କରୋନା ରୋଗୀଙ୍କର ସେବା କରିବା ପାଇଁ ଅଭିନୟ ଛାଡି ନର୍ସ ହେଲେ ଏହି ଅଭିନେତ୍ରୀ !

କରୋନା ରୋଗୀଙ୍କର ସେବା କରିବା ପାଇଁ ଅଭିନୟ ଛାଡି ନର୍ସ ହେଲେ ଏହି ଅଭିନେତ୍ରୀ !

କରୋନା ମହାମାରି ପାଇଁ ଦେଶରେ ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ଶନିବାର ପର୍ଯ୍ୟନ୍ତ ଦେଶରେ ସଂକ୍ରମିତ ଲୋକଙ୍କର ସଂଖ୍ୟା ୧୦୨୯ରେ ପହଞ୍ଚି । ଏଥିମଧ୍ୟରୁ ୮୫ରୁ ଅଧିକ ଲୋକ ସୁସ୍ଥ ହୋଇଥିବାର ସୂଚନା ମିଳିଛି ଓ ସେମାନଙ୍କ ବର୍ତ୍ତମାନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଅନ୍ୟପଟେ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଡାକ୍ତର ଓ ନର୍ସମାନେ କାରୋନା ସହିତ ଲଢ଼ିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ଏହି ସବୁ ମଧ୍ୟରେ ଏକ ଅଭିନେତ୍ରୀ କିଛି ସମୟ ପାଇଁ ଅଭିନୟ ଛାଡି ଲୋକଙ୍କର ସାହାଯ୍ୟ ପାଇଁ ନର୍ସ ହୋଇଯାଇଛନ୍ତି ।

instagram

ଏହି ଅଭିନେତ୍ରୀଙ୍କର ନାମ ଶିଖା ମାଲହୋତ୍ରା (Shikha Malhotra) ଅଟେ । ସେ କାଞ୍ଚଲି (Kanchali) ଫିଲ୍ମରେ ଅଭିନୟ କରି ସାରିଛନ୍ତି । ସେ ଏହି ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ୨୦୧୪ରେ ମହାବୀର ମେଡ଼ିକାଲ କଲେଜ ଓ ନୂଆଦିଲ୍ଲୀ ସ୍ଥିତ ସଫଦ୍ରଗଞ୍ଜ ମେଡ଼ିକାଲରେ ନର୍ସିଙ୍ଗର କୋର୍ସ କରିଥିଲେ । ହେଲେ ସେ ନିଜର ଏହି ନର୍ସିଙ୍ଗ କ୍ୟାରିଅର ଅଭିନୟ ଯୋଗୁଁ ପୁରା କରିପାରି ନଥିଲେ ।

instagram

କୋରନା ଭାଇରସ ଦିନକୁ ଦିନ ନିଜ କାୟା ବିସ୍ତାର କରିବାକୁ ଲାଗିଛି । ଏହି ହାହାକାରମୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଖା ମଲାହୋତ୍ରା ଭେଣ୍ଟିଲେଟର ନର୍ସ ରୂପରେ ଲୋକମାନଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ପାଇଁ ଶିଖାକୁ ମଧ୍ୟ ବି.ଏମ୍.ସି ତରଫରୁ ଅନୁମତି ମିଳିସାରିଛି । ଏହି ସମୟରେ ଶିଖା ମୁମ୍ବାଇର ଜୋଗେଶ୍ୱରୀ ଇଷ୍ଟର ହିନ୍ଦୁ ହ୍ରଦ ସମ୍ରାଟ ବାଲାସାହେଭ ଟ୍ରମା ହସ୍ପିଟାଲରେ ସ୍ଵେଚ୍ଛାସେବୀ ନର୍ସ ରୂପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ ଆଇସଲେସନ ବୋର୍ଡର ଦେଖାଦେଖି କରୁଛନ୍ତି ।

instagram

ସେ ନର୍ସର ଡ୍ରେସ ପିନ୍ଧି କାମ କରୁଥିବା ଫୋଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ସୋସିଆଲ ମିଡ଼ିଆର ସବୁଆଡେ ପ୍ରାୟ ଶିଖାଙ୍କର ଫୋଟ ଦେଖିବାକୁ ମିଳୁଛି । ସେ ନିଜର ଏକ ଫୋଟରେ ଲେଖିଛନ୍ତି ଯେ- “କଲେଜରେ ନିଜର କୋର୍ସ କରି ସାରିବା ପରେ ସମାଜ ସେବା ପାଇଁ ମୁଁ ସଂକଳ୍ପ ନେଇଥିଲି । ମୋତେ ଲାଗୁଛି କି ସେହି ସମୟ ଏବେ ଆସି ଯାଇଛି” ।

ଶିଖାଙ୍କର ଏହି ପଦକ୍ଷେପ ଫଳରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ତାଙ୍କର ପୋଷ୍ଟରେ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ତାଙ୍କର ପ୍ରଶଂସା କରୁଛନ୍ତି । ଆପଣଙ୍କୁ କହିଦେଉଛୁ ଶିଖା ମଲହୋତ୍ରା ନର୍ସ ଭାବରେ ଲୋକଙ୍କର ସେବା କରୁଥିବା ବେଳେ ଅନ୍ୟ କିଛି ଅଭିନେତା କୋଟି କୋଟି ଟଙ୍କା ରୂପରେ ଦାନ କରୁଛନ୍ତି । ଯାହା ସେମାନଙ୍କର ସଚ୍ଚୋଟ ଏବଂ ମାନବିକତାର ପରିଚୟ ସୃଷ୍ଟି କରୁଛି । ଏହି ତାଲିକାରେ ରହିଥିବା ସେହି ତରକାମାନେ ହେଲେ, ଅକ୍ଷୟ କୁମାର, ବରୁଣ ଧାୱନ, ହ୍ରିତିକ ରୋଶନଙ୍କ ବ୍ୟତୀତ ବାହୁବଳିର ଅଭିନେତା ପ୍ରଭାସଙ୍କର ସହିତ ଆହୁରି କିଛି ସୁପର ଷ୍ଟାର ଅଛନ୍ତି ଯେ କି ଗରିବମାନଙ୍କୁ ସହାୟତା ପାଇଁ କୋଟି କୋଟି ଟଙ୍କା ଦାନ କରିଛନ୍ତି ।

ଏହା ଥିଲା ଆଜିର ବିଷୟ ବସ୍ତୁ । ଏହାକୁ ପଢି ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ନିଜର ମତାମତ ଆମକୁ ନିଶ୍ଚୟ ଦିଅନ୍ତୁ !

Leave a Reply

Your email address will not be published. Required fields are marked *