ସୁନ୍ଦରତାରେ ମାଁ’ଙ୍କୁ ଟକ୍କର୍ ଦେଉଛନ୍ତି ଝିଅ ସମାୟାର୍, ଦେଖିଲେ ଆପଣ ମଧ୍ୟ ବିଶ୍ଵାସ କରିବେ ନାହିଁ ! ଦେଖନ୍ତୁ ଫୋଟ ଗୁଡିକ…

ସୁନ୍ଦରତାରେ ମାଁ’ଙ୍କୁ ଟକ୍କର୍ ଦେଉଛନ୍ତି ଝିଅ ସମାୟାର୍, ଦେଖିଲେ ଆପଣ ମଧ୍ୟ ବିଶ୍ଵାସ କରିବେ ନାହିଁ ! ଦେଖନ୍ତୁ ଫୋଟ ଗୁଡିକ…

କରିସ୍ମା କପୁର୍ ୯୦ ଦଶକର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ। “ପ୍ରେମ କୈଦୀ” ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଯେତେବେଳେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ସେତେବେଳେ କାହାକୁ ମଧ୍ୟ ଧାରଣା ନଥିଲା କି କରିସ୍ମା ଦିନେ ଇଣ୍ଡଷ୍ଟ୍ରିରେ ରାଜ୍ କରିବେ । ସେମାନଙ୍କୁ ଜ୍ଞାତ ନଥିଲା କି ଆଗାମୀ ସମୟ କରିସ୍ମା କପୂରଙ୍କ ନାମରେ ଜଣାଶୁଣା ହେବ । ୯୦ ଦଶକରେ କରିସ୍ମାଙ୍କ ଚିତାକର୍ଷକ ଅଭିନୟ ସର୍ବାଧିକ ଦେଖିବାକୁ ମିଳିଥିଲା । ସେ ସେହି ସମୟର ସର୍ବୋତ୍ତମ ଏବଂ ସୁନ୍ଦରୀ ଅଭିନେତ୍ରୀ ଥିଲେ । ସମସ୍ତେ ତାଙ୍କ ସହିତ କାମ କରିବାକୁ ଚାହୁଁଥିଲେ । ଏହି ସମୟରେ ସେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଥିଲେ । ସେହି ସମୟରେ ଗୋବିନ୍ଦାଙ୍କ ସହିତ ତାଙ୍କର ଯୋଡି ସବୁଠାରୁ ଅଧିକ ପ୍ରସିଦ୍ଧି ଲାଭ କରିଥିଲା । ଗୋବିନ୍ଦା ଏବଂ କରିସ୍ମାଙ୍କ ଚଳଚ୍ଚିତ୍ର ସର୍ଵଦା ହାଉସଫୁଲ୍ ହେଉଥିଲା । କରିସ୍ମାଙ୍କ ଦୁଷ୍ଟ ଶୈଳୀ ଏବଂ ଗୋବିନ୍ଦାଙ୍କ ନୃତ୍ୟ-କମେଡି ଲୋକଙ୍କ ହୃଦୟ ଜିଣି ପାରୁଥିଲା । କରିସ୍ମା ନିଜର ଦମଦାର୍ ଅଭିନୟ ହେତୁ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଥିଲେ । କିନ୍ତୁ ବିବାହ ପରେ ସେ ଯେପରି ବଲିଉଡକୁ ବିଦାୟ କହି ଦେଇଥିଲେ । ସେ ଚଳଚ୍ଚିତ୍ର ଜଗତ ଠାରୁ ନିଜକୁ ଦୂରେଇ ରଖିଥିଲେ । ତଥାପି ବେଳେବେଳେ ସେ କିଛି ଚଳଚ୍ଚିତ୍ର କିମ୍ବା ଟିଭି ଶୋ’ରେ ନଜର ଆସୁଥିଲେ ।

