ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଯୋଗୁଁ ତାଙ୍କ ଫ୍ୟାନ୍ସ ମାନେ ସ୍ତବ୍ଧ ହୋଇଯାଇଛନ୍ତି । ଅଭିନେତା ୧୪ ଜୁନରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଏହା ପରେ ଅନେକ ରିପୋର୍ଟ ସାମନାକୁ ଆସିଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କୁ ବଲିଉଡ଼ରେ ଦୂରେଇ ରଖିବା ପାଇଁ ଚେଷ୍ଟା କରାଯାଉଥିଲା । ଏହି ରିପୋର୍ଟରେ ସଲମାନ ଖାନ୍, ଏକ୍ତା କପୂର, କରନ୍ ଜୋହାର, ସଞ୍ଜୟ ଲୀଳା ଭଂଶାଳୀ ସମେତ ଅନେକ ଗୁଡ଼ିଏ ନିର୍ଦେଶକ ଉପରେ ଗମ୍ଭୀର ଆରୋପ ଲଗାଯାଇଛି । ଏଥିପାଇଁ ଫ୍ୟାନ୍ସ ମାନେ ଏହି କଳାକାର ମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଏପରି ହିଁ ଅଧିବକ୍ତା ସୁଧୀର ଓଝା ମଧ୍ୟ ସଲମାନ ଖାନ୍, କରନ୍ ଜୋହାର ସମେତ ୧୨ଟି ଫିଲ୍ମୀ କଳାକାର ମାନଙ୍କ ଉପରେ ପତ୍ର ଦାଖଲ କରିଛନ୍ତି । ଯାହାକୁ ବର୍ତ୍ତମାନ ସିଜିଏମଓ କୋର୍ଟ ଖାରଜ କରିଦେଇଛି ।

ବାସ୍ତବରେ ସୁଧୀର ଓଝା ୧୨ ଜଣ କଳାକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଦାବି କରି ସିଜିଏମ୍ କୋର୍ଟରେ ପତ୍ର ଦାଖଲ କରିଥିଲେ କିନ୍ତୁ କୋର୍ଟ ଏହି ମାମଲାକୁ ନିଜ କ୍ଷେତ୍ରଧିକାର ବାହାରର ବୋଲି କହିଲା । ଯାହା ଫଳରେ ପତ୍ରକୁ ସ୍ୱୀକାର କରାଗଲା ନାହିଁ ବରଂ ଖାରଜ କରିଦିଆଯାଇଛି । ଯଦିଓ ସୁଧୀର ଓଝା ବର୍ତ୍ତମାନ ଏହି ମାମଲାରେ କୋର୍ଟକୁ ପୁନର୍ବାର ବିଚାର ପତ୍ର ଦାଖଲ କରିବେ । ଜଣାଇଦେଉଛୁ ଯେ ଗତ ଶୁଣାଣି ସମୟରେ ଏହି ମାମଲାରେ ସଲମାନ ଖାନଙ୍କ ଓକିଲ ମଧ୍ୟ କୋର୍ଟ ପହଞ୍ଚି ଥିଲେ କିନ୍ତୁ ଏହି ସମୟରେ କହିଥିଲେ ଯେ ବର୍ତ୍ତମାନ ଏହା ଉପରେ ପ୍ରକ୍ରିୟା ଆଗକୁ ବଢିନାହିଁ ଏଥିପାଇଁ ବର୍ତ୍ତମାନ ତାଙ୍କୁ ଅନୁମତି ଦିଆଯିବ ନାହିଁ ।

ଜଣାଇଦେଉଛୁ ଯେ ୧୭ ଜୁନକୁ ସଲମାନ ଖାନ୍, ସଞ୍ଜୟ ଲୀଳା ଭଂଶାଳୀ, ଆଦିତ୍ୟ ଚୋପଡ଼ା, କରନ୍ ଜୋହାର, ସାଜିଡ୍ ନାଡୀୟାଡ଼ବାଲା, ଭୂଷଣ କୁମାର, ଦିନେସ୍ ବିଜୟନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଉଛି । ଏହି ସମୟରେ ବିଜେପି ନେତା ଡା.ଅଜିତ କୁମାର ଅଭିଯୋଗ କରିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ଷଡ଼ଯନ୍ତ୍ର ଏବଂ ମାନସିକ ପ୍ରତାଡନା ଦେଇ ବାଧ୍ୟ କରାଯାଇଥିଲା ।