୫ ମାସ ଯାଏଁ ମାଗଣାରେ ମିଳିବ ଡାଲି ଓ ଚାଉଳ !

୫ ମାସ ଯାଏଁ ମାଗଣାରେ ମିଳିବ ଡାଲି ଓ ଚାଉଳ !

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ଅବସ୍ଥାରେ ଥିବା ବେଳେ ରାଜ୍ୟ ସରକାର ଆଗାମୀ ୫ ମାସ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମଗଣାରେ ଚାଉଳ ଓ ଡାଲି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଆଜି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟକ ହିତାଧିକାରୀଙ୍କୁ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଓ ପ୍ରତି ପରିବାର ପିଛା ଏକ କିଲୋଗ୍ରାମ ଲେଖାଏଁ ଡାଳି ମାଗଣାରେ ଯୋଗାଇ ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁସାରେ, କରୋନା ସଂକ୍ରମଣ ଓ କରୋନାକୁ ନେଇ ଲକ୍ଡ଼ାଉନ ଏବଂ ସଟ୍ଡ଼ାଉନ ଯୋଗୁଁ ଗରିବ ଲୋକଙ୍କ ଦୈନନ୍ଦିନ ଜୀବିକା ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ଓ ପ୍ରତି ପରିବାର ପିଛା ଏକ କିଲୋଗ୍ରାମ ଲେଖାଏଁ ଡାଳି ମାଗଣାରେ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରି ସାରିଥିବା ବେଳେ ରାଜ୍ୟ ସରକାର ବର୍ତ୍ତମାନ ଏହାକୁ ଲାଗୁ ପାଇଁ ନିଷ୍ପତ୍ତି ନେଇଛନ୍ତି । ତା’ସହିତ ଆଜି ସମୀକ୍ଷା ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରିବା ସହିତ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କୋଭିଡ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲାଗି ୧୫ କୋଟି ଲେଖାଏଁ ମୋଟ ୩୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ମଞ୍ଜୁର କରାଯାଇଛି । ତା’ସହିତ ନୂଆ କୋଭିଡ୍ ଡାକ୍ତରଖାନା ଓ କୋଭିଡ୍ କେୟାର ହୋମ୍ ପାଇଁ ୨୦ କୋଟି ୬୪ ଲକ୍ଷ ଟଙ୍କା ମଂଜୁର କରାଯାଇଛି ।

Leave a Reply

Your email address will not be published. Required fields are marked *