ହୃଦ୍-ଘାତ ରୋଗୀମାନେ କରୋନା ସମୟରେ ରକ୍ତ ଜମାଟ ବାନ୍ଧିବାର ଲକ୍ଷଣଗୁଡିକ ଧ୍ୟାନରେ ରଖନ୍ତୁ ! ନଚେତ ଜୀବନ ଚାଲିଯାଇପାରେ….

ହୃଦ୍-ଘାତ ରୋଗୀମାନେ କରୋନା ସମୟରେ ରକ୍ତ ଜମାଟ ବାନ୍ଧିବାର ଲକ୍ଷଣଗୁଡିକ ଧ୍ୟାନରେ ରଖନ୍ତୁ ! ନଚେତ ଜୀବନ ଚାଲିଯାଇପାରେ….

କରୋନାର ଦ୍ୱିତୀୟ ଲହରରେ ଲୋକମାନଙ୍କ ମଧ୍ୟରେ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ଏହି ରୋଗରୁ ସୁସ୍ଥ ହେବାପରେ ମଧ୍ୟ ଅନ୍ୟ କିଛି ନା କିଛି ରୋଗର ଆଶଙ୍କା ଅକ୍ଷୁର୍ଣ୍ଣ ରହିଥାଏ । ବିଶେଷ କରି ହୃତପିଣ୍ଡ ଜନିତ ସମସ୍ୟା ଥିବା ରୋଗୀମାନଙ୍କୁ କରୋନାରୁ ସୁସ୍ଥ ହେବାପରେ ମଧ୍ୟ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କରୋନା ରୋଗୀ ମାନଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ହୃଦଘାତ, କ୍ଲଟିଙ୍ଗ ଏବଂ ହାର୍ଟ ଫେଲ୍ୟୁୟର୍ ପରି ବିପଦ ଅକ୍ଷୁର୍ଣ୍ଣ ରହିଥାଏ । ତେବେ ଆସନ୍ତୁ ଡାକ୍ତର ମାନଙ୍କ ଠାରୁ ଜାଣିବା ଏହିପରି ପରିସ୍ଥିତିରେ କରୋନାରୁ ସୁସ୍ଥ ହେବାପରେ ହୃତପିଣ୍ଡର ଯତ୍ନ କିପରି ରଖା ଯାଇପାରିବ ।

ଲକ୍ଷ୍ନୌ ସ୍ଥିତ ସାହାର୍ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ତଥା ଆନ୍ତର୍ଜାତୀୟ ହୃଦ ବିଶେଷଜ୍ଞ ଡାକ୍ତର୍ ଗୌତମ୍ ସ୍ଵରୂପ “ଆଜ୍ ତକ୍” ସହ ଏକ ସାକ୍ଷାତକାରରେ କହିଛନ୍ତି ଯେ, ହୃଦଘାତଜନିତ ସମସ୍ୟା ଥିବା ରୋଗୀମାନଙ୍କୁ ସର୍ଵଦା ସତର୍କ ରହିବା ଉଚିତ । ହୃତପିଣ୍ଡ ସହିତ ଜଡିତ କୌଣସି ମଧ୍ୟ ଲକ୍ଷଣକୁ ଅଣଦେଖା କରିବା ଉଚିତ ନୁହେଁ । କରୋନାରୁ ସୁସ୍ଥ ହେବାପରେ ମଧ୍ୟ ହୃତପିଣ୍ଡର ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ବ୍ଲଡ୍-ପ୍ରେସର୍ ଏବଂ ହୃତପିଣ୍ଡ ଜନିତ ସମସ୍ୟା ଯୁକ୍ତ ବ୍ୟକ୍ତିମାନଙ୍କୁ ଭ୍ୟାକ୍ସିନ୍ ଦେବାରେ କୌଣସି ବିପଦ ଅଛି କି ଡାକ୍ତର୍ ଗୌତମ କହିଛନ୍ତି କି ହୃତପିଣ୍ଡ ଜନିତ ସମସ୍ୟା ବ୍ୟକ୍ତି ମାନଙ୍କୁ ଭ୍ୟାକ୍ସିନ୍ ଦେବାରେ କୌଣସି ବିପଦ ନାହିଁ ବରଂ ଏହି ଲୋକମାନେ ଯେତେ ଶୀଘ୍ର ପାରିବେ ଭ୍ୟାକ୍ସିନ୍ ଦେବା ଉଚିତ । ଏହି ଲୋକମାନଙ୍କୁ ଭ୍ୟାକ୍ସିନ୍ ସବୁଠାରୁ ଅଧିକ ଫାଇଦା ହେବ ।

