ଶାହରୁଖ ଖାନଙ୍କ ପ୍ରେମରେ ପାଗଳ ଥିଲେ ଦଙ୍ଗଲ ଗାର୍ଲ କିନ୍ତୁ ଏହି କାରଣରୁ ହୋଇଯାଇଥିଲା ତାଙ୍କ ବ୍ରେକ୍ ଅପ୍ !

ଶାହରୁଖ ଖାନଙ୍କ ପ୍ରେମରେ ପାଗଳ ଥିଲେ ଦଙ୍ଗଲ ଗାର୍ଲ କିନ୍ତୁ ଏହି କାରଣରୁ ହୋଇଯାଇଥିଲା ତାଙ୍କ ବ୍ରେକ୍ ଅପ୍ !

ଫିଲ୍ମ “ଦଙ୍ଗଲ”ରେ ଅମିର ଖାନଙ୍କ ସହିତ ଅଭିନୟ କରୁଥିବା ଫାତିମା ସନା ଶେଖଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ବିଷୟ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି । ଯେଉଁଥିରେ ସେ ଶାହରୁଖ ଖାନଙ୍କ ବିଷୟରେ କିଛି କଥା କହିଛନ୍ତି । ଆସନ୍ତୁ ଜାଣିବା ଯେ ପ୍ରକୃତରେ ଫାତିମା ସନା ଶେଖ, ଶାହରୁଖଙ୍କ ବିଷୟରେ ଅନେକ କିଛି କହିଛନ୍ତି ।

newstrend

ଫାତିମା କହିଛନ୍ତି ଯେ ଯେତେବେଳେ ମୋତେ ଜଣାପଡ଼ିଲା ଯେ ଶାହରୁଖ ଖାନ୍ ବିବାହିତ ଅଟନ୍ତି, ମୋ ମନ ଭାଙ୍ଗି ଯାଇଥିଲା । ଫାତିମା କହିଥିଲେ ଯେ ସେ ଶାହରୁଖ ଖାନଙ୍କ ସହିତ ଶୁଟିଂ କରୁଥିଲେ ଏବଂ ତାଙ୍କୁ ଶାହରୁଖ ବିବାହିତ ଥିବା କଥା ଜଣାପଡ଼ିଥିଲା । ଫାତିମା ଏହି କଥା ନିଜେ କହିଛନ୍ତି ଯେ, ‘ ଯେତେବେଳେ ମୋତେ ଶାହରୁଖ ବିବାହିତ ଥିବା କଥା ଜଣାପଡ଼ିଲା, ସେତେବେଳେ ମୁଁ ବହୁତ କାନ୍ଦିଥିଲି । ଫାତିମା ଶାହରୁଖଙ୍କ ସହିତ ଫିଲ୍ମ “ୱନ ଟୁ କା ଫୋର” ରେ ସାଙ୍ଗରେ କାମ କରିଥିଲେ । କିନ୍ତୁ ସେହି ଫିଲ୍ମରେ ଫାତିମାଙ୍କ ଚରିତ୍ର ଏକ ଶିଶୁ କଳାକାର ଭାବରେ ଥିଲା ।

ଶାହରୁଖ ଖାନଙ୍କ ପ୍ରେମରେ ପାଗଳ ଥିଲେ ଫାତିମା :-

newstrend

ଫିଲ୍ମର ଶୁଟିଂ ଦିନକୁ ମନେ ପକାଇ ଫାତିମା କହିଛନ୍ତି ଯେ ଯେତେବେଳେ ମୁଁ ଶାହରୁଖଙ୍କ ସହିତ ଫିଲ୍ମ ସେଟରେ ଖେଳୁଥିଲି , ସେତେବେଳେ ମୋତେ ଏପରି ଲାଗୁଥିଲା ଯେପରି ଏହା ଏକ ପରଫେକ୍ଟ ଲାଇଫ । ପୁଣି ଯେତେବେଳେ ମୋତେ ଜଣାପଡ଼ିଲା ଯେ ଶାହରୁଖ ଖାନ୍ ବିବାହିତ ଅଟନ୍ତି, ମୋ ମନ ଭାଙ୍ଗିଯାଇଥିଲା । ସେ କହନ୍ତି ଯେ , ମୁଁ ସେତେବେଳେ ବହୁତ କାନ୍ଦିଥିଲି । କାରଣ ମୁଁ ଭାବୁଥିଲି ଯେ ମୋର ବ୍ରେକଅପ୍ ହୋଇଗଲା । ଫାତିମା କହନ୍ତି ଯେ ଶାହରୁଖ ଖାନଙ୍କ ବିବାହିତ ହେବାର ସୂଚନା , ମୋ ପାଇଁ ହୃଦୟ ବିଦାରକ ଭଳି କଥା ଥିଲା । ଫାତିମା କହନ୍ତି ଯେ ମୁଁ ବହୁତ ଚିନ୍ତିତ ଥିଲି କାହିଁକି ନା ଶାହରୁଖ ବିବାହିତ ଥିଲେ ।

