RTPCR ଟେଷ୍ଟ ଆଗରେ ହାର ମନୁଛି କରୋନାର ନୂତନ ମ୍ୟୁଟେଣ୍ଟ ! ଡାକ୍ତର୍ କହିଲେ ରୋଗୀମାନଙ୍କ ମଧ୍ୟରେ ନୂତନ ଲକ୍ଷଣ…

RTPCR ଟେଷ୍ଟ ଆଗରେ ହାର ମନୁଛି କରୋନାର ନୂତନ ମ୍ୟୁଟେଣ୍ଟ ! ଡାକ୍ତର୍ କହିଲେ ରୋଗୀମାନଙ୍କ ମଧ୍ୟରେ ନୂତନ ଲକ୍ଷଣ…

ଯେଉଁଭଳି ଭାବରେ ଦେଶରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଉଛି, ସେହିଭଳି ଭାବରେ ଭୂତାଣୁ ମଧ୍ୟ ନିଜକୁ ପରିବର୍ତ୍ତନ କରିଦେଉଅଛି । ଭୁତାଣୁର ଦ୍ଵିତୀୟ କିମ୍ବା ତୃତୀୟ ମ୍ୟୁଟେଣ୍ଟ RTPCR ଟେଷ୍ଟରେ ମଧ୍ୟ ଜଣା ପଡୁନାହିଁ । ଦିଲ୍ଲୀର ହେଲୱେଟିଆ ମେଡ଼ିକାଲ୍ ସେଣ୍ଟରର ଡାକ୍ତର ସୌର୍ଯ୍ୟଦୀପ୍ ଚନ୍ଦ୍ରା କହିଛନ୍ତି କି କରୋନାର ଦ୍ଵିତୀୟ କିମ୍ବା ତୃତୀୟ ମ୍ୟୁଟେଣ୍ଟର୍ ସଂରଚନାରେ ଏତେ ପରିବର୍ତ୍ତନ ଆସିଯାଇଛି କି RTPCR ଟେଷ୍ଟ ନୂତନ ଭୁତାଣୁକୁ ଚିହ୍ନି ପାରିବାରେ ସକ୍ଷମ ନୁହେଁ ।

ନୂତନ ଭୁତାଣୁ ଦ୍ୱାରା ସଂକ୍ରମିତ ବ୍ୟକ୍ତି ମାନଙ୍କ ମଧ୍ୟରେ ଲକ୍ଷଣ ମଧ୍ୟ ପରିବର୍ତ୍ତନ ହୋଇଯାଇଛି । ବର୍ତ୍ତମାନ କରୋନା ରୋଗୀ ମାନଙ୍କ ମଧ୍ୟରେ ଚର୍ମରେ ଦାଗ ପଡିବା, ଆଖିରେ ସଂକ୍ରମଣ ହେବା, ଭ୍ରମ ପରିସ୍ଥିତି ସୃଷ୍ଟି ହେବା, ଭାବିବା କିମ୍ବା ବୁଝିବାର ଶକ୍ତି କମ୍ ହେବା, ହାତ ଏବଂ ଗୋଡ଼ର ଆଙ୍ଗୁଳି ନୀଳ ପଡିବା, ନାକ ଏବଂ ମୁହଁରୁ ରକ୍ତ ବାହାରିବା ଭଳି ଲକ୍ଷଣ ଦେଖାଯାଉଛି । ଏହାସହ ଦୀର୍ଘ ସମୟ ଧରି ସ୍ୱାଦ ଏବଂ ଶୁଂଘିବା ଶକ୍ତି କମ୍ ହେବା, ତରଳ ଝାଡା ହେବା, ପେଟ ଯନ୍ତ୍ରଣା, ଶରୀରରେ ଯନ୍ତ୍ରଣା, ଥଣ୍ଡା ଭଳି ଲକ୍ଷଣ ଦେଖାଯାଉଛି ।

ମହାରାଷ୍ଟ୍ର- ଦିଲ୍ଲୀରେ ଦ୍ଵିତୀୟ କିମ୍ବା ତୃତୀୟ ମ୍ୟୁଟେଣ୍ଟ ଭେଟିଏଣ୍ଟ କରିଲା ଚିନ୍ତିତ:-

ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ, ଦେଶରେ ବର୍ତ୍ତମାନ କରୋନାର ତୃତୀୟ ମ୍ୟୁଟେଣ୍ଟ ଭେଟିଏଣ୍ଟ ବ୍ୟାପୁଅଛି । କରୋନାର ତିନୋଟି ଅଲଗା ଅଲଗା ଷ୍ଟ୍ରେନରୁ ଏହି ନୂତନ ଭେରୀଏଣ୍ଟ ନିର୍ମାଣ ହୋଇଅଛି । ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ, ଦିଲ୍ଲୀ, ବାଂଗଲାଦେଶ, ମହାରାଷ୍ଟ୍ର ଭଳି ରାଜ୍ୟରେ ଲୋକମାନେ ଏହି ଭେରିଏଣ୍ଟର ଶିକାର ହେଉଛନ୍ତି ।

କୋଭ୍ୟାକ୍ସିନ୍ ସବୁଠାରୁ ପ୍ରଭାବଶାଳୀ:-

ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡ଼ିକାଲ୍ ରିସର୍ଚ୍ଚ (ICMR) କୋଭ୍ୟାକ୍ସିନକୁ କରୋନାର ଦ୍ଵିତୀୟ ମ୍ୟୁଟେଣ୍ଟ ଉପରେ ମଧ୍ୟ ପ୍ରଭାବଶାଳୀ ବୋଲି ବିବେଚନା କରିଛନ୍ତି । ନିଜ ଅଧ୍ୟୟନ ଆଧାରରେ ICMR କହିଛି ଯେ, ବ୍ରାଜିଲ୍ ଭେଟିଏଣ୍ଟ, ୟୁକେ ଭେରିଏଣ୍ଟ ଏବଂ ଦକ୍ଷିଣ ଆଫ୍ରିକା ଭେରିଏଣ୍ଟରେ ମଧ୍ୟ ଏହି ଟିକା ପ୍ରଭାବଶାଳୀ ଅଟେ ଏବଂ ଏହା ସେମାନଙ୍କ ବିରୁଦ୍ଧରେ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ ।

ତୃତୀୟ ପର୍ଯ୍ୟାୟର କ୍ଲିନିକାଲ୍ ଟ୍ରାଏଲରେ କୋଭ୍ୟାକ୍ସିନ ୭୮ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ:-

କରୋନା ଟିକା ନିର୍ମାଣ କରିଥିବା ହାଇଦ୍ରାବାଦର କମ୍ପାନୀ ଭାରତ ବାୟୋଟେକ୍ ଏବଂ ଭାରତୀୟ ଅନୁସନ୍ଧାନ ପରିଷଦ (ICMR) କୋଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟର ମଧ୍ୟମ କ୍ଲିନିକାଲ୍ ଟ୍ରାଏଲ୍ ରିପୋର୍ଟ ଜାରି କରିଦେଇଛି । ରିପୋର୍ଟରେ ଭାରତରେ ନିର୍ମିତ କୋଭ୍ୟାକ୍ସିନକୁ କ୍ଲିନିକାଲି ୭୮ ପ୍ରତିଶତ ଏବଂ କରୋନା ଦ୍ୱାରା ଗମ୍ଭୀର ଭାବରେ ପୀଡିତ ବ୍ୟକ୍ତି ମାନଙ୍କ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଇଛି । କମ୍ପାନୀ ନିଜର ଦ୍ଵିତୀୟ ବିଶ୍ଳେଷଣରେ କରୋନାର ୮୭ଟି ଲକ୍ଷଣ ଉପରେ ଗବେଷଣା କରିଛି ।

ପରେ ବଢୁଥିବା ସଂକ୍ରମଣ ଯୋଗୁଁ କମ୍ପାନୀ ତୃତୀୟ ପର୍ଯ୍ୟାୟ ପାଇଁ ୧୨୭ଟି ଲକ୍ଷଣ ଉପରେ ବିଶ୍ଳେଷଣ କରିଛି । ଏଥିରେ କୋଭ୍ୟାକ୍ସିନକୁ ଏଫିକେସୀ ୭୮ ପ୍ରତିଶତ ବୋଲି ଜଣାପଡିଛି । କମ୍ପାନୀ ଟିକାର ଶେଷ ରିପୋର୍ଟ ଜୁନ୍ ମାସରେ ଜାରି କରିବ । ତୃତୀୟ ପର୍ଯ୍ୟାୟ ଅଧ୍ୟୟନରେ ୧୮-୯୮ ବର୍ଷ ମଧ୍ୟରେ ୨୫,୮୦୦ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଥିରେ ୧୦ ପ୍ରତିଶତ ୬୦ ବର୍ଷରୁ ଉର୍ଦ୍ଧ ଲୋକମାନେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ଟ୍ରାଏଲର୍ ଫଳାଫଳ ବହୁତ ଭଲ ଆସିଥିଲା:-

ସ୍ଵଦେଶୀ କୋଭ୍ୟାକ୍ସିନର ଟ୍ରାଏଲର୍ ଫଳାଫଳ ବହୁତ ଭଲ ଆସିଛି । ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲର୍ ଶେଷ ଫଳାଫଳ ଅନୁଯାୟୀ ଏହି ଟିକା ୮୧ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ସରକାର ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଟିକାକୁ ଜରୁରୀକାଳୀନ ଅନୁମୋଦନ ଦେଇଥିଲେ । ସରକାରଙ୍କର ଏହି ନିଷ୍ପତ୍ତି ବିଶେଷଜ୍ଞ ମାନଙ୍କର ଲକ୍ଷ୍ୟରେ ଥିଲା, କାରଣ ସେମାନେ ତୃତୀୟ ପର୍ଯ୍ୟାୟର ଫଳାଫଳ ଦେଖିବା ବିନା ଜରୁରୀକାଳୀନ ଅନୁମୋଦନର ବିରୁଦ୍ଧରେ ଥିଲେ ।

ହାଇଦ୍ରାବାଦର କମ୍ପାନୀ ଭାରତ ବାୟୋଟେକ୍ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡ଼ିକାଲ୍ ରିସର୍ଚ୍ଚ (ICMR) ସହ ମିଳିତ ଭାବରେ ଏହି ଟିକା ବିକାଶ କରିଛି । ବିଶେଷ କଥା ଏହା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ମନ୍ତ୍ରୀ ନିକଟରେ କୋଭ୍ୟାକ୍ସିନର ଡୋଜ୍ ନେଇଛନ୍ତି ।

Leave a Reply

Your email address will not be published. Required fields are marked *