ମୋବାଇଲରେ ବ୍ୟସ୍ତ ଥିଲେ ନର୍ସ ! କଥା ହେଉ ହେଉ ମହିଳାଙ୍କୁ ଦୁଇଥର ଲଗାଇ ଦେଲେ କରୋନା ଟୀକା…

ମୋବାଇଲରେ ବ୍ୟସ୍ତ ଥିଲେ ନର୍ସ ! କଥା ହେଉ ହେଉ ମହିଳାଙ୍କୁ ଦୁଇଥର ଲଗାଇ ଦେଲେ କରୋନା ଟୀକା…

ସାରା ବିଶ୍ୱରେ କୋଭିଡ୍-୧୯ ବ୍ୟାପି ଚାଲିଛି । ସରକାର ଲୋକଙ୍କୁ କରୋନା ପ୍ରତିଷେଧକ ଟୀକା ଲଗାଇବା ପାଇଁ ଅନୁରୋଧ କରୁଛନ୍ତି । ଏଥିସହିତ କରୋନାକୁ ରୋକିବା ପାଇଁ ମାସ୍କ ଓ ଦୁଇ ମିଟର ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ।

ସେପଟେ କାନପୁର ଦେହାତ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ପିଏଚସିରେ ଉପସ୍ଥିତ ଜଣେ ନର୍ସ ଏକ ମହିଳାଙ୍କୁ ଦୁଇଥର କରୋନା ଟୀକା ଲଗାଇ ଦେଲେ । ସୂଚନା ଅନୁଯାୟୀ, ନର୍ସ ଲଗାତାର ଫୋନରେ କଥାବାର୍ତ୍ତା କରୁଥିଲେ ।

କଣ ଥିଲା ସମ୍ପୂର୍ଣ୍ଣ ମାମଲା ?

କାନପୁର ଦେହାତ ଜିଲ୍ଲାର ମଣ୍ଡୋଲି PHCରେ ଉପସ୍ଥିତ ANM ଅର୍ଚ୍ଚନାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ପ୍ରତିଷେଧକ ଟୀକା ଲଗାଇବା ପାଇଁ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ଅର୍ଚ୍ଚନା ନିଜ ମୋବାଇଲରେ କଥାବାର୍ତ୍ତା କରିବା ସମୟରେ ଏତେ ବ୍ୟସ୍ତ ହୋଇ ଯାଇଥିଲେ ଯେ ସେ ମଣ୍ଡୋଲି କ୍ଷେତ୍ରରେ ରହୁଥିବା କମଲେଶ୍ ଦେବୀଙ୍କୁ ଥରକେ କୋଭିଡର ଦୁଇଟି ପ୍ରତିଷେଧକ ଟୀକା ଲଗାଇ ଦେଲେ ।

ଯାହା ଫଳରେ କମଲେଶ୍ ଦେବୀଙ୍କ ହାତ ଫୁଲିଗଲା ଓ କଷ୍ଟ ହେବାକୁ ଲାଗିଲା । ଯେତେବେଳେ କମଲେଶ୍ ଦେବୀ ଦୁଇଟି ଇଞ୍ଜେକସନ୍ ବିଷୟରେ ପଚାରିଲେ ସେତେବେଳେ ଅର୍ଚ୍ଚନା ଭୁଲରେ ଲାଗିଗଲା ବୋଲି କହି ନିଜ କଥା ଖୁବ୍ ସରଳ ଭାବେ ବୁଝାଇଦେଲେ ଓ ଓଲଟା ପୀଡ଼ିତକୁ ଗାଳି କରିବାକୁ ଲାଗିଲେ ।

ଯେତେବେଳେ ମହିଳା ଦୁଇଥର ପ୍ରତିଷେଧକ ଟୀକା ବିଷୟରେ କହିଲା, ସେତେବେଳେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ପ୍ରତିକ୍ରିୟା ପ୍ରକାଶ କଲେ ଏବଂ ସେ ମହିଳାଙ୍କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣ କଲେ । ଭଲ କଥାଟି ଏହିକିଯେ ମହିଳାଙ୍କୁ ଏହି ସମୟରେ କୌଣସି ସମସ୍ୟା ନଥିଲା ।

DM ସାହେବ ଦେଲେ ଯାଞ୍ଚର ନିର୍ଦ୍ଦେଶ

ଯେତେବେଳେ ମହିଳାଙ୍କ ପରିବାରକୁ ଏହି ଅବହେଳା ବିଷୟରେ ସୂଚନା ମିଳିଲା, ସେତେବେଳେ ସେ କ୍ରୋଧିତ ହୋଇଗଲେ । ମାମଲା ଅଧିକାରୀ ମାନଙ୍କ ନିକଟକୁ ପହଞ୍ଚିଗଲା, ସେତେବେଳେ କାନପୁରର DM ଜିଲ୍ଲାର CMO କୁ ମାମଲାର ଯାଞ୍ଚ କରି ଫ୍ୟାକ୍ଟ ଫାଇଡିଂ ରିପୋର୍ଟ ଦେବାକୁ ଆଦେଶ ଦେଲେ ।

Leave a Reply

Your email address will not be published. Required fields are marked *