ଡାକ୍ତର ଗୌତମଙ୍କ ଅନୁସାରେ, ହୃତପିଣ୍ଡ ଜନିତ ସମସ୍ୟା ବ୍ୟକ୍ତି ମାନଙ୍କ ମଧ୍ୟରେ ଭ୍ୟାକ୍ସିନ ଦେବା ଦ୍ୱାରା କୌଣସି ପ୍ରକାର କ୍ଲଟିଙ୍ଗ ହେବାର ବିପଦ ରହି ନଥାଏ। ଏହା ବ୍ୟତୀତ, ଏହି କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ କି, ଯଦି ଆପଣ ହୃତପିଣ୍ଡ ଜନିତ ସମସ୍ୟା ରୋଗୀ ଅଟନ୍ତି ତେବେ ଆପଣ କରୋନାରେ ସଂକ୍ରମିତ ହେବାପରେ ମଧ୍ୟ ନିଜର ନିୟମିତ ଔଷଧ ସେବନକୁ ପ୍ରତ୍ୟାଖ୍ୟାନ କରିବେ ନାହିଁ ।

କରୋନାରୁ ସୁସ୍ଥ ହେବାପରେ ହୃତପିଣ୍ଡର କିପରି ଯତ୍ନ ନେବେ- ଡାକ୍ତରଖାନାରୁ ଡ଼ିସଚାର୍ଜ ହେବାପରେ କିଛି ରୋଗୀଙ୍କ ମଧ୍ୟରେ ପୋଷ୍ଟ ନିମୋନିଆର୍ ଲକ୍ଷଣ ଅନୁଭବ ହୋଇପାରେ । ଏହା ଏହିପରି ହୋଇଥାଏ କାରଣ ହୃତପିଣ୍ଡ ଠିକ୍ ହେବାକୁ ସମୟ ଲାଗିଥାଏ । ଡାକ୍ତର ଗୌତମଙ୍କ ଅନୁସାରେ, ଯଦି ଆପଣ କରୋନାରୁ ସୁସ୍ଥ ହୋଇଯାଇଛନ୍ତି ଏବଂ ଆପଣଙ୍କ ଅମ୍ଳଜାନ ସ୍ତର ୯୪ରୁ ଉଚ୍ଚରେ ରହିଛି ତେବେ ଆପଣଙ୍କୁ କୌଣସି ପ୍ରକାର ବିଚଳିତ ହେବାର ଆବଶ୍ୟକତା ନାହିଁ ।

ଯଦି ସୁସ୍ଥ ହେବାର କିଛି ଦିନ ପରେ ମଧ୍ୟ ଆପଣଙ୍କ ଅମ୍ଳଜାନ ସ୍ତର ୯୪ରୁ କମ୍ ରୁହେ ତେବେ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି । ଏହା ହୃତପିଣ୍ଡରେ ପୋଷ୍ଟ କୋଭିଡ୍ କ୍ଳଟିଙ୍ଗର ସଙ୍କେତ ହୋଇପାରେ । ଏହିପରି ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରି ନିଜ ହୃତପିଣ୍ଡର ଯାଞ୍ଚ କରି ନିଅନ୍ତୁ ।

କରୋନାର ଏହି ଲହରରେ ରୋଗୀ ମାନଙ୍କୁ ଏତେ ମାତ୍ରାରେ ଦୁର୍ବଳତା କଣ ପାଇଁ ହେଉଛି, ଏହା ଉପରେ ଡାକ୍ତର ଗୌତମ କହିଛନ୍ତି କି, ଯେତେବେଳେ ମଧ୍ୟ ଆମେ କୌଣସି ‘ଭାଇରସ୍’ର ବିଶିଷ୍ଟ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ ସେତେବେଳେ ଆମ ଶରୀର ଦୁର୍ବଳ ହୋଇଯାଇଥାଏ । ଆମ ରୋଗ ପ୍ରତିରୋଧ ଶକ୍ତି ଧୀରେ ଧୀରେ ବଢ଼ିଥାଏ । ଏହି ସମାନ ବିଷୟ କରୋନା ସହିତ ମଧ୍ୟ ହୋଇଛି । କରୋନା ରୋଗୀ ମାନଙ୍କୁ ଦୁର୍ବଳତା ଅନୁଭବ ହେବା, ଭୋକ ନହେବା ଏବଂ ଶରୀର ଯନ୍ତ୍ରଣା ହେବା ସାମାନ୍ୟ ଲକ୍ଷଣ ହୋଇଥାଏ । ଏହିସବୁରୁ ରକ୍ଷା ପାଇବାକୁ ହେଲେ, ରୋଗୀକୁ ସର୍ବପ୍ରଥମେ ନିଜକୁ ମାନସିକ ଭାବେ ମଜବୁତ ରଖିବା ବହୁତ ଜରୁରୀ ଅଟେ ।

