2 ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଉପରେ ମଧ୍ୟ କରୋନା ଟିକାର ପରୀକ୍ଷଣ ! ଭାରତ ସରକାର ବାୟୋଟେକକୁ ଦେଲା ଅନୁମତି…

2 ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଉପରେ ମଧ୍ୟ କରୋନା ଟିକାର ପରୀକ୍ଷଣ ! ଭାରତ ସରକାର ବାୟୋଟେକକୁ ଦେଲା ଅନୁମତି…

ବର୍ତ୍ତମାନ ସମୟରେ ଭାରତ କରୋନା ଭୁତାଣୁର ଦ୍ଵିତୀୟ ଲୋହରିର ସମ୍ମୁଖୀନ କରୁଅଛି । ଏହାସହ ଟୀକାକରଣର କାର୍ଯ୍ୟ ମଧ୍ୟ ଚାଲୁଅଛି । ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ଯେ, ଯଦି କରୋନାର ତୃତୀୟ ଲୋହରି ଆସେ, ତେବେ ୨ରୁ ୧୪ ବର୍ଷ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପଡିପାରେ । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି ।

କରୋନା ଟିକା ସହ ଜଡିତ ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ମଙ୍ଗଳବାର ଦିନ ଭାରତ ବାୟୋଟେକର କୋଭ୍ୟାକ୍ସିନ, ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଉପରେ ପରୀକ୍ଷଣ କରିବାକୁ ସୁପାରିଶ ଦେଇଛି, ଏଥିନିମନ୍ତେ ଅନୁମୋଦନ ମଧ୍ୟ ମିଳିଯାଇଛି ।

ଏହି କ୍ଲିନିକାଲ ପରୀକ୍ଷଣ ୫୨୫ ଜଣ ଲୋକଙ୍କ ଉପରେ କରାଯିବ । ଏହା ଦିଲ୍ଲୀ ଏମ୍ସ, ପାଟନା ଏମ୍ସ, ନାଗପୁରର ମିମ୍ସ ହସ୍ପିଟାଲରେ ହେବ । କମିଟିର ସୁପାରିଶ ଅନୁଯାୟୀ, ଭାରତ ବାୟୋଟେକର ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ଆରମ୍ଭ କରିବା ପୂର୍ବରୁ ଦ୍ଵିତୀୟ ପର୍ଯ୍ୟାୟର ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଇବାକୁ ପଡିବ ।

ଏସଇସି ସୁପାରିଶ କରିଥିଲା ଯେ, ଭାରତ ବାୟୋଟେକର କୋଭ୍ୟାକ୍ସିନର ଦ୍ଵିତୀୟ ପର୍ଯ୍ୟାୟ, ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷଣକୁ ଅନୁମୋଦନ ଦେବା ଉଚିତ ହେବ, ଯାହା ୨ ରୁ ୧୮ ବର୍ଷର ପିଲାମାନଙ୍କ ଉପରେ କରାଯିବ ।

ଆପଣଙ୍କୁ କହିରଖୁଛୁ ଯେ, ଭାରତରେ ବର୍ତ୍ତମାନ ସମୟରେ ଯେଉଁ ଦୁଇଟି ଟିକାର ବ୍ୟବହାର କରାଯାଉଛି, ତାହା କେବଳ ୧୮ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିମାନଙ୍କୁ ଦିଆଯାଉଛି । ଭାରତରେ ସିରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ, ଭାରତ ବାୟୋଟେକର କୋଭ୍ୟାକ୍ସିନ ଟୀକା ଲୋକମାନଙ୍କୁ ଦିଆଯାଉଛି ।

ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ :-

ଭାରତରେ କରୋନା ଭୁତାଣୁର ଦ୍ଵିତୀୟ ଲୋହରି ଆତଙ୍କ ସୃଷ୍ଟି କରିଦେଇଛି, ଏହି ସମୟ ମଧ୍ୟରେ ବିଶେଷଜ୍ଞମାନେ ତୃତୀୟ ଲହରର ଚେତାବନୀ ଦେଇଥିଲେ । ଭାରତ ସରକାରଙ୍କର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କହିଛନ୍ତି, ତୃତୀୟ ଲୋହରି ଆସିବା ସୁନିଶ୍ଚିତ ଅଟେ ଏବଂ ଏଥିରେ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପଡିପାରେ ।

ବିଶେଷଜ୍ଞ ମାନଙ୍କର ପରାମର୍ଶ ପରେ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ତୃତୀୟ ଲୋହରି ପାଇଁ ଚିନ୍ତା ବ୍ୟକ୍ତ କରିଥିଲେ । ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲା : ଯଦି ତୃତୀୟ ଲୋହରି ଆସେ, ତେବେ ପିଲାମାନଙ୍କର କଣ ହେବ ? କିଭଳି ଭାବରେ ଚିକିତ୍ସା ହେବ ? ଏହି ଜିନିଷ ଗୁଡିକ ଉପରେ ବର୍ତ୍ତମାନ ଠାରୁ ବିଚାର କରିବାର ଆବଶ୍ୟକତା ରହିଛି ।

ତୃତୀୟ ଲୋହରିର ଚେତାବନୀ ପରେ ଅନେକ ରାଜ୍ୟ ନିଜ ନିଜ ରାଜ୍ୟର ପିଲାମାନଙ୍କ ନିମନ୍ତେ ଭିନ୍ନ ଭିନ୍ନ ହସ୍ପିଟାଲ ବର୍ତ୍ତମାନ ଠାରୁ ନିର୍ମାଣ କରିବା, ସ୍ୱତନ୍ତ୍ର କୋଭିଡ କେୟାର ସେଣ୍ଟର ନିର୍ମାଣ କରିବା ଉପରେ କାମ ଆରମ୍ଭ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *