କୋଭିଡ୍-19ରେ ସୁସ୍ଥ ହୋଇଥିବା ଲୋକେ ବର୍ତ୍ତମାନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି !

ଚନ୍ଦା କରୁଛି କୋଭିଡ୍-19 : ସୁସ୍ଥ ଲୋକଙ୍କ ମୁଣ୍ଡରୁ ଝଡୁଛି ଚୁଟି….

ନୂଆଦିଲ୍ଲୀ,୨୮/୯: ଅଦୃଶ୍ୟ ରାକ୍ଷସ କରୋନା ଆତଙ୍କରେ ଏବେ ସାରା ବିଶ୍ଵ ଆତଙ୍କିତ । ପ୍ରତି କିଛିଦିନ ଅନ୍ତରାଳରେ ଏହି ଭୂତାଣୁ କାୟା ପରିବର୍ତ୍ତନ କରୁଥିବା ବେଳେ ଏବେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । କରୋନା ମହାମାରୀ ସଂକ୍ରମିତ ଲୋକଙ୍କ ଆଭ୍ୟନ୍ତରିଣ ଅଙ୍ଗକୁ ପ୍ରଭାବିତ କରୁଥିବା ନେଇ ଏପର୍ଯ୍ୟନ୍ତ କୁହାଯାଉଥିଲା । ହେଲେ ଏବେ ଆମେରିକାରେ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କ ମୁଣ୍ଡରୁ ଚୁଟି ଝଡୁଥିବା ନେଇ କୁହାଯାଉଛି । ସଂକ୍ରମଣରୁ ସୁସ୍ଥ ହେବା ପରେ ମୁଣ୍ଡରୁ ଚୁଟି ଝଡି ଯାଉଥିବାରୁ ଲୋକେ ଡାକ୍ତରଙ୍କ ପାଖକୁ ଆସୁଛନ୍ତି । ଏବେ ଏଭଳି ଲୋକଙ୍କ ସଂଖ୍ୟା ବଢୁଥିବା ଡାକ୍ତର କହିଛନ୍ତି ।

Google

ଅନ୍ୟପକ୍ଷରେ କେବଳ କୋଭିଡ୍ ଆକ୍ରାନ୍ତ ନୁହନ୍ତି, ସାଧାରଣ ଲୋକଙ୍କ ଠାରେ ମଧ୍ୟ ଏବେ ଏହି ସମସ୍ୟା ଦେଖାଦେଇଛି । ଏପର୍ଯ୍ୟନ୍ତ ସଂକ୍ରମିତ ହୋଇ ନଥିବା ଲୋକଙ୍କ ଠାରେ ମଧ୍ୟ ଏଭଳି ସମସ୍ୟା ଦେଖା ଦେଇଛି । ତେବେ ଏଭଳି ଅଭିଯୋଗ କରୁଥିବା ଅଣ-ସଂକ୍ରମିତ ମାନଙ୍କର ଦୁଃଶ୍ଚିନ୍ତା ଯୋଗୁଁ ଚୁଟି ଝଡିବା ସମସ୍ୟା ହେଉଥାଇପାରେ ବୋଲି ଡାକ୍ତର ଅନୁମାନ କରୁଛନ୍ତି । 

କୋଭିଡ-୧୯ ଯୋଗୁଁ ଆମେରିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଲୋକେ ଚାକିରି ହରାଇ ରାସ୍ତାକୁ ଚାଲିଆସିଛନ୍ତି । ଏଣୁ ଜୀବିକା ଚିନ୍ତା, ସମ୍ପର୍କୀୟଙ୍କ ମୃତ୍ୟୁ ଓ ଅନ୍ୟ ଚିନ୍ତାରେ ରହୁଥିବାରୁ ଲୋକଙ୍କ ଚୁଟି ଝଡୁଛି ବୋଲି ଡାକ୍ତର ଆଶଙ୍କା ପ୍ରକାଶ କରିଛନ୍ତି ।

କ୍ଲିଭଲ୍ୟାଣ୍ଡ କ୍ଲିନିକରେ ଚର୍ମ ବିଭାଗର ଆସୋସିଏଟ ପ୍ରଫେସର ଡା. ଶିଳ୍ପୀ କ୍ଷେତ୍ରପାଲ ଏହି ମହାମାରୀ ପାଇଁ ଲୋକଙ୍କଠାରେ ଅନେକ ପ୍ରକାର ଦୁଶ୍ଚିନ୍ତା ଘୁରି ବୁଲୁଥିବା କହିଛନ୍ତି । ଏଣୁ ଲୋକେ ଚୁଟି ଝଡିବା ସମସ୍ୟାରେ ପଡିଛନ୍ତି । ସେ ସପ୍ତାହକୁ ପ୍ରାୟ ଏପରି ୨୦ରୁ ଅଧିକ ଲୋକଙ୍କୁ ଦେଖୁଥିବା ସୂଚନା ଦେଇଛନ୍ତି । ତେବେ ଏହି ସମସ୍ୟା ସାମୟିକ ଓ ଦୁଃଶ୍ଚିନ୍ତା ଦୂର ହେବା ସହ ଲୋକେ ଚୁଟି ଝଡିବା ସମସ୍ୟାରୁ ମଧ୍ୟ ମୁକ୍ତ ହୋଇଯିବେ ବୋଲି ସେ କହିଛନ୍ତି । ସେହିପରି ସଂକ୍ରମଣରୁ ମୁକ୍ତ ହେବା ପରେ ଯେଉଁମାନଙ୍କର ଚୁଟି ଝଡୁଛି ତାହା ଦୁର୍ବଳତା ଦୂର ହେବା ପରେ ସ୍ୱଭାବିକ ହୋଇଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

Be the first to comment

Leave a Reply

Your email address will not be published.


*