କରୋନା ସହିତ ଲଢ଼ିବା ପାଇଁ ମୁକେଶ ଅମ୍ବାନୀ ସହାୟତାର ହାତ ବଢାଇଲେ । ମାଗଣାରେ ଖାଦ୍ୟ ଓ ମାଗଣା ଇନ୍ଧନ ଯୋଗାଇବେ ବୋଲି ଘୋଷଣା କଲେ ।

କରୋନା ସହିତ ଲଢ଼ିବା ପାଇଁ ମୁକେଶ ଅମ୍ବାନୀ ସହାୟତାର ହାତ ବଢାଇଲେ । ମାଗଣାରେ ଖାଦ୍ୟ ଓ ମାଗଣା ଇନ୍ଧନ ଯୋଗାଇବେ ବୋଲି ଘୋଷଣା କଲେ ।

ସମଗ୍ର ବିଶ୍ୱରେ ଆଜି ମହାମାରୀ କରୋନା ଭାଇରସ୍ ପାଇଁ ହାହାକାର ଖେଳିଯାଇଛି । କେହି ମଧ୍ୟ ସ୍ଵପ୍ନରେ ଭାବି ନଥିଲେ ଯେ, ଏପରି ଏକ ଦିନ ଆସିବ, ସମଗ୍ର ଦେଶକୁ ଲକ୍ ଡାଉନ୍ କରିବାକୁ ପଡିବ । ମହାମାରୀ କାରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨୪ ମାର୍ଚ୍ଚରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ଐତିହାସିକ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ୨୧ ଦିନ ପର୍ଯ୍ୟନ୍ତ ଭାରତକୁ ଲକ୍ ଡାଉନ୍ କରି ଦିଆଯାଉଛି । ଯଦିଓ ଏହି ସମ୍ପୂର୍ଣ୍ଣ ଅବଧି ସମୟରେ ଆବଶ୍ୟକ ଦୋକାନ ବଜାର ହିଁ ଖୋଲା ରହିବ । ଏଥିପାଇଁ ଆପଣଙ୍କୁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । କିନ୍ତୁ ଏଥିରେ ସବୁଠାରୁ ଅଧିକ ଅସୁବିଧା ସେହି ଲୋକମାନଙ୍କୁ ହେବ ଯେଉଁମାନେ କି ଗରିବ ଅଟନ୍ତି କିମ୍ବା ଯେଉଁମାନେ ଦିନ ମଜୁରିଆ ଅଟନ୍ତି । ଏପରି ଲୋକମାନେ ନିତ୍ୟା ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଅଧିକ କ୍ରୟ କରିପାରିବେ ନାହିଁ ଏବଂ କାମ ମଧ୍ୟ କରିପାରିବେ ନାହିଁ । ଏଥିପାଇଁ ଏହି ଲୋକମାନଙ୍କ ପାଇଁ ଦେଶର ଧନୀ ବ୍ୟକ୍ତି ଓ ରିଏଲାନ୍ସର ମାଲିକ ମୁକେଶ ଅମ୍ବାନୀ ସହାୟତାର ହାତ ବଢାଇଛନ୍ତି ।

Google

କରୋନା ସହିତ ଲଢ଼ିବା ପାଇଁ ମୁକେଶ ଅମ୍ବାନୀଙ୍କ ମେଗାପ୍ଲାନ :

ମୁକେଶ ଆମ୍ବନୀ ନିଜ ଦେଶର ଜନତା ଓ ସରକାରୀ ସାହାଯ୍ୟ କରିବା ପାଇଁ କିଛି ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରୁ ସରକାରଙ୍କୁ ସାହାଯ୍ୟ ମିଳିବ ଓ ଲୋକମାନଙ୍କୁ ମଧ୍ୟ । ମିଳିଥିବା ସୂଚନା ଅନୁଯାୟୀ, ମୁକେଶ ଅମ୍ବାନୀ ମାସ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରି ୧ ଲକ୍ଷ କରି ଦେଇଛନ୍ତି ଓ ଏହା ସହିତ ଦେଶର କେତେଗୁଡ଼ିଏ ସହରରେ ଅସହାୟ ଲୋକମାନଙ୍କ ପାଇଁ ମାଗଣା ଭୋଜନ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଆପାଦକାଳୀନ ବାହାନ ଗୁଡ଼ିକୁ ମାଗଣା ଇନ୍ଧନ ଉପଲବ୍ଧ କରାଯିବ ।

