ଏକ ତରଫା ପ୍ରେମରେ ବଳି ପଡିଯାଇଛି ଜଣେ ନିରୀହ କନ୍ୟା ।

ଏକ ତରଫା ପ୍ରେମରେ ପାଗଲ ଜଣେ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଝିଅର ଘରେ ପଶି ଝିଅଟି ଶୋଇଥିବା ଅବସ୍ଥାରେ ଝିଅଟିର ଗଳା କାଟି ଦେଇଛି । ଝିଅଟିର ଚିତ୍କାର ଶୁଣି ଝିଅଟିର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଝିଅଟିକୁ ନିକଟସ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ କିନ୍ତୁ ଝିଅଟିର ଅବସ୍ଥା ଗୁରୁତର ହୋଇଯିବା ପରେ ଜିଲ୍ଲା ଡାକ୍ତରଖାନାର ଡାକ୍ତର ଝିଅଟିକୁ ଅଲିଗଡ଼ ହାୟର ସେଣ୍ଟର ପଠାଇ ଦେଇଥିଲେ । ଅନ୍ୟପକ୍ଷରେ ପୋଲିସ ଆରୋପିକୁ ଗିରଫ କରି ଏହି ବିଷୟରେ ପ୍ରଶ୍ନ କରିଛି ।

ଆରୋପୀ ଏହି ପ୍ରକାର ଘଟଣା ଘଟାଇଥିଲା :

Google

ମାରହରା ଥାନା କ୍ଷେତ୍ରର ଜଣେ ଯୁବତୀ ନିଜ ଘରେ ଶୋଇଥିବା ସମୟରେ ଆରୋପୀ ରାଜେଶ ନିଶାଶକ୍ତ ଅବସ୍ଥାରେ କୌଶଳ କ୍ରମେ ଯୁବତୀର କକ୍ଷରେ ପ୍ରବେଶ କରିଥିଲା । କକ୍ଷରେ ଶୋଇଥିବା ଯୁବତୀଙ୍କୁ ଧରିବା ଫଳରେ ଯୁବତୀ ଚିତ୍କାର କରିଥିଲେ, ଚିତ୍କାର ଶୁଣିବା ପରେ ଯୁବତୀର ପରିବାର ଯୁବତୀର ଶୋଇଥିବା କକ୍ଷରେ ପ୍ରବେଶ କରିଥିଲେ ଠିକ୍ ଏହି ସମୟରେ ନିଶାଶକ୍ତ ରାଜେଶ ହାତରେ ଧରିଥିବା ଛୁରୀରେ ଯୁବତୀର ଗଳାକୁ କାଟି ଦେଇଥିଲା ।

ପୋଲିସ ଆରୋପୀ ରାଜେଶକୁ ଗିରଫ କରିଛି :

Google

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ତଳେ ପଡିଯାଇଥିଲେ, ପରିଜନ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇଥିଲେ ଏବଂ ରାତ୍ର ଏକ ଘଣ୍ଟା ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଯୁବତୀକୁ ପରିବାରଜନ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାକୁ ନେଇ ଯାଇଥିଲେ । ଜିଲ୍ଲା ଡାକ୍ତରଖାନାରେ ଯୁବତୀଙ୍କ ଅବସ୍ଥା ଗୁରୁତର ହୋଇଯିବା ପରେ ଆଗ୍ରା ପଠାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ପୋଲିସ ଆରୋପିକୁ ଗିରଫ କରିନେଇଛି ।

ପିତା ପୋଲିସ ଉପରେ ଆରୋପ ଲଗାଇଛନ୍ତି :

ପୀଡିତଙ୍କ ପିତା କହିଛନ୍ତି ଦୁଇ ବର୍ଷ ପୂର୍ବେ ଆରୋପୀ ରାଜେଶ ଝିଅ ସହ ଖରାପ ବ୍ୟବହାର କରୁଥିଲା, ସେହି ସମୟରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ନଥିଲା । ଯଦି ସେହି ସମୟରେ ପୋଲିସ କଠୋର ପଦକ୍ଷେପ ନେଇଥାନ୍ତା, ତେବେ ଆଜି ମୋ ଝିଅର ଅବସ୍ଥା ଏହିପରି ହୋଇନଥାନ୍ତା ।

ପତ୍ନୀ ଆରୋପୀ ରାଜେଶଙ୍କ ଛାଡି ଚାଲି ଯାଇଛି :

ଥାନା ପ୍ରଭାରୀ ନିରୀକ୍ଷକ ଜିତେନ୍ଦ୍ର ସିଂହ ଭଦୌରିୟା କହିଛନ୍ତି; ଆରୋପୀ ବର୍ତ୍ତମାନ ପୋଲିସ ହାଜତରେ ରହିଛି । ଆରୋପୀକୁ ପ୍ରଶ୍ନ କରିବା ସମୟରେ ଜଣା ପଡିଥିଲା ଆରୋପୀ ବିବାହିତ ଅଟେ କିନ୍ତୁ ଆରୋପୀର କାର୍ଯ୍ୟକଳାପ ଯୋଗୁଁ ପତ୍ନୀ ଆରୋପିକୁ ଛାଡି ଚାଲିଯାଇଛି । ଆଘାତ ପ୍ରାପ୍ତ ଯୁବତୀର ପରିଜନ ଆଗ୍ରାରେ ଅଛନ୍ତି ।

Be the first to comment

Leave a Reply

Your email address will not be published.


*