ଭାରତରେ କରୋନାର ସୁନାମି ! ଦେଖନ୍ତୁ ଓଡିଶାର ଅବସ୍ଥା ଏବଂ ଲକ୍ ଡାଉନ୍…

ଭାରତରେ କରୋନାର ସୁନାମି ! ଦେଖନ୍ତୁ ଓଡିଶାର ଅବସ୍ଥା ଏବଂ ଲକ୍ ଡାଉନ୍…

ଆଜି ଆମେ ଏହି ଆର୍ଟିକେଲ୍ ମାଧ୍ୟମରେ ଜାଣିବା ମହାମାରୀ କରୋନା ସମ୍ବନ୍ଧୀୟ କିଛି ବିଶେଷ ଖବର ଉପରେ । ଏହି ବିଷୟରେ ଜାଣିବା ପାଇଁ ସଂପୂର୍ଣ୍ଣ ଅନୁଛେଦଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ । ସାରା ଦେଶରେ ମହାମାରି କରୋନା ନିଜର ଆତଙ୍କ ରୂପ ଦେଖାଉଛି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଚାରି ଦିଗରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ, ମୁମ୍ବାଇ ଏବଂ ଲୌକ୍ଷ୍ନ ଭଳି ସହର ସହିତ ଓଡିଶାରେ ମଧ୍ୟ କରୋନାର ସ୍ଥିତି ଭୟଙ୍କର ଭାବରେ ବଢ଼ିବାରେ ଲାଗିଛି ।

ଦେଶର ଅନେକ ରାଜ୍ୟରେ ଅକ୍ସୀଜେନ୍ ଅଭାବରୁ ଅନେକ ରୋଗୀମାନେ ମରି ଯାଉଛନ୍ତି । ସେପଟେ ଦେଶରେ ନୂଆ କରୋନା ମାମଲା ୩ ଲକ୍ଷ ଟପିଛି । ଦେଶରେ କରୋନା ସଂକ୍ରମଣ ଲଗାମ ଛଡା ହେବା ଭଳି ମନେ ହେଉଛି । ଉତ୍ତରପ୍ରଦେଶରେ ୩୮ ହଜାରରୁ ଉର୍ଦ୍ଧ୍ବ ନୂତନ ମାମଲା ଚିହ୍ନଟ ହୋଇଛି । ଯାହା ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ଅଟେ । ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ବୃଦ୍ଧିପାଇବାରେ ଲାଗିଛି ଏବଂ ସେଠାକାର ପ୍ରଶାସନକୁ ନୂଆ ଶବଦାହ ଗୃହ ନିର୍ମାଣ କରିବାକୁ ପଡୁଛି ।

ବିହାରରେ କରୋନାର ଏକ ନୂଆ ଲହରୀ ଭାଙ୍ଗିପଡିଛି । ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ଆତଙ୍କ ଖେଳାଉଛି । ବିହାରରେ ଶନିବାର ଦିନ ୧୨୩୬୦ଟି ନୂଆ ମାମଲା ଦେଖିବାକୁ ମିଳିଥିଲା ଏହାସହିତ ବିହାରର ସକ୍ରିୟ ମାମଲା ସଂଖ୍ୟା ୮୧ ହଜାର ଟପିଛି । ତାମିଲନାଡୁରେ ମଧ୍ୟ ସ୍ଥିତି ଭୟାବହ ହୋଇଛି । ଦିନକ ମଧ୍ୟରେ କରୋନାର ପ୍ରାୟ ୧୫୦୦୦ ମାମଲା ଚିହ୍ନଟ ହୋଇଥିଲା । ଏବଂ ତାମିଲନାଡୁରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ୬୬ ହଜାରରୁ ଉର୍ଦ୍ଧ୍ବ କରୋନାର ମାମଲା ଚିହ୍ନଟ ହୋଇଥିଲା ଏବଂ ଏହି ମହାମାରିରେ ୧୩ ହାଜର ୪୭୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ମହାରାଷ୍ଟ୍ରରେ କରୋନା ସର୍ବାଧିକ ଆତଙ୍କ ସୃଷ୍ଟି କରିଛି । ଦିନକୁ ଦିନ ବଢିଚାଲିଥିବା ମୃତ୍ୟୁ ସଂଖ୍ୟା ଏବଂ ସଂକ୍ରମଣ ମାମଲା ସରକାରଙ୍କୁ ଚିନ୍ତାରେ ପକାଇଛି । ଶନିବାର ଦିନ ୭୬ ହଜାର ୧୬୦ଟି ନୂଆ ମାମଲା ଦେଖାଦେଇଥିବା ବେଳେ ୬୭୬ ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା ୬୩ ହଜାରରୁ ଅଧିକ ହୋଇଛି । ମୁମ୍ବାଇରେ ୫ ହଜାର ୮୮୮ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କର୍ଣ୍ଣାଟକରେ ଶନିବାର ଦିନ ୨୯ ହଜାର ୪୩୮ଟି ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୦୮ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।

ସେହିପରି ଗୁଜୁରାଟରେ ୧୪ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୫୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।ଏବଂ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ କେରଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ‘ଅକ୍ସିଜେନ୍’ର ଅଭାବ ଦେଶରେ ଏକ ନୂତନ ସଙ୍କଟ ସୃଷ୍ଟି କରୁଛି । ଏହାସହିତ ଓଡିଶାରେ ମଧ୍ୟ ଉପରମୁହାଁ ହୋଇଛି କରୋନା ମାମଲା । ଦିନକରେ ୬୫୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଅନ୍ୟପଟେ ଦିନକରେ ୯ ଜଣଙ୍କ ମୃତ୍ୟୁ ଘଟିଛି ।ଓଡିଶାର ବିଭିନ୍ନ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୩୪ ଜଣ ସୁସ୍ଥ ହୋଇଛନ୍ତି ।

ବି.ଦ୍ର : କରୋନା ପରି ମହାମାରୀ ଠାରୁ ବଞ୍ଚିବା ପାଇଁ ନିଜକୁ ସର୍ବଦା ସଫସୁତର ରଖନ୍ତୁ ! ମାସ୍କର ବ୍ୟବହାର କରନ୍ତୁ ଓ ହାତକୁ ସନିଟାଇଜରରେ ସଫା କରନ୍ତୁ ।

Leave a Reply

Your email address will not be published. Required fields are marked *