Coronavirus Drug: ଭାରତରେ କରୋନା ପାଇଁ ଆଉ ଏକ ଲାଭଦାୟକ ଭାକ୍ସିନ୍ ହେଲା ଲଞ୍ଚ ହେଲା । 100mlର ମୂଲ୍ୟ ଅଟେ 2800 ଟଙ୍କା

Coronavirus Drug: ଭାରତରେ କରୋନା ପାଇଁ ଆଉ ଏକ ଲାଭଦାୟକ ଭାକ୍ସିନ୍ ହେଲା ଲଞ୍ଚ ହେଲା । 100mlର ମୂଲ୍ୟ ଅଟେ 2800 ଟଙ୍କା

କରୋନାର ବଢୁଥିବା ସଂକ୍ରମଣକୁ ନେଇ ଅନେକ ଦେଶରୁ ଭଲ ଖବର ସାମନାକୁ ଆସୁଛି । ରୁଷ କରୋନା ଭାଇରସର ପ୍ରଥମ ପ୍ରତିଷେଧକ ଟୀକା ପ୍ରସ୍ତୁତ କରି ନେଇଛନ୍ତି ଯେବେକି ଭାରତ, ବ୍ରିଟେନ୍, ଆମେରିକା ସମେତ କିଛି ଦେଶ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବା ଖୁବ୍ ନିକଟରେ ଅଛନ୍ତି । ଅନ୍ୟ ପକ୍ଷରେ କରୋନାର ଚିକିତ୍ସାରେ ଲାଭଦାୟକ ଔଷଧ ଗୁଡ଼ିକ ମଧ୍ୟ ଲଞ୍ଚ ହେଉଛି । ଗତ କିଛି ମାସରୁ କରୋନାର ଚିକିତ୍ସା ପାଇଁ ଡେ଼କ୍ସାମେଥାସୋନ, ଫେପିରାବିର, କୋରୋବିର ଭଳି କିଛି ଔଷଧ ସାମନାକୁ ଆସୁଛି । ଯାହା ଫଳରେ କରୋନା ରୋଗୀଙ୍କ ସୁସ୍ଥ ହେବା ସଂଖ୍ୟା ପୂର୍ବ ଅପେକ୍ଷା ବଢିଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଗୁରୁବାର ଦିନ ଭାରତୀୟ ଫାର୍ମା କମ୍ପାନୀ ଜାୟଡସ କେଡିଲା ଭାରତୀୟ ବଜାରରେ ରେମଡେଶିବିର ଔଷଧ ଲଞ୍ଚ କରିଛନ୍ତି । ଆସନ୍ତୁ ଏହା ବିଷୟରେ ଜାଣିବା ।

google

ଜାୟଡ଼ସ କେଡ଼ିଲା ଦ୍ୱାରା ଲଞ୍ଚ କରାଯାଇଥିବା ରେମଡେସିବିରର ନାମ ରେମଡେକ୍ ରଖାଯାଇଥିଲା । ଏହାର ୧୦୦ ମିଲିଗ୍ରାମର ବୋତଲର ଦାମ୍ ୨,୮୦୦ ଟଙ୍କା ବୋଲି କୁହାଯାଇଛି । ଏହି ଔଷଧ ବର୍ତ୍ତମାନ ସମସ୍ତ ମେଡ଼ିକାଲ ଷ୍ଟୋର ଗୁଡ଼ିକରେ ଉପଲବ୍ଧ ହେବ ନାହିଁ । ଜାୟଡ଼ସ କେଡ଼ିଲା କମ୍ପାନୀ ଅନୁଯାୟୀ, ଏହି ଔଷଧ ସରକାରୀ ଓ ଘରୋଇ ହସ୍ପିଟାଲ ମାନଙ୍କରେ ମିଳିବ । ଜାୟଡ଼ସ କେଡ଼ିଲା ଦେଶର ପଞ୍ଚମ କମ୍ପାନୀ ଅଟେ, ଯିଏକି ଏଣ୍ଟି ଭାଇରଲ ଔଷଧ ଲଞ୍ଚ କରିଛନ୍ତି ।

google

କେଡ଼ିଲା ହେଲଥକେୟାରର ପ୍ରବନ୍ଧ ନିର୍ଦେଶକ ଡାକ୍ତର ଶରବିଲ ପଟେଲ କହିଛନ୍ତି ଯେ, “ରେମଡେକ୍ ଅନ୍ୟ ଔଷଧ ମୁକାବିଲାରେ ଶସ୍ତା ଔଷଧ ଅଟେ । ଆମେ ଚାହୁଁ ଯେ ଏହା ଅଧିକରୁ ଅଧିକ ରୋଗୀ ପର୍ଯ୍ୟନ୍ତ ପହଞ୍ଚି ପାରୁ ।” ଆମେରିକାର ଫାର୍ମା କମ୍ପାନୀ ଗିଲିୟଡ଼ ଏହି ଏଣ୍ଟି ଭାଇରଲ ଔଷଧକୁ ଅଧିକ ମାତ୍ରାରେ ଉତ୍ପାଦନ କରନ୍ତି । ଅନ୍ୟ ଚାରୋଟି ଭାରତୀୟ ଫାର୍ମା କମ୍ପାନୀ ହେଟେରୋ ଲେବ୍ସ, ମାୟଲନ ଏନବି, ସିପ୍ଲା ଓ ଜୁବିଲେଣ୍ଟ ଲାଇବ ସାଇନ୍ସେନ ମଧ୍ୟ ଏହି ଔଷଧ ବଜାରରେ ଉପଲବ୍ଧ କରିଛନ୍ତି ।

google

ବିବିସିର ଏକ ରିପୋର୍ଟ ଅନୁଯାୟୀ ମେ ମାସରେ ଯେତେବେଳେ ଏହାର ଘୋଷଣା କରାଗଲା ଯେ କୋଭିଡ – ୧୯ର ରୋଗୀଙ୍କ ଉପରେ ଏକ ଔଷଧ ଲାଭକାରୀ ସାବ୍ୟସ୍ତ ହେଉଛି ତେବେ ଏହାକୁ ନେଇ ଏକ ବଡ଼ ଆଶା କରାଯାଉଥିଲା । ଏହି ଔଷଧ ରେମଡେସିବିର ହିଁ ଥିଲା । ଆରମ୍ଭ ଯାଞ୍ଚରେ ଜଣାପଡିଥିଲା ଯେ ଏହି ଔଷଧ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କୁ ଖୁବଶୀଘ୍ର ଠିକ୍ କରିପାରିବ । ଏହି ଔଷଧ କରୋନା ରୋଗୀଙ୍କ ଚିକିତ୍ସାରେ ଭଲ ପ୍ରଭାବ ଦେଖାଇଛି ଓ ଏହି କରୋନା କାଳରେ ଏହି ଔଷଧର ଆବଶ୍ୟକତାକୁ ଧ୍ୟାନରେ ରଖି ଅନେକ କମ୍ପାନୀ ଗୁଡ଼ିକ ଏହି ଔଷଧ ପ୍ରସ୍ତୁତ କରିଛନ୍ତି ।

କିପରି କାର୍ଯ୍ୟ କରେ ଔଷଧ

google

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଆମେରିକା କମ୍ପାନୀ ଗିଲିଏଡ଼ ଏହି ଔଷଧ ଇବୋଲା ରୋଗ ପାଇଁ ପ୍ରସ୍ତୁତ କରିଥିଲେ । କରୋନାର ଚିକିତ୍ସାରେ ରେମଡେସିବିରର ପ୍ରଭାବକୁ ନେଇ ଦୁନିଆର ଅନେକ ଦେଶରେ କ୍ଲିନିକାଲ ପ୍ରୟୋଗ ହୋଇଥିଲା, ଯେଉଁଥିରେ ଜଣାପଡ଼ିଲା ଯେ ଏହି ଔଷଧର ବ୍ୟବହାର ଫଳରେ ରୋଗୀଙ୍କ ଠିକ୍ ହେବାର ସମୟ ୧୫ ଦିନରୁ ହ୍ରାସ ପାଇ ୧୧ ଦିନରୁ କମ୍ ହୋଇଯାଏ । ଏହି ଔଷଧ ଭାଇରସର ଜିନୋମ ଉପରେ ପ୍ରଭାବ ପକାଇଥାଏ, ଯାହା ଫଳରେ ଏହାର ବୃଦ୍ଧି କ୍ଷମତା ଉପରେ ପ୍ରଭାବ ପଡିଥାଏ ।

ପରୀକ୍ଷଣରେ ମିଳିଥିଲା ଉତ୍ସାହବର୍ଦ୍ଧକ ପରିଣାମ

google

ଆମେରିକୀୟ ସଂସ୍ଥା ନ୍ୟାସନଲ ଇନଷ୍ଟିଚ୍ୟୁଟ ଅଫ ଏଲର୍ଜି ଏଣ୍ଡ ଇନଫେକ୍ସନ ଡିଜିଜେଶ (NIAID) ଏହି ଔଷଧର ଯେତେବେଳେ କ୍ଲିନିକାଲ ପ୍ରୟୋଗ କରିଥିଲେ, ସେତେବେଳେ ଉତ୍ସାହଜନକ ପରିଣାମ ସାମନାକୁ ଆସିଥିଲା । ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ, ଚୀନ୍ ଓ ଦକ୍ଷିଣ କୋରିଆ ସମେତ ଦୁନିଆର କିଛି ଦେଶର ହସ୍ପିଟାଲରେ ୧,୦୬୩ ଲୋକଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିଲା । ଯେଉଁ ରୋଗୀଙ୍କୁ ରେମଡେସିବିର ଦିଆଗଲା, ସେମାନଙ୍କ ମଧ୍ୟରୁ ମୃତ୍ୟୁ ଦର ପ୍ରତିଶତ ବୃଦ୍ଧି ପାଇଛି, ଯେବେକି ଯାହାର ଚିକିତ୍ସା ପ୍ଲେସିବୋ ରୁ କରାଯାଇଥିବା ସେଥିରେ ମୃତ୍ୟୁ ଦର ୧୧.୬ ପ୍ରତିଶତ ଥିଲା ।

google

କିଛି ରୋଗୀଙ୍କୁ ରେମଡେସିବିର ଦିଆଗଲା, ଯେବେକି କିଛି ଲୋକଙ୍କ ପ୍ଲେସିବୋ କିମ୍ବା ବୈକଳ୍ପୀକ ଚିକିତ୍ସା କରାଗଲା । ଏନଆଇଏଆଇଡ଼ି (NIAID)ର ପ୍ରମୁଖ ଏନ୍ଥନି ଫାଉଚି ସେତେବେଳେ କହିଥିଲେ, “ରେମଡେସିବିରରୁ ସ୍ପଷ୍ଟ ଦେଖାଗଲା ଯେ ଏଥିରୁ ରୋଗୀମାନଙ୍କ ଠାରେ ଭଲ ହେବା ସମୟ କମ୍ ହୋଇଛି । ଅର୍ଥାତ ରୋଗୀ ଖୁବଶୀଘ୍ର ଠିକ୍ ହୋଇପାରିବେ । ସିଦ୍ଧାନ୍ତରୁ ଜଣାପଡିଛି ଯେ ଏହି ଔଷଧ ଏହି ଭାଇରସ୍ ସହ ଲଢ଼ିବା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ଏଥିରୁ ରୋଗୀଙ୍କ ଚିକିତ୍ସାର ସମ୍ଭାବନା ଦ୍ୱାର ଖୋଲି ଯାଇଛି ।”

Leave a Reply

Your email address will not be published. Required fields are marked *