ଭାରତରେ ପ୍ରସ୍ତୁତ କରାଯାଇଥିବା କରୋନା ଭ୍ୟାକ୍ସିନ୍ ନିଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ! ବହୁତ ଶୀଘ୍ର ଆସିପାରେ ଖୁସିଖବର ।

ଭାରତରେ ପ୍ରସ୍ତୁତ କରାଯାଇଥିବା କରୋନା ଭ୍ୟାକ୍ସିନ୍ ନିଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ! ବହୁତ ଶୀଘ୍ର ଆସିପାରେ ଖୁସିଖବର ।

ସମଗ୍ର ଦୁନିଆରେ ଅନେକ ଦେଶ କରୋନା ଭାଇରସ୍ (COVID-19) ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ଏବଂ ସେହି ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ସାମିଲ ଅଟେ । ଭାରତରେ ଭାରତ ବାୟୋଟେକ୍, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି (NIV) ଗୋଟିଏ ସାଥିରେ ମିଶି କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଛନ୍ତି । ଏଥିସହିତ ଏହି ଭ୍ୟାକ୍ସିନ୍ ବର୍ତ୍ତମାନ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

newstrend

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ ଅଫ ଇଣ୍ଡିଆ (DCGI) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନାର ଏହି ଔଷଧକୁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମାନଵ କ୍ଲିନିକାଲ୍ ପରୀକ୍ଷଣର ଅନୁମତି ଦେଇ ଦିଆଯାଇଛି । ଯାହା ପରେ ଜୁଲାଇ ମାସରେ ଏହାର ପରୀକ୍ଷଣ ଆରମ୍ଭ ହୋଇସାରିଛି । ଏହି ଟିକା ସଂକ୍ରାମକ ସାର୍ସ-cov-୨ ଭାଇରସର ଏକ ସ୍ଟେନ (ପ୍ରଜାତି)ରୁ ପ୍ରସ୍ତୁତ କରାଯାଇଛି ।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାର ଏହି ପ୍ରକ୍ରିୟା ଦ୍ୱାରା ସାର୍ସ-CoV-୨ ସ୍ଟେନ ଅଲଗା କରାଯାଇଥିଲା । ଯାହା ପରେ ଏହାକୁ ଭାରତ ବାୟୋଟେକକୁ ସ୍ଥାନାନ୍ତର କରାଯାଇଛି । ପୁଣି ଭାରତ ବାୟୋଟେକରେ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି ।

newstrend

କୌଣସି ମଧ୍ୟ ଭ୍ୟାକ୍ସିନକୁ ପ୍ରସ୍ତୁତ କରିବା ପରେ ଏହାକୁ ପଶୁମାନଙ୍କ ଉପରେ ପରୀକ୍ଷଣ କରାଯାଇଥାଏ । ପଶୁମାନଙ୍କ ଉପରେ ସଫଳ ପରୀକ୍ଷଣ ହେବା ପରେ ହିଁ ଏହାକୁ ମଣିଷ ଉପରେ ପରୀକ୍ଷଣ କରାଯାଇଥାଏ । ମାନବ ପରୀକ୍ଷଣ ସାହାଯ୍ୟରେ ଏହି ଜଣା ପଡିଯାଇଥାଏ କି, ଭ୍ୟାକ୍ସିନ୍ ରୋଗ ଦୂର କରିବାରେ କେତେ ପ୍ରଭାବଶାଳୀ ଏବଂ ସୁରକ୍ଷିତ ଅଟେ କି ନାହିଁ । ଭାରତରେ ବର୍ତ୍ତମାନ କରୋନା ଭାଇରସର ଭ୍ୟାକ୍ସିନ ମାନଵ ପରିକ୍ଷଣ କରାଯାଉଛି ଏବଂ ଏହା ସଫଳ ପରିକ୍ଷଣ ପରେ ଭ୍ୟାକ୍ସିନ୍ ବଜାରକୁ ଆସିଯିବ ।