ଏହା ସବୁ କରିସ୍ମାଙ୍କ କଥା ଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ଝିଅ ସମାୟରାଙ୍କ ବିଷୟରେ କଥାବାର୍ତ୍ତା କରିବା, ସୌନ୍ଦର୍ଯ୍ୟ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ସେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି । ସତେ ଯେପରି ମାଁ’ଙ୍କ ସମସ୍ତ ଗୁଣ ସମାୟରାଙ୍କ ମଧ୍ୟରେ ଦେଖିବାକୁ ପାଇବେ । ବର୍ତ୍ତମାନ ସମୟରେ ସମାୟରାଙ୍କ ଫୋଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫୋଟ ମାନଙ୍କରେ, ସମାୟରା ବହୁତ ନଜର ଆସୁଛନ୍ତି । ବାସ୍ତବରେ, ଯଦି ଦେଖାଯାଏ ତେବେ ବର୍ତ୍ତମାନ ହେଉଛି ଏହା ଷ୍ଟାର୍ କିଡ୍ ମାନଙ୍କ ସମୟ । ସର୍ବତ୍ର କେବଳ ଷ୍ଟାର୍ କିଡ୍ ମାନଙ୍କ ଚର୍ଚ୍ଚା ଦେଖିବାକୁ ମିଳେ । ପିତାମାତାଙ୍କ ଅପେକ୍ଷା ଷ୍ଟାର୍ କିଡ୍ ମାନେ ମାତ୍ରାଧିକ ଶିରୋନାମାରେ ରହିଥାନ୍ତି । ସେମାନଙ୍କ ମଧ୍ୟରେ ସମାୟରାଙ୍କ ନାମ ମଧ୍ୟ ଆସେ । ଅବଶ୍ୟ, ଅନ୍ୟ ମାନଙ୍କ ପରି ସମାୟରା ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି ନାହିଁ । ସେ ପ୍ରାୟତଃ ତାଙ୍କ ମାଁ’ଙ୍କ ସହିତ ନଜର ଆସିଥାନ୍ତି । ଏହା ସତ୍ତ୍ୱେ ମଧ୍ୟ ତାଙ୍କର ଏହି ସୌନ୍ଦର୍ଯ୍ୟ ଲୋକମାନଙ୍କ ଠାରୁ ଲୁକ୍କାୟିତ ହୋଇ ରହି ନାହିଁ । ଆପଣଙ୍କୁ କହିରଖୁଛୁ କି ସମାୟରାଙ୍କୁ ମାତ୍ର ୧୨ ବର୍ଷ ହୋଇଛି । କିନ୍ତୁ ଏତେ କମ୍ ବୟସରେ ମଧ୍ୟ ସେ ନିଜକୁ ବହୁତ ଭଲ ଭାବରେ ସମ୍ଭାଳି ରଖିଛନ୍ତି । ସମାୟରାଙ୍କୁ ଷ୍ଟାଇଲ୍ ଏବଂ ଫ୍ୟାଶନ୍ ବିଷୟରେ ବହୁତ ଭଲ ଜ୍ଞାନ ରହିଛି । ଆପଣ ତାଙ୍କ ଫୋଟକୁ ଦେଖି ଏହି ବିଷୟରେ ଏକ ଧାରଣା ପାଇପାରିବେ ।

ଆପଣଙ୍କୁ କହିରଖୁଛୁ କି କରିସ୍ମା କପୂର୍ ତାଙ୍କ ସ୍ୱାମୀ ସଞ୍ଜୟ କପୂରଙ୍କ ଠାରୁ ଛାଡପତ୍ର ନେଇ ସାରିଛନ୍ତି । ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଦେଲା । ବର୍ତ୍ତମାନ କରିସ୍ମା ଉଭୟ ଛୁଆ ମନଙ୍କ ସହିତ ରହୁଛନ୍ତି । ନିକଟ ଅତୀତରେ ଖବର ଆସିଛି କି କରିସ୍ମା ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଏଥି ସହିତ ତାଙ୍କ ପୂର୍ବତନ ସ୍ୱାମୀ ଦ୍ୱିତୀୟ ଥର ବିବାହ କରି ସାରିଛନ୍ତି । ଆଚ୍ଛା ତେବେ ଆପଣ ସମାୟାରଙ୍କ କିଛି ଭଲ ଭଲ ଫୋଟ ଦେଖନ୍ତୁ ।

