Covid-19 : ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ସାବଧାନ ରୁହନ୍ତୁ ! ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ…

Covid-19 : ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ସାବଧାନ ରୁହନ୍ତୁ ! ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ…

ଦେଶରେ କରୋନା ଭାଇରସ୍ ସଂକ୍ରମଣର ସ୍ଥିତି ଲଗାତାର ଭାବେ ଗମ୍ଭୀର ହେବାରେ ଲାଗିଛି । ଏମିତିରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯେଉଁ ବ୍ୟକ୍ତିମାନଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନେ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇପାରନ୍ତି । ବିଶେଷଜ୍ଞମାନେ ପରାମର୍ଶ ଦେଇଇଛନ୍ତି ଯେ, ଯେଉଁ ଲୋକମାନଙ୍କ ଠାରେ କରୋନା ରୋଗର ଲକ୍ଷଣ ଦୃଷ୍ଟି ଗୋଚର ହେଉଛି ସେମାନଙ୍କ ଚିକିତ୍ସା କରିବା ଜରୁରୀ ଅଟେ । କରୋନା ଭାଇରସ୍ ଲକ୍ଷଣ ଦୃଷ୍ଟିଗୋଚର ହେଉଥିବା ବ୍ୟକ୍ତିମାନେ ଟେଷ୍ଟ ରିପୋର୍ଟ ଆସିବାର ଅପେକ୍ଷା କରିବା ଉଚିତ ନୁହେଁ ।

google

ଚିକିତ୍ସକମାନଙ୍କ କହିବା ଅନୁସାରେ, ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ରୋଗୀର କୋଭିଡ୍-୧୯ର କ୍ଲିନିକାଲ୍ ଲକ୍ଷଣ ଦେଖାଯାଇଥାଏ କିନ୍ତୁ ଅନେକ ଥର ସେମାନଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥାଏ । ଚିକିତ୍ସକମାନେ କହିଛନ୍ତି ଯେ, ଏହିପରି ରୋଗୀଙ୍କ କ୍ରମାଗତ ଅନେକ ପରୀକ୍ଷା ପରେ ହିଁ ସେମାନଙ୍କ ଠାରେ ସଂକ୍ରମଣ ନିଶ୍ଚିତ ହୋଇପାରିଛି । ଏହିପରି ପରିସ୍ଥିତିରେ ଚିକିତ୍ସା ଆରମ୍ଭ କରିବା ପାଇଁ ରିପୋର୍ଟ ଉପରେ ନିର୍ଭର କରିବା ରୋଗୀର ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ ନୁହେଁ ।

ଚିକିତ୍ସା ପାଇଁ କରୋନା ଟେଷ୍ଟ ରିପୋର୍ଟ ଆସିବାର ଅପେକ୍ଷା କରିବା ଉଚିତ ନୁହେଁ :

ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଫୁସଫୁସ ବିଭାଗର, କ୍ରିଟିକାଲ୍ କେୟାର୍ ଆଣ୍ଡ ସ୍ଲିପ୍ ମେଡିସିନ ବିଭାଗର ପ୍ରଫେସର ନୀରଜ ଗୁପ୍ତା କହିଛନ୍ତି ଯେ, ବର୍ତ୍ତମାନ ବିଶେଷଜ୍ଞଙ୍କ ସାଧାରଣ ମତ ଚିକିତ୍ସା ନିମନ୍ତେ ରୋଗୀ ଠାରେ ଦୃଷ୍ଟିଗୋଚର ହେଉଥିବା ଲକ୍ଷଣର ପ୍ରବଳତା ଏବଂ ସିଟି ସ୍କାନିଂ ରିପୋର୍ଟକୁ ପ୍ରମୁଖ କାରଣ ହେବା ଉଚିତ । ଚିକିତ୍ସା ଆରମ୍ଭ କରିବା ପାଇଁ, କେବଳ ଆରଟି-ପିସିଆର ପରୀକ୍ଷାର ଫଳାଫଳ ଉପରେ ନିର୍ଭର କରିବା ଉଚିତ ନୁହେଁ, ଯାହା ସଠିକତାର ହାର ମାତ୍ର ୭୦ ପ୍ରତିଶତ ଅଟେ ।

