ଦେଶକୁ ପୁଣି ଆସିବ କରୋନା ! ପରିସ୍ଥିତି ହେବ ଭୟଙ୍କର…

ଦେଶକୁ ପୁଣି ଆସିବ କରୋନା ! ପରିସ୍ଥିତି ହେବ ଭୟଙ୍କର…

ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇଛି ଏବଂ ଗତ ୨୪ଘଣ୍ଟା ମଧ୍ୟରେ ଚଳିତ ବର୍ଷର ସର୍ବାଧିକ ମାମଲା ପଞ୍ଜିକୃତ ହୋଇଛି । ଶୁକ୍ରବାର ସୁଦ୍ଧା ୨୩, ୨୮୫ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି । ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ କେସ୍ ପଞ୍ଜାବ ଏବଂ ମହାରାଷ୍ଟ୍ରର ଅଟେ । ଦିଲ୍ଲୀରେ ମଧ୍ୟ କରୋନା ମାମଲାରେ ବୃଦ୍ଧି ଘଟିଛି । ଗୁରୁବାର ଦିନ ରାଜଧାନୀରେ ୪୦୯ଟି ନୂଆ ମାମଲା ରୁଜୁ ହୋଇଛି । ଗତ ଦିନ ମଧ୍ୟରେ ପଞ୍ଜିକୃତ ହୋଇଥିବା ଏହା ସର୍ବାଧିକ ସଂଖ୍ୟକ ମାମଲା । ଏଥିରୁ ସ୍ପଷ୍ଟ ଯେ ଦେଶରେ ପୁଣିଥରେ କରୋନାର ଆରମ୍ଭ ହୋଇସାରିଛି ଏବଂ ଆଗାମୀ ଦିନରେ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହେବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧୧୭ରୋଗୀ ପ୍ରାଣ ହରାଇଛନ୍ତି । ଗୁରୁବାର ଦିନ ଦେଶରେ ୨୨,୮୫୪ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଶୁକ୍ରବାର ଦିନ ୨୩,୨୮୫ଟି ନୂଆ ମାମଲା ରୁଜୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ୧୫,୧୫୭ଜଣ ଲୋକ ଏହି ଜୀବାଣୁରୁ ଆରୋଗ୍ୟ ଲାଭ କରିଛନ୍ତି । ଦୈନିକ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ସୁସ୍ଥ ହେଉଥିବା ରୋଗୀଙ୍କ ଠାରୁ ଅଧିକ ଅଟେ । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୧,୯୭,୨୩୭ଏଥି ସହିତ କରୋନା ଜୀବାଣୁ ଯୋଗୁଁ ଦେଶରେ ୧,୫୮,୩୦୬ ଜଣଙ୍କର ମୃତ୍ୟୁ ଘଟିଛି ।

ପଞ୍ଜାବରେ କରୋନା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି । ଫେବୃଆରୀରୁ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ପଞ୍ଜାବ ପରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଫେବୃଆରୀ ୧୧ ପରଠାରୁ ମହାରାଷ୍ଟ୍ରରେ କୋରୋନା ମାମଲା ୩୩୧ ପ୍ରତିଶତ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଦୈନିକ ହାରାହାରି ମାମଲା ୨,୪୧୫ ରୁ ୧୦,୪୧୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୨୨ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି । ହରିୟାଣାରେ ମଧ୍ୟ ଅବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି ଏବଂ ଏଠାରେ ହାରାହାରି ୩୦୨ ପ୍ରତିଶତ କରୋନା ମାମଲା ବୃଦ୍ଧି ପାଇଛି ।

ଟିକା ପ୍ରୟୋଗର କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି

ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କରୋନା ଟୀକାକରଣ ଅଭିଯାନ ତ୍ୱରାନ୍ୱିତ ହୋଇଛି । ସରକାରୀ ହସ୍ପିଟାଲ୍ ସହ ଅନେକ ଘରୋଇ ଡାକ୍ତରଖାନାରେ ମଧ୍ୟ କରୋନା ଟିକା ଲଗାଯାଉଛି । ମାର୍ଚ୍ଚ ୨ରୁ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିସହିତ କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହେବ ଏବଂ ଟିକା ଏହି ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକା ଦିଆଯିବ । ଏଥିସହିତ କରୋନା ବୃଦ୍ଧି ନହେବା ପାଇଁ କରୋନା ଟେଷ୍ଟିଂକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି ଏବଂ ଗତ ସପ୍ତାହରୁ ପ୍ରତିଦିନ ହାରାହାରି ୭,୨୫,୬୨୫ ଲୋକ ପରୀକ୍ଷା କରୁଛନ୍ତି । ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ଯାହାଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ।

Leave a Reply

Your email address will not be published. Required fields are marked *