ଫାତିମା ଫିଲ୍ମ “ଦଙ୍ଗଲ”ରେ ତୁଲାଇଥିଲେ ଗୀତା ଫୋଗାଟର ଚରିତ୍ର :-

newstrend

ଆପଣଙ୍କ ଜାଣିବା ପାଇଁ କହି ଦେଉଛୁ ଯେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ଦଙ୍ଗଲ”ରେ ଫାତିମା ଅମିର ଖାନଙ୍କ ସହିତ କାମ କରିଛନ୍ତି କିନ୍ତୁ ଏହି ଫିଲ୍ମ ପୂର୍ବରୁ ସେ ଚାଚୀ ୪୨୦, ବଡେ଼ ଦିଲୱାଲା ଏବଂ ୱନ ଟୁ କା ଫୋର ଭଳି ଫିଲ୍ମରେ ଶିଶୁ କଳାକାର ରୂପରେ ନିଜର ଅଭିନୟର ଛାପ ଛାଡ଼ିଥିଲେ । ଫାତିମା ସନା ଶେଖ “ଠଗ୍ସ ଅଫ ହିନ୍ଦୁସ୍ତାନ”ରେ ମଧ୍ୟ କାମ କରିଛନ୍ତି । କିନ୍ତୁ ଏହି ଫିଲ୍ମ ବୋକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବରେ ଫ୍ଲୋପ୍ ହୋଇଥିଲା । ଫିଲ୍ମ ଦଙ୍ଗଲ କଥା କହିଲେ, ଫିଲ୍ମରେ ଅମିର ଖାନ୍, ଫାତିମା ସୋନା ଶେଖ, ସାନ୍ୟା ମଲହୋତ୍ରା, ଜାୟରା ୱସୀମ୍ ଏବଂ ଅପାରଶକ୍ତି ଖୁରାନା ମଧ୍ୟ କାମ କରିଛନ୍ତି ।

newstrend

ଫାତିମା ସନା ଶେଖ ଫିଲ୍ମ “ଲୂଡୋ”ରେ ଆସିବେ । ଏହି ଫିଲ୍ମ ଅନୁରାଗ ବସୁଙ୍କ ଦ୍ଵାରା ନିର୍ଦ୍ଦେଶିତ ଅଟେ । ଫିଲ୍ମରେ ରାଜକୁମାର ରାଓ, ଅଭିଷେକ ବଚ୍ଚନ, ସାନ୍ୟା ମଲହୋତ୍ରା ଏବଂ ଆଦିତ୍ୟ ରାୟ କପୂର ମୁଖ୍ୟ ଭୂମିକାରେ ରହିବେ । ଏହି ଫିଲ୍ମର ବ୍ୟତୀତ ଫାତିମାଙ୍କ ପାଖରେ ଏବେ ଅନ୍ୟ ଦୁଇଟି ଫିଲ୍ମ ମଧ୍ୟ ରହିଛି । ସେଥିମଧ୍ୟରୁ ଗୋଟିଏ ଅଭିଷେକ ଶର୍ମାଙ୍କ ଫିଲ୍ମ ସୁରଜ ପେ ମଙ୍ଗଲ ଭାରୀ ଏବଂ ଅନ୍ୟଟି ପବନ କୃପଲାନୀଙ୍କ ଭୂତ ପୋଲିସ୍ ଅଟେ ।

Leave a Reply

Your email address will not be published. Required fields are marked *