Google

ଡାକ୍ତର ଗୁପ୍ତାଙ୍କ କହିବା ଅନୁସାରେ, ଯଦି ଆମେ କେବଳ ଏହି ସମସ୍ତ ପରୀକ୍ଷଣ ଉପରେ ନିର୍ଭର କରି ରହିବା, ତେବେ ବହୁ ସଂଖ୍ୟକ ରୋଗୀ ଚିକିତ୍ସାରୁ ବଞ୍ଚିତ ରହିଯିବେ । ସେ କହିଛନ୍ତି ଯେ, ରାପିଡ୍ ଆଣ୍ଟିଜେନ ପରୀକ୍ଷଣର ସମ୍ବେଦନଶୀଳତା ମଧ୍ୟ ମାତ୍ର ୪୦ ପ୍ରତିଶତ ହିଁ ଅଟେ । ତଥାପି ଆଣ୍ଟିବଡି ପ୍ରୋବ ସମ୍ବେଦନଶୀଳତା ୯୦ ପ୍ରତିଶତ ଅଟେ, କିନ୍ତୁ ଏହା କେବଳ କରୋନା ଭାଇରସର ପୂର୍ଵ ସଂକ୍ରମଣକୁ ନିଶ୍ଚିତ କରିବାରେ ଉପଯୋଗୀ ହୋଇଥାଏ । ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର କୌଣସି ମୂଲ୍ୟ ନଥାଏ ।

ଏମିତି ମଧ୍ୟ କିଛି ମାମଲା ଅଛି ଯେଉଁଥିରେ ଲକ୍ଷଣ ଅଛି କିନ୍ତୁ ରିପୋର୍ଟ ନେଗେଟିଭ୍ :

Google

ଡାକ୍ତର ଗୁପ୍ତା କହିଛନ୍ତି ଯେ, ଚିକିତ୍ସା ଆରମ୍ଭ କରିବା ନିମନ୍ତେ ଆମେ ଯାଞ୍ଚ ରିପୋର୍ଟ ଆସିବାର ଅପେକ୍ଷା କରିପାରିବୁ ନାହିଁ । ଏଥିପାଇଁ ଆମକୁ ଲକ୍ଷଣଗୁଡ଼ିକର ଆଧାର ଉପରେ ବିଚାର କରିବାକୁ ପଡିବ । ବିଶେଷଜ୍ଞମାନେ କହିଛନ୍ତି ଯେ, ଯେଉଁ କ୍ଷେତ୍ରରେ ରୋଗୀଙ୍କ ଠାରେ ରୋଗର ଲକ୍ଷଣ (କୋଭିଡ୍-୧୯) ଦେଖାଯାଇଥାଏ କିନ୍ତୁ ବାରମ୍ବାର ପରୀକ୍ଷଣ କରିବା ପରେ ମଧ୍ୟ ସଂକ୍ରମଣ ନିଶ୍ଚିତ ହୋଇନଥାଏ, ତେବେ ଫୁସଫୁସର ସିଟି ସ୍କାନର ଉଚିତ ପରିଣାମ ଜାଣିବାରେ ଲାଭପ୍ରଦ ହୋଇପାରେ ।