ଋଷର କମ୍ପାନୀକୁ ସଫଳତା ମିଳିଛି

ମସ୍କୋର ସେଚେନୋବ ୟୁନିଭରସିଟି (Sechenov First Moscow State Medical University) କରୋନାର ପ୍ରଥମ ଭ୍ୟାକ୍ସିନର ସଫଳତାପୂର୍ବକ ମାନବ ପରିକ୍ଷଣ ସମ୍ପୁର୍ଣ୍ଣ କରିସାରିଛି । ଏହି ଭ୍ୟାକ୍ସିନକୁ ଋଷର ଗମଲେଈ ଇନଷ୍ଟିଚ୍ୟୁଟ୍ ଅଫ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜି (Gamalei Institute of Epidemiology and Microbiology) ଦ୍ୱାରା ପ୍ରସ୍ତୁତ କରାଯାଇଛି । ଯେତେବେଳେକି ସେଚେନୋବ ୟୁନିଭରସିଟିରେ ଭ୍ୟାକ୍ସିନର କ୍ଲିନିକାଲ ପରିକ୍ଷଣ ଚାଲିଥିଲା। ଭ୍ୟାକ୍ସିନର ବର୍ତ୍ତମାନ ଏହି ପରିକ୍ଷଣ ସମ୍ପୁର୍ଣ୍ଣ କରିଦିଆଯାଇଛି ଏବଂ ଅନୁସନ୍ଧାନକାରୀଙ୍କ ମତ ଅନୁସାରେ, ପ୍ରତ୍ୟେକ ପର୍ଯ୍ୟାୟରେ ଭ୍ୟାକ୍ସିନର ପରିକ୍ଷଣ ସଫଳ ରହିଛି ।

ବହୁତ ଶୀଘ୍ର ଆରମ୍ଭ ହେବ ଔଷଧର ଉତ୍ପାଦନ

ପରିକ୍ଷଣ ସମ୍ପୁର୍ଣ୍ଣ ହେବା ପରେ ଏହି ଭ୍ୟାକ୍ସିନକୁ ନିୟାମକ ଅନୁମୋଦନ ମିଳିବା ମାତ୍ରେ ହିଁ ଭ୍ୟାକ୍ସିନ ଉତ୍ପାଦନ ଆରମ୍ଭ ହୋଇଯିବ । ୟୁନିଭରସିଟିର ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ପାରାସିଟୋଲୋଜିର ନିର୍ଦ୍ଦେଶକ ଅଲେକଜେଣ୍ଡର ଲୁକାଶେବଙ୍କ ଅନୁସାରେ ଉତ୍ପାଦନ ବଢ଼ାଇବାର ସମ୍ଭାବନା ଉପରେ କଥାବାର୍ତ୍ତା ଚାଲିଛି । ସବୁକିଛି ଠିକ୍ ହୁଏ ତେବେ ଦୁଇରୁ ତିନି ମାସ ମଧ୍ୟରେ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ଆରମ୍ଭ ହୋଇଯିବ ।

newstrend

ଋଷୀ ନ୍ୟୁଜ୍ ଏଜେନ୍ସି TASS ଅନୁସାରେ ଏହି ଭ୍ୟାକ୍ସିନର ପ୍ରଥମ ପରିକ୍ଷଣ ୧୮ ଜୁନରୁ ଆରମ୍ଭ ହୋଇଥିଲା । ସେତେବେଳେ ଏହାର ପରିକ୍ଷଣ ୧୮ ଜଣ ଲୋକଙ୍କ ଉପରେ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟର ପରିକ୍ଷଣ ୨୦ଜଣ ସ୍ବେଚ୍ଛାସେବୀଙ୍କ ଉପରେ କରାଯାଇଥିଲା, ଯାହା ୨୩ ଜୁନରୁ ଆରମ୍ଭ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାର କାମ ଅନେକ କମ୍ପାନୀ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କାହାକୁ ହେଲେ ମଧ୍ୟ ସଫଳତା ମିଳିନାହିଁ । ଆଶା କରାଯାଉଛି କି ଏହି ବର୍ଷ ଶେଷ ସୁଦ୍ଧା କରୋନା ଭାଇରସ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇପାରିବ ।

ବହୁତ ଖରାପ ଭାବେ ବ୍ୟାପିସାରିଛି କରୋନା

google

ସମଗ୍ର ଦୁନିଆରେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଏକ କୋଟିରୁ ଅଧିକରେ ପହଞ୍ଚିଯାଇଛି । ଯେତେବେଳେ କି ଲକ୍ଷ ଲକ୍ଷ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଏହି ଭାଇରସ୍ ଦ୍ୱାରା ହୋଇଯାଇଛି । ଏଥି ସହିତ ଭାରତରେ ମଧ୍ୟ କରୋନା ଭାଇରସ୍ ଦ୍ୱାରା ୮ ଲକ୍ଷରୁ ଅଧିକ ଲୋକ ପୀଡିତ ହୋଇଛନ୍ତି ଏବଂ ୨୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

Leave a Reply

Your email address will not be published. Required fields are marked *