ରିଏଲାନ୍ସ ପ୍ରସ୍ତୁତ କଲେ ୧୦୦ ବେଡ଼ର ୟୁନିଟ :

ମାଗଣା ସେବା ଗୁଡ଼ିକ ସହିତ ରିଏଲାନ୍ସ ୧୦୦ ବେଡ଼ର ୟୁନିଟ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହା ବିଷୟରେ ସୋମବାର ଦିନ ସୂଚନା ପ୍ରଦାନ କରି କୁହାଯାଉଛି ଯେ, ସିଏସଆର ପକ୍ଷରୁ ସଞ୍ଚାଳିତ ଡାକ୍ତରଖାନାରେ କରୋନାରେ ପୀଡିତ ରୋଗୀମାନଙ୍କ ପାଇଁ ୧୦୦ ବେଡ଼ର ୟୁନିଟ ପ୍ରସ୍ତୁତ କରିଛନ୍ତି । ଏଥିରୁ ରୋଗୀମାନଙ୍କ ପାଇଁ ଭଲ ସୁବିଧା ମିଳିବ । ଯାହାଫଳରେ କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ ନାହିଁ ।

ଏହା ବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନ କରୋନା ଭାଇରସ୍ ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ ବୃତ୍ତିଗତଙ୍କ ପାଇଁ ପ୍ରତିରକ୍ଷା ଉପକରଣ ମଧ୍ୟ ପ୍ରସ୍ତୁତ କରୁଛି ।

କେବଳ ଏତିକି ନୁହେଁ, ରିଲାଏନ୍ସ ଫାଉଣ୍ଡେସନ୍ କରୋନାଭାଇରସ୍ ପରୀକ୍ଷା ପାଇଁ ଟେଷ୍ଟ କିଟ୍ ଆମଦାନୀ କରୁଛି ।

କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ :

Google

ମୁକେଶ ଅମ୍ବାନୀ କରୋନା ଭାଇରସର ପ୍ରକୋପକୁ ଦେଖି ଏହା ମଧ୍ୟ କହିଛନ୍ତି ଯେ, ଯଦି ଆଗାମୀ ସମୟରେ ଆମକୁ ଆମ କାର୍ଯ୍ୟ ଅଟକାଇବାକୁ ପଡ଼ିବ; ତେବେ ଆମେ ରୋକିଦେବୁ ଓ କର୍ମଚାରୀଙ୍କୁ ଛୁଟି ସହିତ ସମ୍ପୂର୍ଣ୍ଣ ଦରମା ମଧ୍ୟ ପ୍ରଦାନ କରାଯିବ । ସାଥିରେ ମହାରାଷ୍ଟ୍ର ସରକାରଙ୍କ ରିଲିଫ ଫଣ୍ଡରେ ୫ କୋଟି ଟଙ୍କା ଦାନ କରିବେ । କମ୍ପାନୀ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆମେ କର୍ମଚାରୀଙ୍କୁ ୱାର୍କଫର୍ମ ଦେଇଦେଇଛୁ । ଏହା ବ୍ୟତୀତ ଆମେ କର୍ମଚାରୀ ଓ ଦେଶର ମଜୁରିଆମାନଙ୍କ ପାଇଁ ଫେସ୍ ମାସ୍କ ଓ ପିପିଟି ସୁଟ୍ ପ୍ରସ୍ତୁତ କରିଛୁ ।

Leave a Reply

Your email address will not be published. Required fields are marked *