ବର୍ତ୍ତମାନ କରିସ୍ମାଙ୍କ ପରି ତାଙ୍କ ଝିଅ ସମାୟାର୍ ମଧ୍ୟ ବଲିଉଡରେ ପାଦ ଦେବାକୁ ପ୍ରସ୍ତୁତ ଅଛନ୍ତି । ମାଁ’ଙ୍କ ପଥକୁ ଅନୁସରଣ କରୁଥିବା ସମାୟାର୍ ମଧ୍ୟ ଖୁବ୍ ଶୀଘ୍ର ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ।

କରିସ୍ମା କପୂରଙ୍କ ଝିଅ ମଧ୍ୟ ସାବ୍ୟସ୍ତ କରିଦେଇଛନ୍ତି କି ସେ କୌଣସି ପରିଚୟ ପ୍ରତି ଆଗ୍ରହୀ ନୁହଁନ୍ତି । ତାଙ୍କ ପରିବାର ସଦସ୍ୟ ମାନଙ୍କ ପରି ସେ ମଧ୍ୟ ଜଣେ ଜନ୍ମିତ ସୁପରଷ୍ଟାର୍ ଅଟନ୍ତି ।

ମାତା-ପିତାଙ୍କ ଛାପ

ସମାୟାରଙ୍କ କିଛି ଫୋଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବାଲ୍ୟ କାଳରେ ସମାୟାର ତାଙ୍କ ମାଁ’ କରିସ୍ମା ଏବଂ ପିତା ସଞ୍ଜୟଙ୍କ ପରି ଦେଖା ଯାଉଥିଲେ । ଆପଣଙ୍କୁ କହିରଖୁଛୁ କି କରିସ୍ମା ଏବଂ ସଞ୍ଜୟ ଛାଡପତ୍ର ହୋଇସାରିଛି । ସମାୟାର ମଧ୍ୟ ମାଁ କରିସ୍ମାଙ୍କ ପରି ବହୁତ ଷ୍ଟାଇଲିସ୍ ଅଟନ୍ତି ।

ସମାୟାର ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ତାଙ୍କୁ ଅନେକ ସମୟରେ ତାଙ୍କ ସାନଭାଇ କିୟାନଙ୍କ ସହିତ ବିମାନବନ୍ଦର କିମ୍ବା ପାର୍ଟିରେ ଦେଖା ଯାଇଥାଏ ।

ଦଶ ବର୍ଷ ବୟସରୁ ସମାୟାରଙ୍କ ଚଳଚ୍ଚିତ୍ର ପ୍ରତି ଆଗ୍ରହ ରହିଛି । ସମାୟାର ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ବୀ ହୈପୀ’ ପ୍ରସ୍ତୁତ କରିଥିଲେ ଯାହାର ପ୍ରଦର୍ଶନ ୧୯ ତମ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ହୋଇଥିଲା । ଏହି ଚଳଚ୍ଚିତ୍ରର ନିର୍ମାଣ ସମାୟାର ଦୁଇ ବର୍ଷ ପୂର୍ବେ କରିଥିଲେ । ସମାୟାରଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସିନେମାଟୋଗ୍ରାଫିରେ ମଧ୍ୟ ରୁଚି ରହିଛି । ଯେତେବେଳେ କରିସ୍ମାଙ୍କୁ ସମାୟାରଙ୍କ ଭବିଷ୍ୟତ ଯୋଜନା ବିଷୟରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ କି “ସମାୟାର୍ ତାଙ୍କ ରାସ୍ତା ବାଛି ସାରିଛନ୍ତି । ସମାୟାର୍ ନିଜ ଅନୁଯାୟୀ ଜୀବନ ବଞ୍ଚିବେ ।”

ସମାୟାର ତାଙ୍କ ମାଁ’ ଏବଂ ଭାଇଙ୍କ ସହିତ

ସମାୟାର ତାଙ୍କ ମାଁ’ ଏବଂ ଭାଇଙ୍କ ସହିତ ଏକ କାର୍ଯ୍ୟକ୍ରମରେ

ବୋଧ ହୁଏ ସମାୟାରଙ୍କୁ ବହୁତ ଭୋକ ଲାଗୁଛି

ସମାୟାରଙ୍କ ସବୁଠାରୁ ହଟ୍ ଫୋଟ

Leave a Reply

Your email address will not be published. Required fields are marked *