ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ : ଆହୁରି ଭୟଙ୍କର ରୂପ ନେବ CORONA !

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ : ଆହୁରି ଭୟଙ୍କର ରୂପ ନେବ CORONA !

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ଯେ, “ଏହା ମହାମାରୀର ଦ୍ୱିତୀୟ ବର୍ଷ ଅଟେ । ଚଳିତ ବର୍ଷଟି ପ୍ରଥମ ବର୍ଷ ଅପେକ୍ଷା ଅଧିକ ମାରାତ୍ମକ ହେବ ଏବଂ ଆମ୍ଭେମାନେ କରୋନାର ଦ୍ଵିତୀୟ ଲୋହରିର ମଝି ଦରିଆରେ ରହିଛୁ ।

କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅତିଶୟ ମାରାତ୍ମକ ହେବ ବୋଲି ଶୁକ୍ରବାର ଦିନ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ସତର୍କ ସୂଚନା ଜାରି କରିଛି । କହିବାକୁ ଗଲେ ୨୦୨୦ ବର୍ଷ ଅପେକ୍ଷା ୨୦୨୧ ବର୍ଷରେ କରୋନା ମହାମାରୀ ଅଧିକ ଉଗ୍ରରୂପ ଧରଣ କରିବ, ଯାହାଦ୍ୱାରା ଅନେକ ଜୀବନ ମଧ୍ୟ ଯାଇପାରେ । ତେଣୁ ଆମ୍ଭେମାନେ ସତର୍କତାର ସହ ରହିବାକୁ ପଡିବ ।

ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍‌ରସ୍‌ ଅଧାନୋମ୍‌ ଗେବ୍ରେୟେସସ୍‌ କହିଛନ୍ତି, ପ୍ରଥମ ବର୍ଷ ଅପେକ୍ଷା ଦ୍ଵିତୀୟ ବର୍ଷରେ ଏ ମହାମାରୀ ଅତିଶୟ ମାରାତ୍ମକ ହେବ । ଗୋଟାଏ ମହାସଙ୍କଟ ଆସିବାର ଆଶଙ୍କା ଅଛି ବୋଲି ମୁଁ ଜାନୁୟାରୀ ମାସରେ କହିଥିଲି । ଭାଗ୍ୟର ବିଡମ୍ବନା ଯୋଗୁଁ, ଆଜି ଆମେ ତାହା ଦେଖିଛୁ । ଟିକା ଯୋଗାଣର ବହୁଳାଂଶ ଖରିଦ କରି ନେଇଥିବା ହାତଗଣତି କେତୋଟି ସମୃଦ୍ଧ ରାଷ୍ଟ୍ରରେ ଏବେ ବି ନିଜକୁ ବିପଦ ଆଶଙ୍କା ମଣୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଧନିକ ରାଷ୍ଟ୍ରମାନେ ପିଲାମାନଙ୍କୁ ଟିକା ନ ଦେଇ ସେଗୁଡ଼ିକୁ ଗରିବ ରାଷ୍ଟ୍ରଙ୍କୁ ଦାନ କରି ଦିଅନ୍ତୁ । ମୁଁ ଜାଣେ କେତେକ ରାଷ୍ଟ୍ର କାହିଁକି ସେମାନଙ୍କ ପିଲାମାନଙ୍କୁ ଟିକା ଦେବାକୁ ଚାହୁଁଛନ୍ତି । କିନ୍ତୁ, ସେ କଥାକୁ ପୁନର୍ବିଚାର କରି ଏବେ ‘କୋଭାକ୍ସ’କୁ ଟିକା ଦାନ କରିବା ଲାଗି ସେମାନଙ୍କୁ ଅନୁରୋଧ ।

ଏହାର କାରଣ ହେଲା, ସ୍ଵଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବା ପାଇଁ ମଧ୍ୟ ଯଥେଷ୍ଟ ଟିକା ନାହିଁ । ଏହାଛଡ଼ା, ତୁରନ୍ତ ଜୀବନ ରକ୍ଷାକାରୀ ଚିକିତ୍ସା ଚାହୁଁଥିବ ରୋଗୀମାନଙ୍କ ଗହଳିରେ ସେଠାକାର ଡାକ୍ତରଖାନା ସବୁ ଉଛୁଳି ଉଠୁଛି ।

Leave a Reply

Your email address will not be published. Required fields are marked *