ମହାମାରୀକୁ ଶେଷ କରିବା ପାଇଁ କେବଳ ଟୀକା ପ୍ରଭାବିକାରୀ ନୁହେଁ ! ବିଶେଷଜ୍ଞଙ୍କ ଅନୁସାରେ ଏପରି କରିବା ଜରୁରୀ ଅଟେ ।

ମହାମାରୀକୁ ଶେଷ କରିବା ପାଇଁ କେବଳ ଟୀକା ପ୍ରଭାବିକାରୀ ନୁହେଁ ! ବିଶେଷଜ୍ଞଙ୍କ ଅନୁସାରେ ଏପରି କରିବା ଜରୁରୀ ଅଟେ ।

କୋରୋନା ଭୂତାଣୁର ବଢ଼ୁଥିବା ସଂକ୍ରମଣ ସମୟରେ ଏହାର ଟୀକାକୁ ନେଇ ଦୁନିଆର ଅନେକ ଦେଶରୁ ଖୁସି ଖବର ସମ୍ନାକୁ ଆସୁଛି । ଋଷ ଦୁନିଆର ସର୍ବପ୍ରଥମ କୋରୋନା ଭୂତାଣୁ ଟୀକା ବନାଇବ ବୋଲି ଦାବିକରି କହିଛି । ଅନେକ ପ୍ରଶ୍ନ ଏବଂ ଅଭିଯୋଗ ମଧ୍ୟରେ ଋଷ ରାଷ୍ଟ୍ରପତି ପୁତିନ୍ ନିଜ ଝିଅକୁ ଟୀକା ଦେବାର ଖବର ସମଗ୍ର ଦୁନିଆକୁ ଦେଇଛନ୍ତି । ପୁଣି ଏହି ପକ୍ଷ ଭାରତ, ବ୍ରିଟେନ୍, ଆମେରିକା, ଚୀନ୍, ଇସ୍ରାଏଲ ଆଦି ମଧ୍ୟ କୋରୋନା ଭୂତାଣୁ ଟୀକା ପ୍ରସ୍ତୁତ କରିବାରେ ଖୁବ୍ ନିକଟତର ହୋଇ ସାରିଲେଣି । କିନ୍ତୁ କଣ କେବଳ ଟୀକା ଦ୍ଵାରା କୋରୋନା ଭୂତାଣୁ ଶେଷ ହୋଇଯିବ ? ବିଶେଷଜ୍ଞଙ୍କ ଅନୁସାରେ ଟୀକା ହିଁ ଏହାର ଅନ୍ତିମ ଉପାୟ ଭାବରେ ପ୍ରମାଣିତ ହେବ ବୋଲି କହିବା ଠିକ୍ ହେବ ନାହିଁ ।

google

ସାଇନ୍ସ ଇନସାଇଡ଼ରରେ ପ୍ରକାଶିତ ଏକ ରିପୋର୍ଟରେ ବୈଜ୍ଞାନିକଙ୍କ କହିବା କଥା ଯେ କୋରୋନା ଉପରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ରଖିବା ପାଇଁ କେବଳ ଟୀକା ପର୍ଯ୍ୟାପ୍ତ ନୁହେଁ । ଏହି କଥା ସମସ୍ତେ ଜାଣିଛନ୍ତି ଯେ କୌଣସି ମହାମାରୀ ପାଇଁ ଟୀକା ପ୍ରସ୍ତୁତ କରିବାକୁ ବର୍ଷ ବର୍ଷ ଲାଗିଯାଏ । କିନ୍ତୁ କୋରୋନା ଭୂତାଣୁ ମହାମାରୀ ଯେଉଁ ବେଗରେ ବଢ଼ିବାରେ ଲାଗିଛି ତାହା ବର୍ତ୍ତମାନ ଆପଦକାଳୀନ ଭଳି ପରିସ୍ଥିତି ସୃଷ୍ଟି କରି ଦେଇଛି । ତେଣୁ ବର୍ତ୍ତମାନ କୋରୋନା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଯଥାଶୀଘ୍ର ଟୀକା ବିକଶିତ କରାଯାଉଛି ।

google

ଶୀଘ୍ର ଟୀକା ପ୍ରସ୍ତୁତ କରାଯିବାକୁ ନେଇ ବୈଜ୍ଞାନିକ ମଧ୍ୟ ସନ୍ଦେହରେ ଅଛନ୍ତି ଯେ ପ୍ରତ୍ୟେକ ଭୌଗଳିକ ସ୍ଥିତି ଏବଂ ବାତାବରଣରେ ଏହା କେତେ କାର୍ଯ୍ୟକାରୀ ହେବ । କଣ ଏହା ସବୁ ବୟସର ଲୋକଙ୍କ ମଧ୍ୟରେ କୋରୋନା ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବା, ଆଣ୍ଟିବୋଡି ବନାଇବା କ୍ଷେତ୍ରରେ ପ୍ରଭାବୀ ହୋଇପାରିବ ? ବିଶେଷଜ୍ଞଙ୍କ କହିବା କଥା
” ଏହା ନିଶ୍ଚିତ ଅଟେ ଯେ ଟୀକା ରୋଗୀକୁ ପୁଣିଥରେ କୋରୋନା ସଂକ୍ରମିତ ହେବାର ସମ୍ଭାବନାକୁ କମ୍ କରି ପାରିବ । ଏପରିକି ଲକ୍ଷଣ ମଧ୍ୟ ବଢ଼ିବ ନାହିଁ, କିନ୍ତୁ ଏହା ବିରୋଧରେ ତୁରନ୍ତ ଏବଂ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ଏବଂ ସଂକ୍ରମଣରୁ ବଞ୍ଚାଇବା ପାଇଁ ଏହା କେତେ ଲାଭକାରୀ ହେବ, ତାହା କହି ହେବନାହିଁ । ” ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁତାବକ ଟୀକା ବିକାଶ ପାଇଁ ସଫଳତା ହାର ୧୦ ପ୍ରତିଶତ ରହିଛି । କୋରୋନା ଟୀକା ପାଇଁ ମଧ୍ୟ ସୁରକ୍ଷା, ପ୍ରଭାବକାରିତା, ସାଇଡ଼ଇଫେକ୍ଟ ଭଳି ଅନେକ ଦୃଷ୍ଟିକୋଣ ଜରୁରୀ ଅଟେ । ବିଶେଷଜ୍ଞଙ୍କ ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତର ଉପଲବ୍ଧ ଟୀକାର ଲକ୍ଷ କୋରୋନା ସଂକ୍ରମଣକୁ ଅତି କମରେ ୬୦ ଠାରୁ ୭୦ ପ୍ରତିଶତ ପ୍ରଭାବିକାରୀ କରିବା ଅଟେ ।

google

ସାଇନ୍ସ ଇନସାଇଡ଼ରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବେୟଲର କଲେଜ ଅଫ ମେଡ଼ିସିନରେ ଟୀକା ବିକଶିତ କରୁଥିବା ବିଶେଷଜ୍ଞ ମାରିୟା ଏଲେନା ବୋଟ୍ଟାତିଙ୍କ କହିବା କଥା ଯେ, ‘ ଯେତେବେଳେ ଆପଣଙ୍କୁ ଟୀକା ମିଳିଯିବ ତାହାର ଅର୍ଥ ଏହା ନୁହେଁ ଯେ ଆପଣ ନିଜର ମାସ୍କ ଫିଙ୍ଗିଦେବେ । ଏହା କେବେ ମଧ୍ୟ ହେବ ନାହିଁ । ମୋର ଆଶା ଯେ ଲୋକମାନେ ଏହା ଭାବି କେବେ ବସି ନାହାନ୍ତି ଯେ ଟୀକା ଯାଦୁକରି ଉପାୟରେ କୋରୋନାର ସଙ୍କଟକୁ ଶେଷ କରିଦେବ । ”

google

ମାରୀୟାଙ୍କ କହିବା କଥା ଯେ ଆମକୁ ଏକ ଉପଯୁକ୍ତ ଟୀକା ନିର୍ମାଣ କରିବାର ଆବଶ୍ୟକତା ରହିଛି, ଯାହା କୋରୋନା ଭୂତାଣୁର ପ୍ରଭାବକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ପାରୁଥିବ । ସେ କହିଛନ୍ତି ଯେ ସେ ଏଥିପାଇଁ ଦୀର୍ଘ ସମୟ ଲାଗିବ । ବିଶେଷଜ୍ଞଙ୍କ ମୁତାବକ, କୋରୋନା ଭୂତାଣୁ ଟୀକା ଆସିବାର ଏହା ଅର୍ଥ ନୁହେଁ ଯେ ମହାମାରୀ ପୂର୍ବରୁ ଜୀବନ ଏତେ ସହଜରେ ଆସିଯିବ ।

ଟୀକା ଆସିବା ପରେ ମଧ୍ୟ ଏସବୁ କରିବାକୁ ପଡ଼ିବ :-

ବିଶେଷଜ୍ଞଙ୍କ କହିବା କଥା ଯେ ଟୀକା ନିର୍ମାଣ ସତ୍ୱେ ମଧ୍ୟ ଆମକୁ ପରସ୍ପର ମଧ୍ୟରେ ଶାରୀରିକ ଦୁରତ୍ଵ ଏବଂ ସ୍ୱଚ୍ଛତାର ପାଳନ କରିବାକୁ ପଡ଼ିବ । ଅନେକ ସ୍ଥାନରେ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜରୁରୀ କରି ଦିଆଯାଇଛି । ଏହା ସହିତ ମାସ୍କ ପିନ୍ଧିବା ମଧ୍ୟ ଅନିର୍ବାର୍ଯ୍ୟ ଅଟେ । ମାସ୍କ ପିନ୍ଧିବା ଅଭ୍ୟାସ ଯଦି କରି ଦିଆଯାଏ ତେବେ ତାଠାରୁ ଆଉ କଣ ଭଲ ହୋଇପାରେ । ଏହି ଅଭ୍ୟାସ ଗୁଡ଼ିକ ସହିତ ହିଁ ଟୀକା ନିଜର ପ୍ରଭାବୀ କାମ ଠିକ୍ ଢ଼ଙ୍ଗରେ କରି ପାରିବ ।

google

ବିଶେଷଜ୍ଞଙ୍କ କହିବା କଥା ଯେ ସେମାନେ କୋରୋନା ଟୀକା ର ପ୍ରଭାବଶାଳୀତା ଉପରେ ଅଧିକ ସନ୍ଦେହ କରୁ ନାହାନ୍ତି । କୋରୋନା ଟୀକା ଆଦୋୖ ନରହିବା ଠାରୁ ଏହା ଭଲ ଯେ, ଏପରି ଏକ ଟୀକା ନିର୍ମାଣ ହେଉ ଯାହା ୬୦ ପ୍ରତିଶତ ଲୋକଙ୍କୁ ଭଲ କରିବାରେ ସହାୟକ ହୋଇ ପାରୁଥିବ । ଟୀକା ଜରିଆରେ ଆମକୁ ଉଚ୍ଚ ରୋଗ ପ୍ରତିରୋଧକ କ୍ଷମତା ମିଳିପାରିବ । ତା’ସହିତ ଯଦି ଆମେ ମାସ୍କ ବ୍ୟବହାର କରୁ ତେବେ ଏହା ଆହୁରି ଅଧିକ ଶ୍ରେୟସ୍କର ହୋଇ ପାରିବ ।

Leave a Reply

Your email address will not be published. Required fields are marked *