କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ବାପା ! ପତ୍ନୀ ନତାଶାଙ୍କ ଜନ୍ମ ଦେଲେ ପୁଅକୁ…

କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ବାପା ! ପତ୍ନୀ ନତାଶାଙ୍କ ଜନ୍ମ ଦେଲେ ପୁଅକୁ…

ହାର୍ଦ୍ଦିକ ଚଳିତ ବର୍ଷର ପ୍ରଥମ ଦିନ ଅର୍ଥାତ ୧ ଜାନୁଆରୀ ୨୦୨୦କୁ ସର୍ଭିୟାନ ମଡ଼େଲ ନତାଶା ଷ୍ଟେନକୋବିକ ସହିତ ନିର୍ବନ୍ଧ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେ ଲକ୍ଡ଼ାଉନ ସମୟରେ ନତାଶାଙ୍କ ସହିତ କିଛି ଫଟୋ ସେୟାର କରି ନିଜ ପିତା ହେବାର ଖୁସିର ଖବର ଫ୍ୟାନ୍ସ ମାନଙ୍କ ସହିତ ଜାହିର କରିଛନ୍ତି ।

ଭାରତୀୟ କ୍ରିକେଟ ଦଳର ଅଲ୍-ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଯାଇଛନ୍ତି । ତାଙ୍କ ସ୍ତ୍ରୀ ନତାଶା ଷ୍ଟେନକୋବିକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ସର୍ବୀୟାଇ ନୃତ୍ୟ ଶିଳ୍ପୀ ଅଭିନେତ୍ରୀ ନତାଶା ଷ୍ଟେନକୋବିକ ଗତ କିଛି ଦିନରୁ ନିଜ ଗର୍ଭବତୀ ସମୟକୁ ସୋସିଆଲ ମିଡ଼ିଆରେ ସେୟାର କରୁଥିଲେ । ଯେଉଁଠାରେ ସବୁ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସହିତ ଥିବାର ନଜର ଆସୁଛନ୍ତି ।

କୋଭିଡ-୧୯ ମହାମାରୀ (କରୋନା ଭାଇରସ ସଂକ୍ରମଣ) ସମୟରେ ଭାରତରେ ହୋଇଥିବା ଲକ୍ଡ଼ାଉନ ସମୟରେ ହାର୍ଦ୍ଦିକ ଓ ନତାଶା ବିବାହ କରିଥିଲେ । କିଛି ମାସ ପରେ ଦୁହେଁ କହିଲେ ଯେ ସେ ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି ।

ହାର୍ଦ୍ଦିକଙ୍କ ପ୍ରଥମ ଛୁଆର ଜନ୍ମର ଖବର ସାମନାକୁ ଆସିବା ପରେ ବର୍ତ୍ତମାନ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଏହି କଥାର ଉତ୍ସାହ ବଢିଯାଇଛି ଯେ, ସେ ତାଙ୍କ ଛୁଆର ନାମ କଣ ରଖିବେ । ଯଦିଓ ଏହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହା ପୂର୍ବରୁ ଲକ୍ଡ଼ାଉନ ସମୟରେ ନିଜର କେତେକ ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଥିଲେ । ନତାଶା ଷ୍ଟେନକୋବିକ ନିଜର ବେବି ବମ୍ପକୁ ଫ୍ଲଣ୍ଟ କରି କିଛି ଫଟୋ ସେୟାର କରିଥିଲେ । ଫଟୋକୁ ସେୟାର କରି ସେମାନେ ହାର୍ଦ୍ଦିକ ପାଣ୍ଡ୍ୟାକୁ ମଧ୍ୟ ଟେଗ୍ (Tag) କରିଛନ୍ତି । ନତାଶା ଏହି ପୋଷ୍ଟରେ କ୍ୟାପନରେ ଲେଖିଥିଲେ- ଖୁସି ଅଛି ମାର୍ଗରେ ।

Google

ମେ’ ମାସରେ, ହାର୍ଦ୍ଦିକ ଘୋଷଣା କରିଥିଲେ ଯେ ତାଙ୍କ ପତ୍ନୀ ନତାଶା ଗର୍ଭବତୀ ଅଛନ୍ତି ଏବଂ ସେ ନିଜ ବିବାହର ଏକ ଫଟୋ ମଧ୍ୟ ସେୟାର କରିଥିଲେ, ଯାହା ଲକ୍ଡ଼ାଉନ ସମୟରେ ଏକ ବ୍ୟକ୍ତିଗତ ସମାରୋହ ଥିଲା ।

ହାର୍ଦ୍ଦିକ ସେହି ସମୟରେ ନିଜ ପାର୍ଟନର ସହିତ ଏକ ଫଟୋ ସେୟାର କରି କହିଥିଲେ, “ନତାଶା ଓ ମୁଁ ଗୋଟିଏ ସାଥିରେ ଏକ ମହାନ ଯାତ୍ରା କରିଥିଲୁ ଓ ଏହା ଆଗକୁ ଆହୁରି ସୁନ୍ଦର ହେବାକୁ ଯାଉଛି । ଗୋଟିଏ ସାଥିରେ ଆମେ ଖୁବଶୀଘ୍ର ନିଜ ଜୀବନରେ ଏକ ନୂତନ ଜୀବନକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ଅଛି । ଆମେ ନିଜ ଜୀବନରେ ଏକ ନୂତନ ପର୍ଯ୍ୟାୟରେ ଅତ୍ୟନ୍ତ ଆନନ୍ଦିତ ଅଛୁ ଏବଂ ଆପଣଙ୍କ ଆଶୀର୍ବାଦ ଚାହେଁ ।

Leave a Reply

Your email address will not be published. Required fields are marked *