ବଡ ଖବର : ଭାରତରେ କରୋନାର ପ୍ରତିଷେଧକ ଟୀକା ଉତ୍ପାଦନ ଆରମ୍ଭ ! ଜାଣନ୍ତୁ କେବେ ଉପଲବ୍ଧ ହେବ ବଜାରରେ…

ବଡ ଖବର : ଭାରତରେ କରୋନାର ପ୍ରତିଷେଧକ ଟୀକା ଉତ୍ପାଦନ ଆରମ୍ଭ ! ଜାଣନ୍ତୁ କେବେ ଉପଲବ୍ଧ ହେବ ବଜାରରେ…

ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସମଗ୍ର ବିଶ୍ଵରେ ପ୍ରଳୟ ସୃଷ୍ଟି କରିଛି । ଏହି ଭାଇରସ୍ କବଳରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ମୃତ୍ୟୁବରଣ କରିଛନ୍ତି । ସମଗ୍ର ବିଶ୍ଵର ସମସ୍ତ ଦେଶ ଏହି ଭୂତାଣୁର ପ୍ରତିଷେଧକ ଟିକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଫଳ ମିଳିନାହିଁ ।

ଏପରି ସ୍ଥଳରେ ଅନେକ ଦେଶ କରୋନା ଭୂତାଣୁର ଔଷଧ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି କିନ୍ତୁ ଏଥିମଧ୍ୟରେ ଅକ୍ସଫୋର୍ଡ଼ ୟୁନିଭରସିଟି ପକ୍ଷରୁ ଏକ ସନ୍ତୋଷମୟ ଖବର ଆସିଅଛି । ବାସ୍ତବରେ ଅକ୍ସଫୋର୍ଡ଼ ୟୁନିଭରସିଟି AZD1222 ନାମରେ କରୋନା ଭାଇରସର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛନ୍ତି । ଯାହାର ପ୍ରୟୋଗ ସମୟରେ ଭଲ ଫଳ ପ୍ରକାଶ ପାଇଛି ଏବଂ ଏହି ଔଷଧର ଆଗାମୀ ପ୍ରୟୋଗ ମଧ୍ୟ ଖୁବଶୀଘ୍ର କରାଯିବ । ଏହାପରେ ଭାରତ ମଧ୍ୟ ଏହି ଔଷଧର ନିର୍ମାଣ ଆରମ୍ଭ କରି ଦେଇଛନ୍ତି । ଭାରତ ସହ ଏହି ଔଷଧର ନିର୍ମାଣର ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ ଓ ନରୱେରେ ମଧ୍ୟ କରାଯାଉଛି । ଯାହାର ସୂଚନା ବ୍ରିଟେନର ଔଷଧ କମ୍ପାନୀ ଏଷ୍ଟ୍ରାଜେନେକା ଦେଇଛନ୍ତି ।

ଆଷ୍ଟ୍ରା ଜେନେକାର ସିଇଓ ପେସ୍କାଲ୍ ସୋରିଓଟ୍ ବିସିସିଆଇ ସହ କଥାବାର୍ତ୍ତା କରିଥିଲେ । ସେହି ସମୟରେ ସେ କହିଛନ୍ତି ଯେ, ଆମେ ପ୍ରତିଷେଧକ ଟୀକାର ନିର୍ମାଣ ଆରମ୍ଭ କରୁଛୁ । ଏହାର ଫଳାଫଳ ପ୍ରକାଶ ହେବା ସମୟରେ ଆମ ପାଖରେ ଏହାର ପ୍ରତିଷେଧକ ନିଶ୍ଚିତ ଭାବେ ଥିବ । ଯଦିଓ ଏଥିରେ ବର୍ତ୍ତମାନ ବିପଦ ରହିଛି, ପ୍ରତିଷେଧକର ପ୍ରୟୋଗ ବିଫଳ ହେଲେ ସବୁ ପରିଶ୍ରମ ବୃଥା ହୋଇଯିବ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ WHO ମହାମାରୀର ସମାପ୍ତି ଘୋଷଣା ନ କରିବା ସେତେ ପର୍ଯ୍ୟନ୍ତ ଟିକା ପ୍ରସ୍ତୁତକାରୀ କମ୍ପାନୀକୁ ଲାଭ ମିଳିବ ନାହିଁ । ପେସ୍କାଲ୍ ସୋରିଓଟ୍ କହିଛନ୍ତି ଯେ, ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ ଏକ ଅର୍ବ ପ୍ରତିଷେଧକର ଡୋଜ୍ ପ୍ରସ୍ତୁତ ହେବ । ଏହି ଡୋଜ୍ ୨୦୨୧ ପର୍ଯ୍ୟନ୍ତ ୪୦ କୋଟି ଡୋଜ୍ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖିଛନ୍ତି ।

ଏହା ସଙ୍ଗେ ସଙ୍ଗେ ଆଷ୍ଟ୍ରା ଜେନେକାର ସିଇଓ ସୂଚନା ଦେଇ କହିଛନ୍ତି ଯେ, ୨୦୨୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଗତରେ କରୋନା ଭୂତାଣୁର ୨ ମିଲିୟନ ଡୋଜ୍ ଟୀକା ପ୍ରସ୍ତୁତ ହୋଇଯିବ । ଏପରି ସ୍ଥଳେ ଚଳିତ ସେପ୍ଟେମ୍ବର ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ପ୍ରତିଷେଧକ ବିଶ୍ୱର ଭିନ୍ନ ଭିନ୍ନ କମ୍ପାନୀ ମାନଙ୍କରେ ପ୍ରସ୍ତୁତ କରାଯିବ । କେବଳ ଏକୁଟିଆ ଆମେରିକା କରୋନାର ୪୦ କୋଟି ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବ । ବ୍ରିଟେନ କମ୍ପାନୀ ୧୦ କୋଟି ପ୍ରତିଷେଧକ ପ୍ରସ୍ତୁତ କରିବା ପାଇଁ ଚୁକ୍ତି କରିଛି । ଯଦିଓ କରୋନା ଭୂତାଣୁର ପ୍ରତିଷେଧକ ଟୀକା ତେବେ ହିଁ ଉପଲବ୍ଧ ହେବ ଯେବେ ଅକ୍ସଫୋର୍ଡ଼ ୟୁନିଭରସିଟି ଔଷଧ ଉପରେ ସମ୍ପୂର୍ଣ୍ଣ ସଫଳତା ହାସଲ କରିନେବ । ଏହି କାରଣରୁ ଆଗାମୀ ସମୟରେ ୟୁନିଭରସିଟି ଶିଶୁ ଓ ବୃଦ୍ଧମାନଙ୍କ ଉପରେ ମଧ୍ୟ ଏହି ଔଷଧର ପ୍ରୟୋଗ କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *