ମାନବିକତାର ଏକ ନଗ୍ନ ନମୁନା : କଷ୍ଟରେ ଛାଟିପିଟି ହେଉଥିଲେ ରୋଗୀ ଜଣକ ! କରୋନା ପଜିଟିଭ୍ ବ୍ୟକ୍ତି ଜଣକ ଦେଇଦେଲେ ନିଜ ଅମ୍ଳଜାନ୍ ସିଲିଣ୍ଡର୍…

ମାନବିକତାର ଏକ ନଗ୍ନ ନମୁନା : କଷ୍ଟରେ ଛାଟିପିଟି ହେଉଥିଲେ ରୋଗୀ ଜଣକ ! କରୋନା ପଜିଟିଭ୍ ବ୍ୟକ୍ତି ଜଣକ ଦେଇଦେଲେ ନିଜ ଅମ୍ଳଜାନ୍ ସିଲିଣ୍ଡର୍…

କରୋନା ଭୁତାଣୁର ଦ୍ୱିତୀୟ ତରଙ୍ଗ ଦେଶରେ ଦିନକୁଦିନ ବ୍ୟାପିବାରେ ଲାଗିଛି । କରୋନାର ଦ୍ଵିତୀୟ ତରଙ୍ଗ ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ସ୍ୱାସ୍ଥ୍ୟବିତ୍ ମାନେ କହୁଛନ୍ତି । ଏହି ଭୁତାଣୁ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ଯାହାର ଫଳାଫଳ ସ୍ୱରୂପ ବର୍ତ୍ତମାନ ଗୋଟିଏ ଦିନରେ ତିନି ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଏତେ ସଂଖ୍ୟକ ରୋଗୀଙ୍କୁ ବର୍ତ୍ତମାନ ସଠିକ୍ ଭାବେ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରୁନାହିଁ ।

ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଅସୁସ୍ଥ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇଦେବା ତ ଦୂରର କଥା ତାଙ୍କ ପାଇଁ ହସ୍ପିଟାଲରେ ଶଯ୍ୟାଟିଏ ମଧ୍ୟ ମିଳୁନାହିଁ । କୌଣସି ହସ୍ପିଟାଲରେ ଶଯ୍ୟା ଖାଲି ରହୁନାହିଁ । କଷ୍ଟେମଷ୍ଟେ ଶଯ୍ୟାଟିଏ ମିଳିଲେ ମଧ୍ୟ ‘ଅମ୍ଳଜାନ୍ ସିଲିଣ୍ଡର୍’ର ଅଭାବ ଦେଖାଦେଉଛି । ଅମ୍ଳଜାନର ଅଭାବ ହେତୁ ଦେଶରେ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି ।

ଏପରି ପରିସ୍ଥିତିରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିପାଇଁ ମାନବିକତା ଲଜ୍ଜିତ ହୋଇଯାଇଛି । କେଉଁଠି ଅମ୍ଳଜାନ ସିଲିଣ୍ଡରର କଳା ବଜାର ଆରମ୍ଭ ହୋଇଛି ତ କେଉଁଠି ଶଯ୍ୟା ପାଇଁ ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଇଛି । ଏପରିକି ଜଣେ କୋଭିଡ୍-୧୯ ପଜିଟିଭ୍ ମହିଳାଙ୍କୁ ହସ୍ପିଟାଲରେ ଯୌନ ନିର୍ଯାତନା ଦିଆଯାଇଛି । ମୋଟ ଉପରେ ମହାମାରୀ ସମୟରେ ମଧ୍ୟ ମଣିଷଠାରେ ମାନବିକତା ଅପେକ୍ଷା ଅମାନୁଷିକତା ଅଧିକ ଦେଖିବାକୁ ମିଳୁଛି ।

କିନ୍ତୁ ସବୁ ମଣିଷ ଏକାପରି ନୁହେଁ । ଯଦିଓ ଦୁନିଆରେ କିଛି ଖରାପ ଲୋକ ଅଛନ୍ତି, କିଛି ଭଲ ଲୋକ ମଧ୍ୟ ଅଛନ୍ତି । ମଧ୍ୟପ୍ରଦେଶ ରାଜ୍ୟର ସାଗର ଜିଲ୍ଲାର ଛତ୍ରପୁର ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ରୋଗୀ ଅମ୍ଳଜାନ ଅଭାବରୁ ଯନ୍ତ୍ରଣା ଭୋଗୁଥିଲେ । ଏହି ରୋଗୀଙ୍କର ଯନ୍ତ୍ରଣା ଆଉ ଜଣେ ରୋଗୀ ଦେଖିପାରିଲେ ନାହିଁ ତେଣୁ ସେ ନିଜ ଅମ୍ଳଜାନ୍ ସିଲିଣ୍ଡର୍ ଖୋଲି ଆର ରୋଗୀଜଣଙ୍କୁ ଦେଇଦେଇଥିଲେ । ସମସ୍ତେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କରୋନା ରୋଗୀ ଦୀପକ ସିଂ ତୋମାରଙ୍କୁ ଜିଲ୍ଲା ଡାକ୍ତରଖାନାର ପ୍ରି ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅକ୍ସିଜେନ୍ ଲେବଲ୍ ଡାଉନରେ ଚାଲୁଥିଲା । ହସ୍ପିଟାଲରୁ ଅମ୍ଳଜାନ ପାଇବାରେ ଅସମର୍ଥ ହେବାରୁ ତାଙ୍କ ପରିବାର ସଦସ୍ୟ ଅମ୍ଳଜାନ ସିଲିଣ୍ଡର୍ କିଣି ଦୀପକ ସିଂଙ୍କୁ ଅମ୍ଳଜାନ୍ ଦେବା ଆରମ୍ଭ କଲେ ।

ସେହିଦିନ ରାତ୍ରିରେ ବ୍ରିଜାୱର୍ ନିବାସୀ ଓମ୍ ପ୍ରକାଶ ତାମ୍ରକରଙ୍କୁ ଦୀପକ୍ ସିଂ ତୋମାରଙ୍କ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଦିନ ସକାଳେ ଓମ୍ ପ୍ରକାଶ ନିଶ୍ୱାସ ନେବାରେ ଅସୁବିଧା ଆରମ୍ଭ କରିଥିଲେ ଏବଂ ତାଙ୍କୁ ମଧ୍ୟ ଡାକ୍ତରଖାନାରୁ ଅମ୍ଳଜାନ ମିଳିପାରିନଥିଲା ତେଣୁ ସେ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । ଏହା ଦେଖି ଦୀପକ୍ ତାଙ୍କର ଅମ୍ଳଜାନ୍ ସିଲିଣ୍ଡର୍ ବାହାର କରି ଓମ୍ ପ୍ରକାଶଙ୍କୁ ଦେଇଥିଲେ ।

ବର୍ତ୍ତମାନ ଉଭୟ ରୋଗୀଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଉଭୟଙ୍କ ପାଇଁ ଅମ୍ଳଜାନର ବହୁତ ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *