Corona : କଣ କରୋନା ଯୋଗୁଁ ଛାତିରେ ପୀଡ଼ା ଓ ନିଃଶ୍ଵାସ ନେବାରେ କଷ୍ଟ ବଢୁଛି କି ? ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା…

Corona : କଣ କରୋନା ଯୋଗୁଁ ଛାତିରେ ପୀଡ଼ା ଓ ନିଃଶ୍ଵାସ ନେବାରେ କଷ୍ଟ ବଢୁଛି କି ? ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା…

‘କରୋନା ଭାଇରସ୍’ର ନୂତନ ଲହରୀ ବିତିବା ଦିନ ସହିତ ଅଧିକ ବିପଦଜନକ ହେବାରେ ଲାଗିଛି । କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଏପରି ଭୟଙ୍କର ଦେଖିବାକୁ ମିଳିଛି ଯେଉଁଥିରେ ରୋଗୀ ମାନେ ଆରମ୍ଭରେ ଗମ୍ଭୀର ରୂପେ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗମ୍ଭୀର ଲକ୍ଷଣ ଦେଖାଯିବାର କିଛି ଦିନ ଭିତରେ ରୋଗୀ ମାନଙ୍କ ମୃତ୍ୟୁ ଘଟି ଯାଉଛି । ଛାତିରେ କଷ୍ଟ ଅନୁଭବ ହେବା ଏପରି ଏକ ଅସାଧାରଣ ଲକ୍ଷଣ ଅଟେ, ଯେଉଁଥିରେ ବହୁତ ସାବଧାନତା ଅବଲମ୍ବନ କରିବା ଉଚିତ୍ ।

ଡାକ୍ତର ମାନଙ୍କ ଅନୁଯାୟୀ କରୋନା ପଜିଟିଭ୍ ରୋଗୀ ମାନଙ୍କ ଛାତିରେ କଷ୍ଟ ଅନୁଭବ ହେବା ଏକ ବହୁତ ସାଧାରଣ ଲକ୍ଷଣ ଅଟେ, ଯାହା ସାମାନ୍ୟ ମାମଲାରେ ମଧ୍ୟ ଦେଖାଯାଏ । ଏହା ରୋଗୀଙ୍କ ସମସ୍ତ ରେସ୍ପିରେଟରୀ ହେଲଥ୍ ଇଣ୍ଡିକେଟର୍ ଅଟେ । କରୋନା ସଂକ୍ରମଣ ସମୟରେ ଛାତିରେ କଷ୍ଟ କିଛି କାରଣରୁ ବୃଦ୍ଧି ହୋଇପାରେ ।

କିପରି ହୁଏ ଛାତିରେ ପୀଡ଼ା- ଛାତିରେ ପୀଡ଼ା କିମ୍ବା ଏକ ପ୍ରକାର ବିଚଳିତ ଭାବ କରୋନାର ଲକ୍ଷଣ ନୁହେଁ, ବରଂ ଏହା ଶରୀରର ଉପସ୍ଥିତ ଲକ୍ଷଣର ଏକ ପରିଣାମ ହୋଇପାରେ । ଅନେକ ଥର ତାଙ୍କୁ ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହୁଏ । କରୋନା ଭାଇରସ୍ କାରଣରୁ ଛାତିରେ କଷ୍ଟ ଅପର୍ ରେସ୍ପିରେଟରୀ ଟ୍ରେକ୍ଟ ସଂକ୍ରମଣ ଯୋଗୁଁ ହୋଇଥାଏ । ଏମିତିରେ ଡାକ୍ତରଙ୍କୁ ତୁରନ୍ତ ସମ୍ପର୍କ କରିବା ଆବଶ୍ୟକତା ରହିଛି ।

ଶୁଖିଲା କାଶ – ଶୁଖିଲା କାଶ କରୋନା ପଜିଟିଭ୍ ରୋଗୀଙ୍କ ଠାରେ ଦେଖା ଯାଉଥିବା ଏକ ସାମାନ୍ୟ ଲକ୍ଷଣ ଅଟେ । ‘କୋଭିଡ୍’ରେ ହେଉଥିବା କାଶ ରୋଗୀର ରେସ୍ପିରେଟରୀ ସିଷ୍ଟମକୁ ଭିନ୍ନ ରୂପେ ପ୍ରଭାବିତ କରେ । ଲଗାତାର ହେଉଥିବା ଶୁଖିଲା କାଶ ଓ ବହୁତ କାଶ ଦ୍ୱାରା ମଧ୍ୟ ଛାତିରେ କଷ୍ଟ ଅନୁଭବ ବୃଦ୍ଧି ପାଏ । ଏପରି ଗମ୍ଭୀର କାଶ ମଧ୍ୟ ନିଃଶ୍ଵାସରେ କଷ୍ଟର କାରଣ ଅଟେ । ଏହା ଅସ୍ଥି ଓ ଛାତି ନିକଟରେ ମାଂସପେଶୀ ଭାଙ୍ଗିବାର କାରଣ ମଧ୍ୟ ହୋଇପାରେ ।

କୋଭିଡ୍ ନିମୋନିଆ – କୋଭିଡ୍ ନିମୋନିଆ ମଧ୍ୟ ଏକ ବହୁତ ଗମ୍ଭୀର ଲକ୍ଷଣ ଅଟେ ଯେଉଁଥିରେ ରୋଗୀ ମାନଙ୍କୁ ବିଶେଷ ଦେଖାଶୁଣା କରିବା ଜରୁରୀ ଅଟେ । ଏହି ଅସୁବିଧା ‘ଫୁସ୍-ଫୁସ୍’ର ‘ଏୟାର୍ ବ୍ୟାଗ୍’ରେ ସଂକ୍ରମଣ ବଢିବା କାରଣରୁ ହୋଇଥାଏ । ଏଥିରୁ ଛାତିରେ ଫ୍ଲୁଡ୍ ବଢିବାକୁ ଲାଗେ ଏବଂ ଲକ୍ଷଣ ଆହୁରି ଗମ୍ଭୀର ହେବାକୁ ଲାଗେ । ରୋଗୀ ମାନଙ୍କୁ ରାତିରେ ଏହି କଷ୍ଟ ବଢ଼ିଯାଏ ।

ଇଂଫ୍ଲେମେଶନ୍- କରୋନାର ଦ୍ୱିତୀୟ ଲହରୀରେ ଫୁସ୍-ଫୁସ୍ ସହ ଜଡ଼ିତ ସମସ୍ୟା ଦେଖିବାକୁ ମିଳେ । ଡାକ୍ତର୍ ମାନଙ୍କ ଅନୁଯାୟୀ ‘ଫୁସ୍-ଫୁସ୍’ରେ ଇଂଫ୍ଲେମେଶନ୍ ଛାତିରେ କଷ୍ଟ ଓ ବିଚଳିତ ଏକମାତ୍ର କାରଣ ଅଟେ । ଏପରି ମାମଲାରେ ଏକ ଚେଷ୍ଟ ଏକ୍ସରେ କିମ୍ବା ସିଟି ସ୍କେନ୍ କରିବା ପାଇଁ ପରାମର୍ଶ ଦିଆଯାଉଛି, କାରଣ ‘ଫୁସ୍-ଫୁସ୍’ରେ ସଂକ୍ରମଣର ମାତ୍ରା ବିଷୟରେ ଜାଣିହୁଏ ।

ହୃଦୟ ସମ୍ବନ୍ଧୀୟ ରୋଗ- କାର୍ଡିଏକ୍ ଡ଼ିଜିଜ୍ କିମ୍ବା କୋରୋନରୀ ଆର୍ଟରୀ ଡ଼ିଜିଜ୍ ସହ ଲଢ଼ୁଥିବା ଲୋକଙ୍କୁ ମଧ୍ୟ ଏହା ଉପରେ ଧ୍ୟାନ ଦେବା ଉଚିତ୍ । ଶରୀରରେ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ସଂକ୍ରମଣ କୌଣସି ପ୍ରି-ଇଂଜିଷ୍ଟିଙ୍ଗ ରୋଗକୁ ମଧ୍ୟ ଟ୍ରିଗର୍ କରିପାରେ । ଏହା ମାୟୋକାରଡ଼ାଇଟିସ୍, ମାଏଲିଜୟା ସମେତ କିଛି ପ୍ରକାର ହୃଦୟ ସମସ୍ୟାର କାରଣ ହୋଇପାରେ ।

ରକ୍ତରେ ସଂକ୍ରମଣ – ସାରସ୍-କୋଭ୍-୨ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । କୋଭିଡ୍-୧୯ ଶରୀରରେ ରକ୍ତ ପ୍ରବାହ ମାଧ୍ୟମରେ ସଂକ୍ରମିତ ହୋଇଥାଏ । ଏହା ପଲମୋନରୀ ଏମ୍ବୋଲିଜମର କାରଣ ହୋଇଥାଏ, ଯେଉଁଥିରୁ ଏକ ବ୍ଲଡ୍ କ୍ଳଟ୍ ଭାଙ୍ଗି ‘ଫୁସ୍-ଫୁସ୍’ରେ ପ୍ରସାରିତ ହୋଇଯାଏ । ଏଥିରୁ ରୋଗୀ ଛାତିରେ କଷ୍ଟ ଅନୁଭବ ହୁଏ, ବରଂ ‘ଫୁସ୍-ଫୁସ୍’ରେ ରକ୍ତର ପ୍ରବାହରେ ମଧ୍ୟ ବାଧିତ ହୋଇଥାଏ ।

ଡାକ୍ତର୍ ମାନେ କୁହନ୍ତି ଯେ ଶୁଖିଲା କାଶ ଓ ଜ୍ଵର ସହିତ ନିଃଶ୍ୱାସରେ କଷ୍ଟ ଅନୁଭବ କରୋନା ଭାଇରସ୍ ସଂକ୍ରମଣର ଏକ ଦୃଢ଼ ସଂକେତ ଅଟେ । ବାସ୍ତବରେ, ଲଗାତାର କାଶରୁ ଆମ ରେସ୍ପିରେଟରୀ ଟ୍ରେକ୍ଟ ଉପରେ ଗଭୀର ଚାପ ପଡ଼େ । ଏପରି ପରିସ୍ଥିତିରେ କିଛି ଥର ବ୍ୟକ୍ତି ଧଇଁସଇଁ ହେବାକୁ ଲାଗେ ।

ଏହା କୌଣସି ଋତୁଜନିତ ଫ୍ଲୁ ନୁହେଁ ବରଂ କରୋନା ଭାଇରସ୍ ଅଟେ । ଏକ ଅଧ୍ୟୟନରେ ପାଖାପାଖି ୪୦ ପ୍ରତିଶତ କରୋନା ସଂକ୍ରମିତ ରୋଗୀମାନେ ନିଃଶ୍ୱାସରେ କଷ୍ଟ ଅନୁଭବ ହେବା କଥା ସ୍ଵୀକାର କରିଛନ୍ତି । ଏମିତିରେ ଯଦି କୌଣସି ବ୍ୟକ୍ତିର ଅମ୍ଳଜାନ ମାତ୍ରା ୯୪ରୁ ତଳକୁ ଖସି ଯାଏ ତେବେ ତାକୁ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରିବା ଉଚିତ୍ । ଅମ୍ଳଜାନ୍ ମାତ୍ରା ଲଗାତାର ହ୍ରାସ ପାଇବା ଫଳରେ ତାକୁ ଅମ୍ଳଜାନ ସହଯୋଗ ମିଳିବା ବହୁତ ଜରୁରୀ ହୋଇଯାଏ ।

Leave a Reply

Your email address will not be published. Required fields are marked *