ଗ୍ରାହକମାନେ ଏହିପରି ଭାବେ ନିଜ ବ୍ୟାଙ୍କ ଆକାଉଣ୍ଟକୁ ରଖନ୍ତୁ ସୁରକ୍ଷିତ । ବର୍ତ୍ତମାନ କଣ କରିବାକୁ ହେବ SBI ପକ୍ଷରୁ ସୂଚନା !

ଗ୍ରାହକମାନେ ଏହିପରି ଭାବେ ନିଜ ବ୍ୟାଙ୍କ ଆକାଉଣ୍ଟକୁ ରଖନ୍ତୁ ସୁରକ୍ଷିତ । ବର୍ତ୍ତମାନ କଣ କରିବାକୁ ହେବ SBI ପକ୍ଷରୁ ସୂଚନା !

ଉନ୍ନତମାନର ପ୍ରଯୁକ୍ତିବିଦ୍ୟାର ଏହି ସମୟରେ ନିଜର ଟଙ୍କା ନିରାପଦ ରଖିବା ସବୁଠାରୁ ଜରୁରୀ ଅଟେ । ଡ଼ିଜିଟାଲ ଟ୍ରାଞ୍ଜେକ୍ସନ (digital transaction) ସହିତ ମାଲୱେର ପରି ବିପଦ ମଧ୍ୟ ବଢ଼ିବାରେ ଲାଗିଛି । ଏହିପରି ବିପଦରୁ ନିଜକୁ ନିଜର ଉପକରଣ ଏବଂ ଟଙ୍କା ଦୁଇଟିକୁ ସୁରକ୍ଷିତ ରଖିବା ଜରୁରୀ ଅଟେ ।

google

ଉନ୍ନତମାନର ପ୍ରଯୁକ୍ତିବିଦ୍ୟାର ଏହି ସମୟରେ ନିଜର ଟଙ୍କା ନିରାପଦ ରଖିବା ସବୁଠାରୁ ଜରୁରୀ ଅଟେ । ଡ଼ିଜିଟାଲ ଟ୍ରାଞ୍ଜେକ୍ସନ (digital transaction) ସହିତ ମାଲୱେର ପରି ବିପଦ ମଧ୍ୟ ବଢ଼ିବାରେ ଲାଗିଛି । ଏହିପରି ବିପଦରୁ ନିଜକୁ ନିଜର ଉପକରଣ ଏବଂ ଟଙ୍କା ଦୁଇଟିକୁ ସୁରକ୍ଷିତ ରଖିବା ଜରୁରୀ ଅଟେ । USB ଉପକରଣ ଜରିଆରେ ମାଲୱେର (malware software) ପରି ଭୟଙ୍କର ଭାଇରସ୍ ଆମ ସିଷ୍ଟମକୁ ଆସିଯାଇଥାଏ ଏଵଂ ସମସ୍ତ ଜରୁରୀ ସୂଚନା ଗୁଡିକୁ ଚୋରାଇ ଦେଇଥାଏ । ଏହାକୁ ଧ୍ୟାନରେ ରଖି SBI (State Bank of India) ନିଜ ଗ୍ରାହକ ମାନଙ୍କୁ ସୁରକ୍ଷିତ ଟିପ୍ସ ଦେଇଛନ୍ତି ।

ଡାଟା ଚୋରି ହୋଇଯାଇଥାଏ

google

ୟୁଏସବୀ ଉପକରଣ ସାହାଯ୍ୟରେ ବହୁତ ସହଜରେ ମାଲୱେର ସଂକ୍ରମଣ ହୋଇପାରେ କାରଣ ସେମାନଙ୍କୁ ଅନେକ ଉପକରଣ ମାନଙ୍କରେ ଲଗାଯାଇଥାଏ ଏବଂ ବିନା ସୁରକ୍ଷା ବିଷୟରେ ଚିନ୍ତା ନକରି ବ୍ୟବହାରକାରୀ ମାନେ ବ୍ୟବହାର କରିଥାନ୍ତି । ଏହିପରି ପରିସ୍ଥିତିରେ ଗ୍ରାହକ ମାନଙ୍କ ତଥ୍ୟ ଚୋରି ହୋଇଯାଇଥାଏ ।

SBI ଟ୍ୱିଟ୍ କରିଛି

ଦେଶର ସରକାରୀ ବ୍ୟାଙ୍କ SBI ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛି । ଏହି ଟ୍ୱିଟରେ ଷ୍ଟେଟ୍ ବ୍ୟାଙ୍କ ସୁରକ୍ଷା ଟିପ୍ସ ସମ୍ବନ୍ଧରେ କହିଛନ୍ତି କି, ଗ୍ରାହକମାନଙ୍କୁ କଣ କରିବା ଉଚିତ୍ ଏବଂ କରିବା ଉଚିତ୍ ନୁହେଁ । @TheOfficialSBI ଆକାଉଣ୍ଟରେ କରାଯାଇଥିବା ଟ୍ୱିଟରେ ଲେଖା ଯାଇଛି, ‘ଯଦି କୌଣସି ମଧ୍ୟ ଉପଭୋକ୍ତା ଅନ୍ୟମନଷ୍କରେ USB ବ୍ୟବହାର କରନ୍ତି ତେବେ ଆପଣଙ୍କ ଉପକରଣକୁ କୌଣସି ମଧ୍ୟ ମାଲୱେର ସହଜରେ ଆସିଯାଇପାରେ । ଯଦି ଆପଣ ମଧ୍ୟ ଆପଣଙ୍କର ଉପକରଣକୁ ମାଲୱେୟାରରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ SBI ଆପଣଙ୍କୁ କିଛି ଖାସ୍ ଟିପ୍ସ ଦେଇଛି ।

ଭିଡ଼ିଓ ଜାରି କରାଯାଇଛି

ବ୍ୟାଙ୍କ ତରଫରୁ ଗୋଟିଏ ସର୍ଟ ଭିଡ଼ିଓ ଜାରି କରାଯାଇଛି, ଯେଉଁଥିରେ ବ୍ୟାଙ୍କ କହିଛି କି, ଗ୍ରାହକମାନଙ୍କୁ କଣ କରିବା ଉଚିତ୍ ଏବଂ କଣ ନୁହେଁ ।

କଣ କରିବେ ଗ୍ରାହକ

* USB ଉପକରଣ ବ୍ୟବହାର କରିବା ପୂର୍ବରୁ ଆଣ୍ଟିଭାଇରସ୍ ସ୍କାନ କରନ୍ତୁ ।
* ଏହା ବ୍ୟତୀତ ଉପକରଣରେ ପାଶ୍ୱୱାର୍ଡ ଦେଇ ରଖନ୍ତୁ ।
* ବ୍ୟାଙ୍କ ବିବରଣୀ ସହିତ ଜଡ଼ିତ ସମସ୍ତ ଫାଇଲ ଏବଂ ଫୋଲ୍ଡର ଗୁଡିକୁ ଏନକ୍ରିଫ୍ଟ କରି ରଖନ୍ତୁ ।
* ଡାଟା ଗୁଡିକୁ ନକଲ କରିବା ସମୟରେ ୟୁଏସବୀ ସିକ୍ୟୁରିଟି ପ୍ରଡକ୍ଟ ବ୍ୟବହାର କରନ୍ତୁ ।

କଣ କରିବେ ନାହିଁ

* ଅଜଣା ଲୋକ ମାନଙ୍କ ଠାରୁ କୌଣସି ପ୍ରକାର ମଧ୍ୟ ପ୍ରମୋସନାଲ ୟୁଏସବୀ ଉପକରଣ ଏକ୍ସପର୍ଟ କରନ୍ତୁ ନାହିଁ ।
* କେବେ ମଧ୍ୟ ନିଜର ସମ୍ବେଦନଶୀଳ ସୂଚନା ଯେପରି ବ୍ୟାଙ୍କର ସବିଶେଷ ତଥ୍ୟ ଏବଂ ପାଶ୍ୱୱାର୍ଡ ୟୁଏସବୀ ଡେସ୍କ ଉପରେ ନରଖନ୍ତୁ ।
* ଭାଇରସ୍ ସଂକ୍ରମିତ ସିଷ୍ଟମରେ ନିଜର ୟୁଏସବୀ ଉପକରଣ ସୁଇଚ୍ ଅନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *