ମୋଦୀ ସରକାରଙ୍କ ନୂଆ ବିଲ୍ : ଏଣିକି ମନଇଚ୍ଛା ବିଦ୍ୟୁତ କାଟିଲେ ଗ୍ରହକଙ୍କୁ ମିଳିବ କ୍ଷତିପୂରଣ !

ମୋଦୀ ସରକାରଙ୍କ ନୂଆ ବିଲ୍ : ଏଣିକି ମନଇଚ୍ଛା ବିଦ୍ୟୁତ କାଟିଲେ ଗ୍ରହକଙ୍କୁ ମିଳିବ କ୍ଷତିପୂରଣ !

ଯଦି ଆପଣଙ୍କୁ ବିଦ୍ୟୁତ ସେବା ଯୋଗଉଥିବା କମ୍ପାନୀ ଉପରେ ଆପଣ ଖୁସି ନୁହନ୍ତି, ତେବେ ଆପଣ ନିଜ ଇଚ୍ଛା ମୁତାବକ ଅନୁଯାୟୀ ବିଦ୍ୟୁତ କମ୍ପାନୀ ବଦଳାଇପାରିବେ । ଯେପରି ଆପଣ କୌଣସି ମୋବାଇଲ ସିମ୍ (SIM) ବ୍ୟବହାର କରୁଛନ୍ତି, ପରବର୍ତ୍ତୀ ସମୟରେ ସେହି ସିମ୍ ଅପରେଟରର ସେବା ଆପଣଙ୍କୁ ପସନ୍ଦ ଆସେ ନାହିଁ, ତେବେ ଆପଣ ପୋର୍ଟ କରି ନିଜର ଅପରେଟର ବଦଳି ଦେଉଛନ୍ତି । ଠିକ ସେହିପରି ବର୍ତ୍ତମାନ ଆପଣଙ୍କ ଯଦି ବିଦ୍ୟୁତ ସେବା ପ୍ରଦାନ କରୁଥିବା କମ୍ପାନୀର ସେବା ଉପରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆପଣ ନିଜ ଇଚ୍ଛା ଅନୁଯାୟୀ ବିଦ୍ୟୁତ କମ୍ପନୀ ବଦଳାଇପାରିବେ ।

ଆପଣଙ୍କୁ ସୁଚାଇ ଦେଉଛୁ ଯେ, ସୋମବାରଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଆଉ ଏଥିରେ କେନ୍ଦ୍ର ସରକାର ଇଲେକ୍ଟ୍ରିସିଟି ଅମେଣ୍ଡମେଣ୍ଟ ବିଲ ୨୦୨୧ ଆଣିବାକୁ ଯାଉଛନ୍ତି । ଯଦି ଏହି ବିଲ ସଂସଦରେ ପ୍ରେରିତ ହୋଇଯାଏ ତେବେ ବିଦ୍ୟୁତ ଉପଭୋକ୍ତାଙ୍କୁ ଅନେକ ଗୁଡିଏ ସୁବିଧା ମିଳିବ ।

ଏଥିରେ ଏକ ଅଞ୍ଚଳରେ ଅନେକ ବିଦ୍ୟୁତ କମ୍ପାନୀକୁ ଯୋଗାଣର ଦାୟିତ୍ୱ ଦିଆଯିବ ଯାହାଦ୍ୱାରା ଗ୍ରାହକମାନେ ନିଜ ପସନ୍ଦର କମ୍ପାନୀ ବାଛିବା ପାଇଁ ବିକଳ୍ପ ପାଇବେ । ଶକ୍ତି ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ କହିବାନୁସାରେ, ସରକାର ବିଦ୍ୟୁତ ସଂଶୋଧନ ବିଲ୍(ଇଲେକ୍ଟ୍ରିସିଟି ଅମେଣ୍ଡମେଣ୍ଟ ବିଲ ୨୦୨୧) ଆଗତ କରିପାରନ୍ତି । ଯଦି ଏହି ବିଲ ପାରିତ ହୋଇଯାଏ ତେବେ ଏହା ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାର ହେବ, ଯାହା ଗ୍ରାହକଙ୍କୁ ଏକ ବଡ ଶକ୍ତି ଦେବ । ଏହି ବିଲ୍ ପାରିତ ହେବା ପରେ ଘରୋଇ କମ୍ପାନୀଗୁଡିକ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ରାସ୍ତା ଖୋଲିବ, କାରଣ ଲାଇସେନ୍ସ ନେବାକୁ ଆବଶ୍ୟକ ହେବ ନାହିଁ ।

ଏହାଦ୍ୱାରା ପ୍ରତିଯୋଗିତା ମଧ୍ୟ ବୃଦ୍ଧି ପାଇବ ଓ ଏହାର ଲାଭ ସିଧାସଳଖ ବିଦ୍ୟୁତ୍ ଉପଭୋକ୍ତା ହିଁ ପାଇବେ । ବର୍ତ୍ତମାନ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଅଳ୍ପ କିଛି ସରକାରୀ ଏବଂ ବେସରକାରୀ କମ୍ପାନୀ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି । ଏହି ବିଲରେ ଗ୍ରାହକଙ୍କୁ ଅଧିକ ଶକ୍ତିଶାଳୀ କରାଯାଇଛି, ଯଦି କୌଣସି କମ୍ପାନୀ ସୂଚନା ନ ଦେଇ ବିଦ୍ୟୁତ୍ କାଟ କରନ୍ତି, ତେବେ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ପଡିବ । ବିଦ୍ୟୁତ୍ କମ୍ପାନୀକୁ ବିଦ୍ୟୁତ୍ କାଟିବା ପୂର୍ବରୁ ଗ୍ରାହକଙ୍କୁ ଏହା ଜଣାଇବାକୁ ପଡିବ । ଧାର୍ଯ୍ୟ ସମୟ ସୀମାଠାରୁ ବିଦ୍ୟୁତ୍ କାଟ ହୋଇଥିଲେ ମଧ୍ୟ କ୍ଷତିପୂରଣ ପ୍ରଦାନ ପାଇଁ ଏକ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *