କରୋନା ପୀଡ଼ିତ ବ୍ୟକ୍ତି ମରିବା ପୂର୍ବରୁ ରେକର୍ଡ କଲେ ଭିଡ଼ିଓ ଏବଂ କହିଲେ- “ନିଃଶ୍ଵାସ ନେଇ ପାରୁନାହିଁ ବାପା, ମୁଁ କହିବା ପରେ ମଧ୍ୟ…”

କରୋନା ପୀଡ଼ିତ ବ୍ୟକ୍ତି ମରିବା ପୂର୍ବରୁ ରେକର୍ଡ କଲେ ଭିଡ଼ିଓ ଏବଂ କହିଲେ- “ନିଃଶ୍ଵାସ ନେଇ ପାରୁନାହିଁ ବାପା, ମୁଁ କହିବା ପରେ ମଧ୍ୟ…”

କରୋନା ରୋଗୀମାନଙ୍କ ସଂଖ୍ୟା ଦେଶରେ ଲଗାତାର ବଢ଼ିବାକୁ ଲାଗୁଛି । ବର୍ତ୍ତମାନ ଏହି ସଂଖ୍ୟା ସାଢ଼େ ୫ଲକ୍ଷ ପାଖପାଖି ପହଞ୍ଚି ସାରିଛି । ଏପରିସ୍ଥଳେ କରୋନା ସହ ଜଡ଼ିତ ଏକ ବଡ଼ ଦୁଃଖଦ ଘଟଣା ହାଇଦ୍ରାବାଦରୁ ସାମ୍ନାକୁ ଆସିଛି । ଏଠାରେ ଏକ ୩୪ ବର୍ଷର ଯୁବକ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି, କିନ୍ତୁ ଏହା ପୂର୍ବରୁ ସେ ତାଙ୍କ ପରିବାରକୁ ଏକ ଏପରି ଭିଡ଼ିଓ ପଠାଇଛନ୍ତି, ଯାହାକୁ ଦେଖିବା ପରେ ସମସ୍ତ ବ୍ୟକ୍ତି ସ୍ତବ୍ଧ ହୋଇଯାଇଛନ୍ତି ।

Google

ଏହି ଭିଡ଼ିଓ ରବି କୁମାର ନାମକ ଜଣେ ଯୁବକର ଅଟେ, ଯିଏକି ହାଇଦ୍ରାବାଦର ଚେଷ୍ଟ ହସ୍ପିଟାଲରେ କରୋନା ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏହି ଭିଡ଼ିଓରେ ଯୁବକ ଜଣକ ନିଜ ପିତାକୁ କହୁଛନ୍ତି ଯେ, “ବାପା ମୁଁ ନିଃଶ୍ବାସ ନେଇ ପାରୁନାହିଁ । ତିନିଘଣ୍ଟାରୁ ଏମାନେ ମୋର ଭେଣ୍ଟିଲେଟର୍ ଉଠାଇ ଦେଇଛନ୍ତି । ମୁଁ କହିବା ପରେ ମଧ୍ୟ ଭେଣ୍ଟିଲେଟର୍ ଲଗାଉ ନାହାଁନ୍ତି । ଏବେ ମୁଁ ଅଣନିଃଶ୍ୱାସୀ ହୋଇଗଲିଣି । ମୁଁ ଭଲ ଭାବରେ ନିଃଶ୍ବାସ ନେଇ ପାରୁନାହିଁ । ଏପରି ଲାଗୁଛି ଯେ, ମୋ ହୃଦସ୍ପନ୍ଦନ ଅଟକିବାରେ ଲାଗିଛି । ସମସ୍ତଙ୍କୁ ବିଦାୟ, ବିଦାୟ ବାପା”

ଅବହେଳା କରିଥିବା ଅଭିଯୋଗ

Google

ପରିବାର ଲୋକେ ହସ୍ପିଟାଲ ଉପରେ ଅବହେଳା କରିଥିବାର ଅଭିଯୋଗ କରିଛନ୍ତି । ପରିବାରର ସଦସ୍ୟଙ୍କ ଅନୁସାରେ, ହସ୍ପିଟାଲର କର୍ମଚାରୀ ମାନେ ତାଙ୍କ ପୁଅର ଭେଣ୍ଟିଲେଟରକୁ ତିନି ଘଣ୍ଟା ପୂର୍ବରୁ ବାହାର କରି ଦେଇଥିଲେ । ଯାହା ଫଳରେ ସେ ନିଃଶ୍ୱାସ ନେଇ ପାରିଲା ନାହିଁ ଏବଂ ତାକୁ ନିଜ ହୃଦୟର ସ୍ପନ୍ଦନ ବନ୍ଦ ହେବା ଅନୁଭବ ହେଉଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ, ହସ୍ପିଟାଲର ଅବହେଳା କାରଣରୁ ତାଙ୍କ ପୁଅ ଛଟପଟ ହୋଇ ଶେଷରେ ନିଜ ଜୀବନ ହାରିଦେଲେ ।

ଜାରି କରାଗଲା ସେଲ୍ଫି ଭିଡ଼ିଓ

ରବିଙ୍କ ପିତା ୱେଙ୍କେଟେଶଙ୍କ ତରଫରୁ ଏକ ସେଲ୍ଫି ଭିଡ଼ିଓ ଜାରି କରାଯାଇଛି । ଏଥିରେ ସେ କହିଛନ୍ତି ଯେ, ତାଙ୍କ ପୁଅକୁ ବହୁତ ଜ୍ଵର ହେଉଥିଲା । ଏକ ହସ୍ପିଟାଲକୁ ନିଆଯିବା ପରେ ଡାକ୍ତର ମାନେ କହିଲେ ଯେ, ତା ଭିତରେ କୋଭିଡ଼-୧୯ ର ଲକ୍ଷଣ ପ୍ରକାଶ ପାଇଛି । ସରକାରଙ୍କ ଆଦେଶ ଅନୁସାରେ ସେ ତାଙ୍କ ଚିକିତ୍ସା କରି ପାରିବେ ନାହିଁ ।

ରବିଙ୍କ ପିତା ନିଜ ଭିଡ଼ିଓରେ ଏହା ମଧ୍ୟ କହିଛନ୍ତି ଯେ, ଡାକ୍ତର କରୋନା ପରୀକ୍ଷଣ କରାଇ ଆଣିବା ପାଇଁ କହିଥିଲେ । ସେ ନିଜ ପୁଅକୁ ୧୦ ରୁ ୧୨ଟି ହସ୍ପିଟାଲକୁ ନେଇଥିଲେ, କିନ୍ତୁ କେହି ତାକୁ ଏଡ଼ମିଟ କରିବା ପାଇଁ ପ୍ରସ୍ତୁତ ହେଉନଥିଲେ । ଶେଷରେ ଚେଷ୍ଟ ହସ୍ପିଟାଲରେ ସେ ନିଜ ପୁଅକୁ ଭର୍ତ୍ତି କଲେ ।

Google

ଏହି ସେଲ୍ଫି ଭିଡ଼ିଓରେ ୱେଙ୍କେଟେଶ ଏହା ମଧ୍ୟ କହୁଛନ୍ତି ଯେ, “କେଜାଣି କାହିଁକି ମୋ ପୁଅର ଭେଣ୍ଟିଲେଟରକୁ ହଟାଗଲା । ଅନ୍ୟ କୌଣସି ରୋଗୀ ଉପରେ ଲଗାଇବା ପାଇଁ ହଟାଗଲା କିମ୍ବା ମୋ ପୁଅକୁ ମାରିବା ପାଇଁ ହଟାଗଲା । ଯେବେକି କରୋନା ରିପୋର୍ଟ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ । ମୋ ହୃଦୟ ସ୍ତବ୍ଧ ହୋଇଯାଇଛି । ମୋ ପୁଅ ଏହା ମଧ୍ୟ କହୁଥିଲା ଯେ, ବାପା ମୋର ଭେଣ୍ଟିଲେଟରକୁ କାଢି ଦିଆଗଲା । ମୁଁ ନିଃଶ୍ୱାସ ନେଇ ପାରୁନାହିଁ” ।

ହସ୍ପିଟାଲର ବୟାନ

Google

ଏହି ମାମଲାରେ ଚେଷ୍ଟ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ମହବୁବ ଖାନ୍ କହିଛନ୍ତି ଯେ, “ଗତ ୨୪ ତାରିଖକୁ ରବିଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା ଏବଂ ୨୬ ତାରିଖରେ ତାଙ୍କ ମୃତ୍ୟୁ ହୋଇଗଲା । ଆମେ ତାର ଭେଣ୍ଟିଲେଟର ହଟାଇ ନଥିଲୁ । ତାହାକୁ ଫୁସଫୁସ ଓ ହୃଦୟର ଗମ୍ଭୀର ସଂକ୍ରମଣ ହୋଇଯାଇଥିଲା । କରୋନାର ପ୍ରଭାବ ତାହା ଉପରେ ଅଧିକ ହୋଇଯାଇଥିଲା” । କୁହାଯାଉଛି ଯେ, ରବିଙ୍କ ଅନ୍ତିମ ସଂସ୍କାର ପରେ ହିଁ ତାର କରୋନା ପୁଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *