କରୋନା ସହିତ ଲଢ଼ିବା ପାଇଁ ଭାରତ ସରକାର ବିଭିନ୍ନ ପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି ଏବଂ ଏହି ଭାଇରସକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ଠାରେ ଅନୁରୋଧ କରୁଛନ୍ତି ଯେ, ଏଭଳି ପରିସ୍ଥିତିରେ ଗରିବ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ । ମୋଦିଙ୍କ ଏହି ଅନୁରୋଧ ପରେ କେତେକ ଲୋକ ସହାୟତା ଯୋଗାଇଦେବା ନିମନ୍ତେ ସାମନାକୁ ଆସିଛନ୍ତି ଏବଂ ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି । ଅନ୍ୟପଟେ ବର୍ତ୍ତମାନ ବିଜେପି ଦଳ ମଧ୍ୟ ଅସହାୟ ଓ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁତ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ବିଜେପି ଦଳର ସମସ୍ତ ସାଂସଦ ୧ କୋଟି ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବେ ।
ବିଜେପି କରିବ ଅର୍ଥଦାନ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ଆଧାର କରି ଅନେକ ଲୋକ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ବଡ଼ ବଡ଼ ନେତା ମନ୍ତ୍ରୀ, କଳାକାର, ବ୍ୟବସାୟୀ ସହାୟତାର ହାତ ବଢାଇଛନ୍ତି । ଏହି ସହାୟତାରେ ଆହୁରି ଅନେକ ଲୋକ ସାମିଲ ହୋଇଛନ୍ତି । ବିଜେପି ଦଳର ଅଧ୍ୟକ୍ଷ ଜେପି ନଡ୍ଡ଼ା ଆଜି ଘୋଷଣା କରି କରିଛନ୍ତି ଯେ, କରୋନା ସହିତ ଲଢ଼ିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ କାର୍ଯ୍ୟକରି କରିବାରେ ବିଜେପି ଦଳର ସମସ୍ତ ସଦସ୍ୟ ଓ ସାଂସଦ ସଂପୂର୍ଣ୍ଣ ସହଯୋଗ କରିବେ । ଦଳର ଅଧ୍ୟକ୍ଷ ଜେପି ନଡ୍ଡ଼ା ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଆଦେଶ ଦେଇଛନ୍ତି ଯେ, ସେମାନେ ନିଜର ଗୋଟିଏ ମାସର ଦରମା କେନ୍ଦ୍ରୀୟ ସହାୟତା କୋଷରେ ଦାନ କରିବେ । ଏହା ସହିତ ଅସହାୟ ଓ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବେ । ଗତକାଲି ଏହି କଥାର ଘୋଷଣା କରି ଜେପି ନଡ୍ଡ଼ା କହିଛନ୍ତି ଯେ, ତାଙ୍କ ଦଳର ସମସ୍ତ ବିଧାୟକ ନିଜର MPLADS (ସଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନାର ସଦସ୍ୟ) କୋଷରୁ ୧ କୋଟି କେନ୍ଦ୍ରୀୟ ସହାୟତା କୋଷରେ ଦାନ କରିବେ । କରୋନା ବିରୁଦ୍ଧରେ ଦେଶରେ ଯେଉଁ ଲଢେଇ ଚାଲିଛି ସେଥିପାଇଁ ଅର୍ଥଦାନ କରାଯିବ ଓ ଆର୍ଥିକ ସହାୟତା ପ୍ରଦାନ କରାଯିବ ।
All MPs of BJP will release Rs. 1 crore from their MPLADS (Members of Parliament Local Area Development Scheme) fund to the Central Relief Fund in support to fight against #COVID19: Jagat Prakash Nadda, BJP national president . pic.twitter.com/Nw58S96EX8
— ANI (@ANI) March 28, 2020
ଦେଶର ବର୍ତ୍ତମାନ ବହୁତ ଗମ୍ଭୀର ପରିସ୍ଥିତିରେ ଅଛି ଓ କରୋନା ସହିତ ମୁକାବିଲା କରିବା ପାଇଁ ଭାରତ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହିସ୍ଥିତିରେ ବିଜେପି ଦଳ ମଧ୍ୟ ସରକାରଙ୍କ ସହାୟତା କରିବା ପାଇଁ ଅର୍ଥଦାନ କରିବା ପାଇଁ ଘୋଷଣା କରିଛନ୍ତି । ବିଜେପିଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଉଛି । ବିଜେପିର ଏହି ନିଷ୍ପତ୍ତିରୁ ଅନ୍ୟ ଲୋକମାନେ ମଧ୍ୟ ଅର୍ଥଦାନ ଓ ଆର୍ଥିକ ସହାୟତା କରିବା ପାଇଁ ପ୍ରେରିତ ହେଉଛନ୍ତି ।
କେତେ ଜଣାଶୁଣା କଳାକାରମାନେ ମଧ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଓ କେନ୍ଦ୍ରୀୟ ସହାୟତା କୋଷରେ ଅର୍ଥଦାନ କରୁଛନ୍ତି । କେବଳ ଏତିକି ନୁହେଁ ଏହି କଳାକାରମାନେ ଅନ୍ୟ ଲୋକମାନଙ୍କୁ ମଧ୍ୟ ଅନୁରୋଧ କରୁଛନ୍ତି ଯେ, ସେମାନେ ଆଗକୁ ଆସି ସରକାର ଓ ଗରିବ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ ।
ବଢୁଛି ଦେଶରେ କରୋନାର ପ୍ରକୋପ :

ଭାରତରେ କରୋନା ବହୁତ ଦ୍ରୁତ ଗତିରେ ପ୍ରସାରିତ ହେଉଛି ଏବଂ ଏପରି ଆଶଙ୍କା କରାଯାଉଛି ଯେ ଆଗାମୀ ସମୟରେ ଭାରତରେ କରୋନା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଯିବ । ଅନ୍ୟପଟେ ସବୁ ରାଜ୍ୟ ସରକାର ନିଜକୁ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ କରୁଛନ୍ତି ଏବଂ ହସ୍ପିଟାଲ ମାନଙ୍କରେ କରୋନା ରୋଗୀମାନଙ୍କ ପାଇଁ ବେଡ଼ (ଶଯ୍ୟା)ର ବ୍ୟବସ୍ଥା କରିବାରେ ବ୍ୟସ୍ତ ଅଛନ୍ତି ।
୯୦୦ରୁ ଅଧିକ ଲୋକ ଅଛନ୍ତି ରୋଗଗ୍ରସ୍ତ :

ବର୍ତ୍ତମାନ ଭାରତରେ ୧୦୦୦ରୁ ଉର୍ଦ୍ଧ୍ଵ ଲୋକ କରୋନାରେ ଆକ୍ରାନ୍ତ ଅଛନ୍ତି ଏବଂ ଏମାନଙ୍କ ଚିକିତ୍ସା କରାଯାଉଛି । ଅନ୍ୟପଟେ ବିଶ୍ୱରେ ଏହି ସଂଖ୍ୟା ୬ ଲକ୍ଷରୁ ଅଧିକ ହୋଇଯାଇଛି । ଯେତେବେଳେ କି ଏହି ଭାଇରସରୁ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୨୮ ହଜାରରୁ ଉପରକୁ ପହଞ୍ଚି ଯାଇଛି । ଯେଉଁ ଗତିରେ ଏହି ଭାଇରସ୍ ସଂକ୍ରମଣ ହେଉଛି, ଏହାକୁ ଲକ୍ଷ୍ୟ କରି ଏହା ସ୍ପଷ୍ଟ ଭାବରେ କୁହାଯାଉଛି ଯେ ଆଗାମୀ ଦିନମାନଙ୍କରେ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାକୁ ଯାଉଛି । ଏହି ଭାଇରସରୁ ଆମେରିକା, ଇଟାଲୀ ଓ ସ୍ପେନ ଦେଶ ସବୁଠାରୁ ଗଭୀର ଭାବରେ ପ୍ରଭାବିତ ହୋଇଛି ।