Google

ଏମ୍ସ (AMIS)ରେ ଗେରିଏଟ୍ରିକ ମେଡିସିନ ବିଭାଗରେ ସହକାରୀ ପ୍ରଫେସର ଡକ୍ଟର ବିଜୟ ଗୁର୍ଜର କହିଛନ୍ତି ଯେ, ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ରୋଗୀର ଲକ୍ଷଣ ଦେଖାଯିବା ପରେ ମଧ୍ୟ ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଛି । ଏହିପରି ରୋଗୀଙ୍କ ତିନିରୁ ଚାରିଥର ଆରଟି-ପିସିଆର ଯାଞ୍ଚ କରିବା ପରେ ମଧ୍ୟ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଯେତେବେଳେ କି, ସିଟି ସ୍କାନରେ ଅଲଗା ନିମୋନିଆର ସଙ୍କେତ ମିଳିଛି, ଯେଉଁମାନଙ୍କର କୋଭିଡ-୧୯ ହେବାର ପ୍ରବଳ ଆଶଙ୍କା ରହିଥାଏ ।

ଭୁଲ ପ୍ରକ୍ରିୟାରେ ସାମ୍ପଲ ନେବା ମଧ୍ୟ ପରିଣାମ ବଦଳାଇପାରେ :

Google

ସେ କହିଥିଲେ ଏହାପରେ ଜଣା ପଡ଼ିଥିଲା ଯେ, ସେହି ରୋଗୀମାନଙ୍କ ଶରୀରରେ କରୋନା ଭୂତାଣୁ ବିରୁଦ୍ଧରେ ଆଣ୍ଟିବଡି ଥିଲା । ଏହାର ଅର୍ଥ ହେଉଛି ସେମାନଙ୍କୁ ସଂକ୍ରମଣ ଥିଲା କିନ୍ତୁ ଆରଟି-ପିସିଆର ଯାଞ୍ଚରେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସୁଥିଲା । ଡାକ୍ତର ଗୁର୍ଜର କହିଛନ୍ତି ଯେ, “ଏହିପରି ପରିସ୍ଥିତିରେ ଯଦି ରୋଗୀଙ୍କ ଠାରେ ଲକ୍ଷଣ ଦେଖାଉଛି କିମ୍ବା ରୋଗୀ ବୃଦ୍ଧ ଅଟନ୍ତି କିମ୍ବା ସେ ଅନ୍ୟ କିଛି ରୋଗରେ ପୀଡିତ ଅଛନ୍ତି, ତେବେ ତାଙ୍କ ଚିକିତ୍ସା କୋଭିଡ଼-୧୯ ଅନୁଯାୟୀ କରାଯିବା ଉଚିତ ଏବଂ ଏଥିପାଇଁ ଯାଞ୍ଚ ରିପୋର୍ଟ ସକରାତ୍ମକ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ ନୁହେଁ ।”

google

ଇନ୍ଦ୍ରପ୍ରସ୍ଥ ଅପୋଲୋ ହସ୍ପିଟାଲରେ ସ୍ଲିପ୍ ଡିସାଇଡ଼ର, କ୍ରିଟିକାଲ କେୟାର ଏବଂ ଶ୍ୱାସକ୍ରିୟାର ବରିଷ୍ଠ ପରାମର୍ଶଦାତା ଡକ୍ଟର ନିଖିଲ ମୋଦୀ କହିଛନ୍ତି ଯେ, ଯାଞ୍ଚ ରିପୋର୍ଟ ପରିଣାମ ଭୁଲ ଆସିବା ପଛରେ ଏକ ପ୍ରମୁଖ କାରଣ ହେଉଛି ସାମ୍ପଲ ସଂଗ୍ରହ କରିବାର ଭୁଲ୍ ଉପାୟ । ଯଦି ସାମ୍ପଲ୍ ସଠିକ୍ ଭାବରେ ନିଆଯାଏ ନାହିଁ, ତେବେ ଯାଞ୍ଚର ପରିଣାମ ଭୁଲ୍ ଆସିପାରେ । ସାମ୍ପଲରେ ଭାଇରାଲର ମାତ୍ରା (ଭାଇରାଲ ଲୋଡ) କମ ହେବା ଦ୍ୱାରା ସଂକ୍ରମଣ ହେବା ପରେ ମଧ୍ୟ ଫଳାଫଳ ନେଗେଟିଭ୍ ଆସିପାରେ ।

Leave a Reply

Your email address will not be published. Required fields are marked *