ଝିଅ ମାନଙ୍କୁ ମଧ୍ୟ ମିଳିଲା ସମାନ ଅଧିକାର ! ଜାଣନ୍ତୁ ସମ୍ପତ୍ତିର ଅଧିକାର ଉପରେ ସୁପ୍ରିମକୋର୍ଟର ନିଷ୍ପତ୍ତିର ପ୍ରମୁଖ ବିନ୍ଦୁ ।

ବିଗତ ସପ୍ତାହରେ ସୁପ୍ରିମକୋର୍ଟ ଝିଅମାନଙ୍କ ଅଧିକାର ଉପରେ ଏକ ବଡ ଫଇସଲା ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଝିଅଙ୍କୁ ମଧ୍ୟ ବାପାଙ୍କ ସମ୍ପତ୍ତିରେ ସମାନ ଅଧିକାର ଦେଇଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି କି ସଂଶୋଧିତ ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଅନୁଯାୟୀ ଝିଅ ମାନଙ୍କୁ ମଧ୍ୟ ପୁଅ ମାନଙ୍କ ପରି ସମାନ ହିଁ ଭାଗ ମିଳିବ ।

google

ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି କି, ଝିଅ ମାନଙ୍କର ସଂଯୁକ୍ତ ହିନ୍ଦୁ ପରିବାରର ପୈତୃକ ସମ୍ପତ୍ତି ଉପରେ ସେତିକି ଅଧିକାର ଅଛି, ଯେତିକି ପୁଅ ମାନଙ୍କ ଅଛି । ଝିଅର ଜନ୍ମ ସହିତ ପିତାଙ୍କ ସମ୍ପତ୍ତିରେ ସମାନ ଅଧିକାର ହୋଇଯାଇଥାଏ । ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି କି ପିତାଙ୍କର ଦେହାନ୍ତ ହିନ୍ଦୁ ଉତ୍ତରାଧିକାରୀ (ସଂଶୋଧନ) ଅଧିନିୟମ, ୨୦୦୫ ଲାଗୁ ହେବା ପୂର୍ବରୁ ହୋଇଥିଲେ ମଧ୍ୟ ଝିଅ ମାନଙ୍କର ପିତାମାତାଙ୍କ ସମ୍ପତ୍ତି ଉପରେ ଅଧିକାର ରହିବ । ଏହି ଆଇନ ଆସିବା ଦ୍ୱାରା କ’ଣ ପରିବର୍ତ୍ତନ ଘଟିବ ? ଏହି ନିୟମ କେବେ ତିଆରି ହେଲା ? ସୁପ୍ରିମକୋର୍ଟ ନିଜର ନୂତନ ନିଷ୍ପତ୍ତିରେ କଣ କଣ କହିଛନ୍ତି ? ଆସନ୍ତୁ ଜାଣିବା …

ସମ୍ପତ୍ତିରେ ବଣ୍ଟନର ଆଇନ ୧୯୫୬ରେ ହୋଇଥିଲା

* ହିନ୍ଦୁ ଧର୍ମରେ ପୈତୃକ ସମ୍ପତ୍ତିରେ ବଣ୍ଟନକୁ ନେଇ ସର୍ବପ୍ରଥମ ନିୟମ ୧୯୫୬ ମସିହାରେ କରାଯାଇଥିଲା ।

* ଏଥିରେ ହିନ୍ଦୁ ପରିବାର ଗୁଡ଼ିକରେ, ଯେଉଁଥିରେ ବୌଦ୍ଧ, ଜୈନ ଏବଂ ଶିଖ୍ ମଧ୍ୟ ସାମିଲ ଅଟେ ଯାହାକି ମହିଳା ମାନଙ୍କୁ ମିଳିବାକୁ ଥିବା ସମ୍ପତ୍ତିରେ ଉତ୍ତରାଧିକାରକୁ ମାନ୍ୟତା ମିଳିଛି ।

* ତଥାପି ଖ୍ରୀଷ୍ଟିଆନ, ପାର୍ସୀ କିମ୍ବା ଇସାଇ ମାନଙ୍କ ପ୍ରତି ଏହି ନିୟମ ପାଇଁ ପ୍ରଯୁଜ୍ୟ ହୋଇନଥାଏ ।

୨୦୦୫ରେ ଆଇନରେ ସଂଶୋଧନ କରାଯାଇଥିଲା

* ୨୦୦୫ ମସିହାରେ ବିଧି ଆୟୋଗ ନିଜ ସୁପାରିଶରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମରେ ସଂଶୋଧନ କରିବା ସହିତ ଝିଅକୁ ମଧ୍ୟ ଉତ୍ତରାଧିକାରୀ ଅନୁସାରେ ମିଳିବାକୁ ଥିବା ସମ୍ପତ୍ତିରେ ସମାନ ଅଂଶୀଦାର କରିଛନ୍ତି ।

* ଏହା ମାଧ୍ୟମରେ ଝିଅମାନଙ୍କୁ ମଧ୍ୟ ସମ୍ପତ୍ତିରେ ସମାନ ଅଧିକାର ଦେଇ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୬ରେ ଥିବା ଭେଦଭାବକୁ ଦୂର କରାଯାଇଥିଲା ।

ପୈତୃକ ସମ୍ପତ୍ତି ଏବଂ ନିଜ ରୋଜଗାର ସମ୍ପତ୍ତି ମଧ୍ୟରେ ଅନ୍ତର

google

* କୌଣସି ପୁରୁଷକୁ ଉତ୍ତରାଧିକାରୀ ଭାବେ ମିଳିବାକୁ ଥିବା ସମ୍ପତ୍ତିକୁ ପୈତୃକ ସମ୍ପତ୍ତି କୁହାଯାଇଥାଏ । ଯେତେବେଳେ କି ତାଙ୍କ ନିଜ ଉଦ୍ୟମ ଦ୍ୱାରା ଅର୍ଜନ କରାଯାଇଥିବା ସମ୍ପତ୍ତିକୁ ନିଜସ୍ୱ ଅର୍ଜିତ ସମ୍ପତ୍ତି କୁହାଯାଇଥାଏ ।

* ପୈତୃକ ସମ୍ପତ୍ତିରେ ଝିଅ ନିଜସ୍ୱ ହିଁ ଅଂଶୀଦାର ହୋଇ ଯାଇଥାନ୍ତି ଯେତେବେଳେ ନିଜସ୍ୱ ଅର୍ଜିତରେ ବ୍ୟକ୍ତି ଯାହାକୁ ଚାହିଁବ, ତାକୁ ଉତ୍ତରାଧିକାରୀ କରିପାରିବ ।

ସୁପ୍ରିମକୋର୍ଟ ଝିଅ ମାନଙ୍କୁ ଦେଇଛନ୍ତି ଏହି ଅଧିକାର

google

* ସୁପ୍ରିମକୋର୍ଟ ଫଇସଲାରେ କହିଛନ୍ତି କି ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୧୯୫୬ରେ ୨୦୦୫ରେ ସଂଶୋଧନ କରି ଝିଅ ମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ପ୍ରଦାନ କରିବାକୁ ଯାହା ବ୍ୟବସ୍ଥା କରାଯାଇଥିଲା ।

* ୨୦୦୫ ପରେ ଜନ୍ମ ହୋଇଥିବା ଝିଅମାନଙ୍କ ପାଇଁ ଏହି ନିୟମ ସଂଶୋଧନ ପର ଠାରୁ ହିଁ ଲାଗୁ ହୋଇ ସାରିଛି ।

* ତେବେ ଏହାକୁ ନେଇ ଗୋଟିଏ ବିବାଦ ଏହା ଥିଲା କି ଯଦି ପିତାଙ୍କ ମୃତ୍ୟୁ ୨୦୦୫ ପୂର୍ବରୁ ହୋଇଯାଏ ତେବେ ଏହି ନିୟମ କଣ ଝିଅ ମାନଙ୍କ ଉପରେ ଲାଗୁ ହେବ ନା ନାହିଁ ।

* ବର୍ତ୍ତମାନ ଅଦାଲତ ଏହା ସ୍ପଷ୍ଟ କରିଛନ୍ତି କି ପୈତୃକ ସମ୍ପତ୍ତିରେ ଝିଅକୁ ଭାଗ ଦେବା ଏହି ଆଧାର ଉପରେ ଅସ୍ୱୀକାର କରାଯାଇପାରିବ ନାହିଁ କି ତାଙ୍କ ଜନ୍ମ ୨୦୦୫ରେ ନିର୍ମିତ ନିୟମ ପୂର୍ବରୁ ହୋଇଛି ।

Be the first to comment

Leave a Reply

Your email address will not be published.


*