ଡାକ୍ତର ଗୌତମ କହିଛନ୍ତି କି, “କରୋନାର କିଛି ରୋଗୀଙ୍କୁ ଔଷଧର ଅଧିକ ଡୋଜ୍ ଦେବାକୁ ପଡିଥାଏ । ଏହି କାରଣ ହେତୁ ସୁସ୍ଥ ହେବାପରେ ମଧ୍ୟ ସେମାନଙ୍କୁ ବହୁତ ଦୁର୍ବଳତା ଅନୁଭବ ହୋଇଥାଏ, ଯାହା ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଏଥିରେ ବିଚଳିତ ହେବା ଆଦୌ ଦରକାର ନାହିଁ । ଏହି ଦୁର୍ବଳ ପଣ ଧୀରେ ଧୀରେ ଭଲ ହୋଇଯିବ ଏବଂ ସବୁକିଛି ସାମାନ୍ୟ ହୋଇଯାଏ । କରୋନାରୁ ସୁସ୍ଥ ହୋଇଥିବା ରୋଗୀ ମାନଙ୍କୁ ପ୍ରଚୁର ମାତ୍ରାରେ ପାଣି ପିଇବାର ଆବଶ୍ୟକତା ରହିଛି । ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ସହିତ ଭଲ ନିଦରେ ଶୋଇବା ଉଚିତ । ଏହା ଦ୍ୱାରା ରୋଗୀ ବହୁତ ଜଲଦି ଆରୋଗ୍ୟଲାଭ ହୋଇଥାନ୍ତି ।”

ତୃତୀୟ ଲହରର ବିପଦ ବିଷୟରେ ଡାକ୍ତର ଗୌତମ କହିଛନ୍ତି କି, ବର୍ତ୍ତମାନ ପରିସ୍ଥିତିରେ ଏହି ବିଷୟରେ ନିଶ୍ଚିତ ଭାବରେ କିଛି ମଧ୍ୟ କହିବା ସମ୍ଭବପର ନୁହେଁ କାରଣ ଏହି ସମସ୍ତ ଅନୁମାନ ଅଧ୍ୟୟନ ଉପରେ ଆଧାରିତ ଅଟେ । କିନ୍ତୁ ଆମକୁ ସାବଧାନତା ଅବଲମ୍ବନ କରିବା ସହିତ ଏଥି ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କରିବା ଉଚିତ । ପିଲାମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ହେଉଛି ପିତା-ମାତାଙ୍କ ପରମ କର୍ତ୍ତବ୍ୟ ତେଣୁ ସର୍ବପ୍ରଥମେ ଯଥା ଶୀଘ୍ର ସେମାନେ ଭ୍ୟାକ୍ସିନ୍ ନେଇଯିବା ଉଚିତ ।”

ଡାକ୍ତର କହିଛନ୍ତି, ପିଲା ମାନଙ୍କୁ କୋଭିଡ୍ ସମ୍ବନ୍ଧୀୟ ବ୍ୟବହାର ଶିଖାଇବା ବହୁତ ଜରୁରୀ ଅଟେ । ମାସ୍କ ଲଗାଇବାର ଠିକ୍ ପ୍ରକ୍ରିୟା ସେମାନଙ୍କୁ କୁହନ୍ତୁ ଏବଂ ସଫା ସୁତୁରା ରହିବାର ଅଭ୍ୟାସ କରାନ୍ତୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, କରୋନା ସମୟରେ ପିଲାମାନଙ୍କୁ ବାହାରକୁ ଆଦୌ ବାହାରକୁ ଛାଡନ୍ତୁ ନାହିଁ, ସେମାନଙ୍କୁ କୌଣସି ମଧ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନିଅନ୍ତୁ ନାହିଁ ।”

Leave a Reply

Your email address will not be published. Required fields are marked *