ଆରମ୍ଭ ହେବ ଅନଲକ୍- ୩ । ଖୋଲିବ ଏସବୁ ଏବଂ ବନ୍ଦ ରହିବ ମେଟ୍ରୋ ଓ ସ୍କୁଲ !

ଆରମ୍ଭ ହେବ ଅନଲକ୍- ୩ । ଖୋଲିବ ଏସବୁ ଏବଂ ବନ୍ଦ ରହିବ ମେଟ୍ରୋ ଓ ସ୍କୁଲ !

ଦେଶରେ କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜାରି ରହିଥିବା ଲକଡାଉନକୁ ବନ୍ଦ କରିବାର ପ୍ରକ୍ରିୟା ଚାଲିଛି । ଲକଡାଉନ ଭଳି ଏହି ପ୍ରକ୍ରିୟା ମଧ୍ୟ ପ୍ରଯ୍ୟାୟ କ୍ରମେ ସମ୍ପୂର୍ଣ୍ଣ କରାଯାଉଛି । କିନ୍ତୁ ବର୍ତ୍ତମାନ ଜାରି ଥିବା ଅନଲୋକ – ୨ ଏହି ମାସର ଶେଷ ଦିନ ଅର୍ଥାତ ଶୁକ୍ରବାର ଦିନ ସମାପ୍ତ ହେବ । ଅଗଷ୍ଟ ୧ ଠାରୁ ଅନଲୋକ – ୩ ଲାଗୁ ହେବ । ଏଥିପାଇଁ ସରକାର ଅନେକ ନିୟମାବଳୀକୁ ଅନ୍ତିମ ରୂପ ଦେବାରେ ଲାଗି ପଡ଼ିଛନ୍ତି । ଏଥର ଆଉକିଛି ପ୍ରତିବନ୍ଧକ ରଖା ଯାଇପାରେ ।

ଜିମ୍ ମଧ୍ୟ ଖୋଲିପାରେ :-

google

ମିଡିଆ ସୂତ୍ର ଅନୁଯାୟୀ ଲେଖାଯାଇଛି ଯେ ଅଗଷ୍ଟ ୧ ଠାରୁ ଅନଲୋକ – ୩ରେ ସିନେମା ଥିଏଟର ଖୋଲିବାର ଅନୁମତି ଦିଆଯାଇପାରେ । କିନ୍ତୁ ଏଥିପାଇଁ ସାମାଜିକ ଦୁରତ୍ଵର ପ୍ରକ୍ରିୟାକୁ କଡ଼ାକଡ଼ି ଭାବରେ ପାଳନ କରିବା ଜରୁରୀ ଅଟେ । ଏହାସହିତ ହିଁ ଜିମ୍ ଖୋଲିବା ଉପରେ ମଧ୍ୟ ଥିବା ପ୍ରତିବନ୍ଧକକୁ ଉଠାଯାଇ ପାରେ । ଅନ୍ୟ ପକ୍ଷରେ ସମଗ୍ର ଦେଶରେ ମେଟ୍ରୋ ସଞ୍ଚାଳନ ଏବଂ ସ୍କୁଲ ଗୁଡିକ ପୂର୍ବ ଭଳି ବନ୍ଦ ରହିବ । ଏହା ପୂର୍ବ ଅନଲୋକ ନିୟମ ଅନୁଯାୟୀ ସେହିଭଳି ରହିବ ।

ସ୍କୁଲ ଖୋଲବା ପକ୍ଷରେ ନାହାନ୍ତି ଅଧିକାଂଶ ଅଭିଭାବକ :-

google

ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ( MHRD ) ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ଗୁଡ଼ିକରେ ଆଲୋଚନା କରୁଛନ୍ତି । ଏହାକୁ ନେଇ ସ୍କୁଲ ଶିକ୍ଷା ସଚିବ ଅନିତା କରୱାଲ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଡକାଇଥିଲେ । ପୁଣି HDR ମନ୍ତ୍ରୀ ରମେଶ ପୋଖରିୟାଲ କିଛିଦିନ ପୂର୍ବରୁ କହିଥିଲେ ଯେ ଏହି ସମ୍ବନ୍ଧରେ ଅଭିଭାବକ ମାନଙ୍କ ମତ ପାଇଁ କୁହାଯାଇଛି । କିନ୍ତୁ ଅଧିକାଂଶ ଅଭିଭାବକ ଏବେ ସ୍କୁଲ ଖୋଲିବା ପକ୍ଷରେ ନାହାନ୍ତି । ସମଗ୍ର ଦେଶରେ ସ୍କୁଲ କଲେଜ ଏବଂ ୟୁନିଭରସିଟିକୁ ମାର୍ଚ୍ଚରେ ହିଁ ବନ୍ଦ କରି ଦିଆଯାଇଥିଲା ।

ଅଧା କ୍ଷମତାର ସହିତ ସିନେମା ଥିଏଟର ଖୋଲିବାକୁ ଚାହୁଁଛନ୍ତି ମାଲିକ :-

google

ଅନ୍ୟ ପକ୍ଷରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଗୃହ ମନ୍ତ୍ରାଳୟ ସାମ୍ନାରେ ସିନେମା ଥିଏଟରକୁ ଖୋଲିବାର ପ୍ରସ୍ତାବ ରଖିଥିଲେ । ଏହା ପୂର୍ବରୁ ମନ୍ତ୍ରାଳୟ ସିନେମାଘର ମାଲିକଙ୍କ ସହିତ ଏହି ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ । ସିନେମାଘର ମାଲିକଙ୍କ କହିବା କଥା ଯେ ୫୦ ପ୍ରତିଶତ କ୍ଷମତାର ସହିତ ସିନେମାଘର ଖୋଲିବାକୁ ପ୍ରସ୍ତୁତ ଅଛି, କିନ୍ତୁ ମନ୍ତ୍ରାଳୟର କହିବା କଥା ଯେ ପ୍ରଥମେ ୨୫ ପ୍ରତିଶତ କ୍ଷମତା ସହିତ ସିନେମାଘର ଖୋଲିବା ଉଚିତ । ଏବଂ ଏଥିରେ ସାମାଜିକ ଦୂରତ୍ୱ ସମେତ ଅନ୍ୟ ନିୟମ ଗୁଡ଼ିକର ମଧ୍ୟ କଡ଼ାକଡ଼ି ଭାବରେ ପାଳନ କରାଯିବା ଉଚିତ ।

ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ :-

google

ସୂତ୍ର ଅନୁସାରେ ଏହା ମଧ୍ୟ କୁହାଯାଉଛି ଯେ ଏଥର ରାଜ୍ୟ ସରକାର ମାନେ ନିଜ ନିଜ ରାଜ୍ୟରେ କୋରୋନା ଭୂତାଣୁ ମାମଲା ଏବଂ ସ୍ଥିତିକୁ ନଜରରେ ରଖି ନିୟମ ରଖାଯାଇ ଛାଡ଼ ଦିଆଯାଇ ପାରିବ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଅନଲୋକ – ୩ ଏବଂ କୋରୋନା ବିରୋଧରେ ଆଗାମୀ ଲଢ଼େଇର ରଣନୀତି ପ୍ରସ୍ତୁତି କରିବା ଏବଂ ବିଚାର – ବିମର୍ଶ ପାଇଁ ଖୁବଶୀଘ୍ର ସମସ୍ତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡ଼ିଓ କଂଫେରେନ୍ସିଂ ଜରିଆରେ ବୈଠକ କରିବେ । ମହାମାରୀର ସଂକ୍ରମଣ ଆରମ୍ଭ ହେବାଠାରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହିଭଳି ବୈଠକ କରି ସାରିଛନ୍ତି ।

Leave a Reply

Your email address will not be published. Required fields are marked *