ରେଡ୍ ଜୋନର ବର ଓ ଗ୍ରୀନ୍ ଜୋନର କନ୍ୟା ସୀମାନ୍ତରେ ପହଞ୍ଚି କଲେ ବିବାହ !

୨୮ ବର୍ଷୀୟ ଅରବିନ୍ଦ କୁମାର ୨୫ ବର୍ଷୀୟ ଛାୟା ରାଣୀଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ସମସ୍ୟା ଏହା ଥିଲା ଯେ ଅରବିନ୍ଦ ଉତ୍ତର ପ୍ରଦେଶର ସେହି ସ୍ଥାନରେ ରହୁଥିଲେ, ଯାହା କରୋନାର ରେଡ୍ ଜୋନ୍ ରହିଛି । ପୁଣି ଛାୟା ଉତ୍ତରାଖଣ୍ଡର ଗ୍ରୀନ୍ ଜୋନ୍ ଅଞ୍ଚଳରେ ରହୁଥିଲେ । ଏପରି ସ୍ଥଳରେ ବିବାହ କିପରି ସମ୍ଭବ ହୋଇପାରିବ ? ଏଥିପାଇଁ ପରିବାର ଲୋକ ନୂଆ ଉପାୟ ଖୋଜି ବାହାର କରିଲେ । ଶନିବାର ଦିନ ଅରବିନ୍ଦ ଜିଲ୍ଲା ପ୍ରଶାସନଙ୍କ ଠାରୁ ଯାତ୍ରା ପାସ ପ୍ରାପ୍ତ କରିଥିଲେ ଏବଂ ଉଧମ ସିଂହ ନଗରର ଜସପୁର ଛାୟା ରାଣୀଙ୍କ ଘରକୁ ବାହାରିଲେ । ଯାହା ତାଙ୍କ ଘର ଠାରୁ ୧୫୦ କି.ମି. ଦୂର ଉତ୍ତରାଖଣ୍ଡ ରେ ଅବସ୍ଥିତ । ସେ ଯେତେବେଳେ ଉତ୍ତର ପ୍ରଦେଶର ବିଜନୌର ସୀମାରେ ପହଁଚିଲେ ପୋଲିସ ତାଙ୍କୁ ଅଟକାଇଥିଲା ଏବଂ କହିଥିଲା ଯେ ଆପଣ ଆଗକୁ ଯାଇପାରିବେ ନାହିଁ କାରଣ ସୀମା ସୀଲ କରିଦିଆଯାଇଛି ।

ସୀମା ସୀଲ ହୋଇଥିବା କାରଣରୁ ଭିତରକୁ ଯାଇପାରିବେ ନାହିଁ :-

ସୀମା ସୀଲ ବ୍ୟତୀତ ପୋଲିସ ରେଡ୍ ଜୋନରେ ରହୁଥିବା ଲୋକଙ୍କୁ ଗ୍ରୀନ୍ ଜୋନରେ ଯାତ୍ରା କରିବାକୁ ଅନୁମତି ନାହିଁ । ଅରବିନ୍ଦ ତୁରନ୍ତ କନ୍ୟାର ପରିବାରକୁ ଫୋନ କରିଥିଲେ ଏବଂ ସମ୍ପୂର୍ଣ୍ଣ ଖବର ଫୋନ ମାଧ୍ୟମରେ ହିଁ କହିଥିଲେ । ଦୁଇ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ କନ୍ୟା ନିଜ ମାତା ପିତା ଓ ପୂଜାରୀଙ୍କ ସହିତ ଉତ୍ତରାଖଣ୍ଡର ସୀମାନ୍ତାରେ ପହଞ୍ଚିଥିଲେ । ଅରବିନ୍ଦ ମଧ୍ୟ ନିଜ ପୂଜାରୀ ସହିତ ସେଠାରେ ପହଂଚିଥିଲେ ଏବଂ ଦୁହେଁ ବୋର୍ଡ଼ରରେ ବିବାହ କରିଥିଲେ ।

ପୋଲିସ ବୋର୍ଡ଼ରରେ ବିବାହ ପାଇଁ ଅନୁମତି ଦେଲା :-

Google

ଅରବିନ୍ଦ କହନ୍ତି ଯେ, “ଆମେ ସମସ୍ତେ ଆଶା ଛାଡ଼ି ଦେଇଥିଲୁ, ଯେତେବେଳେ ପୋଲିସ କର୍ମଚାରୀ ତାଙ୍କୁ ଉତ୍ତରାଖଣ୍ଡରେ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ । କିନ୍ତୁ ଅନେକ ବୁଝାଇବା ପରେ ସେ ବିବାହକୁ ବୋର୍ଡ଼ରେ ହିଁ କରିବାକୁ ଆଦେଶ ଦେଇଥିଲେ । ସେମାନେ ଧରମପୁରା ଚେକପୋପୋଷ୍ଟରେ ନିକଟରେ ବିବାହ କରିବାରେ ମଧ୍ୟ ଆମକୁ ସାହାଯ୍ୟ କରିଥିଲେ । “ଧରମପୁରା ଚେକ୍-ପୋଷ୍ଟr ଦାୟିତ୍ୱରେ ଥିବା ଜିଡି ଭଟ୍ଟ କହିଛନ୍ତି, “ଆମେ ତାଙ୍କୁ ଯିବାକୁ ଅନୁମତି କେବେ ଦେଇପାରି ନଥାଆନ୍ତୁ । ଅରବିନ୍ଦ ମଣିୟାୱାଲା ଗାଁ ନିକଟରେ ରୁହନ୍ତି, ଯେଉଁଠାରେ ଗତ ମାସରେ ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଥିଲେ । ପରେ ଦୁଇ ପରିବାରଙ୍କ ସୀମାବର୍ତ୍ତୀ କ୍ଷେତ୍ରରେ ପହଂଚିବାକୁ ଅନୁମତି ଦିଆଯାଇଥିଲା । ସେମାନେ ଆମ ପୋଷ୍ଟକୁ ଆସିଥିଲେ ଓ ଆମେ ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲୁ । ବର କନ୍ୟା ଦୁହେଁ ଏହିଠାରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।

ରୀତି ନୀତିରେ ସମ୍ପନ୍ନ ହେଲା ବିବାହ :-

ଏହି ବିବାହରେ ପୋଲିସ କର୍ମଚାରୀମାନେ ମଧ୍ୟ ଭାଗ ନେଇଥିଲେ ଓ ନବ ବିବାହିତ ଯୋଡ଼ିଙ୍କୁ ଆଶୀର୍ବାଦ କରିଥିଲେ । ବିବାହର ରୀତି ସହିତ ସମସ୍ତେ ସାମାଜିକ ଦୁରତ୍ଵ ମଧ୍ୟ ରଖିଥିଲେ । ବିଜନୌର ଜିଲ୍ଲା ରେଡ୍ ଜୋନରେ ରହିଛି, କାରଣ ୩୧ ଜଣ ଲୋକ ଏଠାରେ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ରାଜ୍ୟର ସୀମାରେ ଅତି କମରେ ୧୮୫ ଗାଁ ରହିଛି ଓ ଅନ୍ତଃରାଜ୍ୟ ବିବାହ ଅତି ସାଧାରଣ ବିଷୟ ମାତ୍ର ପୋଲିସ ଷ୍ଟେସନରେ ବିବାହ ଏହା ପ୍ରଥମ ଘଟଣା ଅଟେ ।

Be the first to comment

Leave a Reply

Your email address will not be published.


*