟ ରୋଗରେ ସେ ପ୍ରାଣ ତ୍ୟାଗ କରିଥିଲେ ।

ଲାରା ଦତ୍ତା

ପୂର୍ବତନ ମିସ୍ ୟୁନିଭର୍ସ ଲାରା ଦତ୍ତାଙ୍କ ପିତା ଏଲ.କେ ଦତ୍ତା ମଧ୍ୟ ଜଣେ ବାୟୁସେନା ଅଧିକାରୀ ଥିଲେ । ଲାରାଙ୍କ ପିତା ଏଲ.କେ ଦତ୍ତା ଭାରତୀୟ ବାୟୁସେନାରେ ୱିଙ୍ଗ କମାଣ୍ଡର୍ ଥିଲେ । କେବଳ ତାଙ୍କ ପିତା ନୁହଁନ୍ତି ଲାରାଙ୍କ ଭଉଣୀ ମଧ୍ୟ ଭାରତୀୟ ବାୟୁସେନାର ଏକ ଅଂଶ ଅଟନ୍ତି । ଲାରା ଦତ୍ତା ନିଜ ମିସ୍ ୟୁନିଭର୍ସ ହେବାର ଶ୍ରେୟ ନିଜ ପିତାଙ୍କୁ ଦିଅନ୍ତି ।

ନେହା ଧୁପିଆ

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ଏକ ସେନା ପରିବାରରୁ ଆସିଛନ୍ତି । ନେହାଙ୍କ ପିତା ପ୍ରଦୀପ ସିଂ ଧୁପିଆ ଭାରତୀୟ ନୌସେନାରେ କମାଣ୍ଡର୍ ଭାବରେ କାର୍ଯ୍ୟ କରୁଥିଲେ । ନେହାଙ୍କ ଅଧ୍ୟୟନ ନାଭାଲ୍ ଏବଂ ଆର୍ମି ସ୍କୁଲରେ ଶେଷ ହୋଇଛି ।

ସୁସ୍ମିତା ସେନ୍

ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ଅଭିନୟ ସହିତ ନିଜର ଫିଟନେସ୍ ପାଇଁ ଜଣାଶୁଣା । ସୁସ୍ମିତା ସେନଙ୍କ ପିତା ଶୁବୀର୍ ସେନ୍ ବାୟୁସେନାରେ ୱିଙ୍ଗ କମାଣ୍ଡର୍ ଭାବରେ କାର୍ଯ୍ୟ କରୁଥିଲେ । ସୁସ୍ମିତାଙ୍କ ପିଲାଦିନ ଦେଶର ବିଭିନ୍ନ ସ୍ଥାନରେ ଅତିବାହିତ ହୋଇଛି ।

ପ୍ରୀତି ଜିଣ୍ଟା

ବଲିଉଡର ଡିମ୍ପଲ୍ ଗାର୍ଲ ଭାବରେ ଜଣାଶୁଣା ପ୍ରୀତି ଜିଣ୍ଟାଙ୍କ ପିତା ଦୁର୍ଗାନନ୍ଦ ଜିଣ୍ଟା ମଧ୍ୟ ଜଣେ ଆର୍ମି ମେଜର୍ ଥିଲେ । ଯେତେବେଳେ ପ୍ରୀତିଙ୍କୁ ମାତ୍ର ୧୩ବର୍ଷ ବୟସ ହୋଇଥିଲା ଏକ ଭୟଙ୍କର ଦୁର୍ଘଟଣାରେ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଥିଲା । ବାପାଙ୍କ ପରେ ବର୍ତ୍ତମାନ ପ୍ରୀତିଙ୍କ ଭାଇ ମଧ୍ୟ ସେନାରେ କମିଶନ୍ ଅଫିସର୍ ଭାବେ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *