କରୋନାର ଲକ୍ଷଣରେ ଆସିଲା ପରିବର୍ତ୍ତନ ! ଜ୍ୱର ଥଣ୍ଡା ବ୍ୟତୀତ ଏହି ଲକ୍ଷଣ ମଧ୍ୟ ଦେଖାଦେଇପାରେ…

କରୋନାର ଲକ୍ଷଣରେ ଆସିଲା ପରିବର୍ତ୍ତନ ! ଜ୍ୱର ଥଣ୍ଡା ବ୍ୟତୀତ ଏହି ଲକ୍ଷଣ ମଧ୍ୟ ଦେଖାଦେଇପାରେ…

କରୋନା ଭୂତାଣୁ ଜନିତ ମାମଲା ଦିନକୁ ଦିନ ବଢିବା ଯୋଗୁଁ କେନ୍ଦ୍ର ସରକାର ଅତ୍ୟନ୍ତ ଚିନ୍ତିତ ଅଛନ୍ତି ଏବଂ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଏହି ମାମଲାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକର ଆହ୍ଵାନ ଦେଇଥିଲେ । ଏହି ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ମୋଦୀ କରୋନା ସମୀକ୍ଷା ବିଷୟରେ ବୈଠକ ଡକାଇଥିଲେ, ଯେଉଁଥିରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ କରୋନା ସଂକ୍ରମଣ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯାଉ । ଏହା ବ୍ୟତୀତ ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ହେବାକୁ ଯାଉଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଟୀକାକରଣ ଉପରେ ଆଲୋଚନା କରିବେ ଏବଂ ଆବଶ୍ୟକୀୟ ପଦକ୍ଷେପ ଉଠାଇବା ପାଇଁ ଆଦେଶ ଦେଇଥିଲେ ।

ଏହି ସମୟ ମଧ୍ୟରେ ଦେଶରେ କରୋନାର ନୂତନ ଷ୍ଟ୍ରେନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଶ୍ଚର୍ଯ୍ୟର କଥା ଏହା ଯେ, କେତେକ ଲୋକଙ୍କ ମଧ୍ୟରେ ସାମାନ୍ୟ ରୋଗ ସହ ମଧ୍ୟ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସୁଅଛି । ଅର୍ଥାତ ଜ୍ଵର ଥଣ୍ଡା, ନିଃଶ୍ବାସ ନେବାରେ ଅସୁବିଧା ବ୍ୟତୀତ ଅନ୍ୟ ସ୍ୱାସ୍ଥ୍ୟ ସମ୍ପର୍କୀୟ ପରିସ୍ଥିତିରେ ମଧ୍ୟ କରୋନା ପୋଜିଟିଭ ଥିବାର ରିପୋର୍ଟ ସାମ୍ନାକୁ ଆସିଛି ।

ଗୋଟିଏ ଇଂରାଜୀ ଖବରକାଗଜରେ ଛପା ଯାଇଥିବା ଖବର ଅନୁଯାୟୀ, ୬୨ ବର୍ଷୀୟ ମଧୁମେହ ରୋଗୀଙ୍କୁ କରୋନା ହେବା ଦ୍ୱାରା ଭୋକ ଲାଗିବା ବନ୍ଦ ହୋଇଗଲା ଏବଂ ଦୁର୍ବଳତା ଅନୁଭବ ହେବାକୁ ଲାଗିଲା । ଯେତେବେଳେ କି ଆଉ କେତେକ କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଯେ ପୋଲିୟ ଏବଂ ଟାଇଫୋଏଡ଼ରେ ପୀଡିତ ଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଏପରି କିଛି ଲକ୍ଷଣ ଦେଖିବାକୁ ମିଳିଥିଲା, ଯାହାକୁ ଭିତ୍ତି କରି ଡାକ୍ତରମାନେ ସେହି ବ୍ୟକ୍ତିଙ୍କୁ କରୋନା ପୋଜିଟିଭର ଆଖ୍ୟା ଦେଇଥିଲେ କିନ୍ତୁ କରୋନା ପରୀକ୍ଷା କରିବା ଦ୍ୱାରା ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ତରଳ ଝାଡା ଏବଂ ପେଟରେ ଯନ୍ତ୍ରଣା ଯୋଗୁଁ ପୀଡିତ ୨୭ ବର୍ଷୀୟ ବ୍ୟକ୍ତିଙ୍କର ମଧ୍ୟ କରୋନା ପରୀକ୍ଷା କରାଗଲା ଏବଂ ରିପୋର୍ଟ ପଜିଟିଭ ଆସିଲା । ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କୁ କ୍ରମାଗତ ଭାବରେ ହାକୁଟି ଆସୁଥିଲା, ଯେତେବେଳେ ତାଙ୍କ ପରୀକ୍ଷା କରାଗଲା, ତାଙ୍କ ରିପୋର୍ଟ ପଜିଟିଭ ଆସିଲା ।

ଏହି କ୍ଷେତ୍ରରେ ଏହା ସ୍ପଷ୍ଟ ଯେ କରୋନାର ଲକ୍ଷଣ ପରିବର୍ତ୍ତନ ହେଉଅଛି । ଜ୍ଵର ଥଣ୍ଡା, ନିଃଶ୍ବାସ ନେବାରେ ଅସୁବିଧା ଭଳି ଲକ୍ଷଣ ବ୍ୟତୀତ ବର୍ତ୍ତମାନ ଆହୁରି ମଧ୍ୟ ଲକ୍ଷଣ କରୋନା ସହ ଜଡିତ ହେଉଥିବାର ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା କଣ୍ଟାଟ ଟ୍ରାକିଂ ମୁଖ୍ୟ ଡ଼ା. ଅନୀଲ ଡାଙ୍ଗରେ କରୋନାର ଲକ୍ଷଣରେ ଆସିଥିବା ପରିବର୍ତ୍ତନ ଉପରେ ଆଲୋଚନା କରି ଗଣମାଧ୍ୟମକୁ କହିଛନ୍ତି ଯେ, ସେପ୍ଟେମ୍ବର ଅକ୍ଟୋବର ପର୍ଯ୍ୟନ୍ତ ସାଧାରଣ ଭାବରେ ଜ୍ଵର ଥଣ୍ଡା, ନିଃଶ୍ବାସ ନେବାରେ ଅସୁବିଧା, ସ୍ୱାଦ ଏବଂ ଗନ୍ଧ ବାରି ନ ପାରିବା ଏହି ରୋଗର ଲକ୍ଷଣ ଥିଲା ।

କିନ୍ତୁ ବର୍ତ୍ତମାନ କରୋନାର ନୂତନ ଷ୍ଟ୍ରେନର ମାମଲା ବଢ଼ୁଅଛି, ଏଭଳି ପରିସ୍ଥିତିରେ ସମ୍ବନ୍ଧିତ ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଅଛି ।

ଥକାପଣ, ଦୁର୍ବଳତା, ଶରୀରରେ ଯନ୍ତ୍ରଣା, ବାନ୍ତି, ତରଳ ଝାଡା ଭଳି ରୋଗ ମଧ୍ୟ କରୋନାର ଲକ୍ଷଣ ଅଟେ । ଲୋକମାନଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ଏବଂ ସ୍ୱାଦ ଗନ୍ଧ ବାରି ନ ପାରିବା ଭଳି ଅସୁବିଧା ଅତ୍ୟନ୍ତ ବିଳମ୍ବରେ ଅନୁଭବ ହେଉଅଛି ।

ଏହିଭଳି ଭାବରେ ନିଜର ଧ୍ୟାନ ରଖନ୍ତୁ :-

କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅଧିକ ମାତ୍ରାରେ ତରଳ ଜିନିଷ ସେବନ କରନ୍ତୁ । ପ୍ରୋଟିନ ଏବଂ ଅନ୍ୟ ପୃଷ୍ଟିକର ଖାଦ୍ୟର ସେବନ ଟିକିଏ ବିଳମ୍ବରେ କରନ୍ତୁ । ଗରମ ପାଣିରେ ଭାପ ନିଅନ୍ତୁ । ଯଦି ଘରେ ଆପଣଙ୍କର ଚିକିତ୍ସା ହେଉଅଛି, ତେବେ ସାମାଜିକ ଦୂରତାର ଧ୍ୟାନ ରଖନ୍ତୁ ଏବଂ ମାସ୍କ ନିଶ୍ଚିତ ଭାବରେ ପିନ୍ଧନ୍ତୁ । ଏଥିସହିତ ଯେଉଁ ଲୋକମାନେ କରୋନାର ଟିକା ନେବାର ଯୋଗ୍ୟ ଅଟନ୍ତି, ସେମାନେ ଏହି ଟିକା ନିଶ୍ଚିତ ଭାବରେ ନିଅନ୍ତୁ ।

Leave a Reply

Your email address will not be published. Required fields are marked *