ଅକ୍ଷୟ କୁମାର କରୋନା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ୨୫ କୋଟି ଟଙ୍କା ଦେଇଛନ୍ତି । ଜାଣନ୍ତୁ ଅନ୍ୟ ଅଭିନେତାମାନେ କିଏ କେତେ ଦେଇଛନ୍ତି….

ଅକ୍ଷୟ କୁମାର କରୋନା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ୨୫ କୋଟି ଟଙ୍କା ଦେଇଛନ୍ତି । ଜାଣନ୍ତୁ ଅନ୍ୟ ଅଭିନେତାମାନେ କିଏ କେତେ ଦେଇଛନ୍ତି….

ଚୀନର ହୁୱାନ ସହରରୁ ଜନ୍ମ ନେଇଥିବା ଏହି କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ୱ ଆଜି ଆତଙ୍କିତ ଅବସ୍ଥାରେ । ଏହି କାରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ୨୧ ଦିନ ପର୍ଯ୍ୟନ୍ତ ସମଗ୍ର ଦେଶ ଲକ୍ଡ଼ାଉନ୍ କରିଛନ୍ତି । ଯାହା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଲକ୍ଡ଼ାଉନ୍ ଯୋଗୁଁ ଲକ୍ଷ ଲକ୍ଷ ଦିନ ମଜୁରୀଆ, ଶ୍ରମିକ ସହରରୁ ଗାଁକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି । ଏପରିକି ଏହି ଦିନ ମଜୁରିଆ, ଶ୍ରମିକ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି । ଏହି ଲକ୍ଡ଼ାଉନ୍ ବ୍ୟବସ୍ଥା ଆଉ କେତେଦିନ ଚାଲିଲେ ବୋଧେ କରୋନ ଭାଇରସ୍ ଅପେକ୍ଷା ଅନାହାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ସମଗ୍ର ଭାରତର ଏହି ପରିସ୍ଥିତିକୁ ଦୃଷ୍ଟିର ରଖି ବର୍ତ୍ତମାନ ସମୟରେ ବଲିଉଡ ତରକାମାନେ ସହାୟତାର ହାତ ବଢାଇଛନ୍ତି । ତେବେ ଆସନ୍ତୁ ଜାଣିବା :

ଅକ୍ଷୟ କୁମାର :

ଏହି ସମୟରେ ବଲିଉଡ ତାରକା ଅକ୍ଷୟ କୁମାର କରୋନା ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ପାଇଁ ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦେଇଛନ୍ତି । ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଜୀବାଣୁ ମୁକାବିଲା ପାଇଁ ଏକ ନୂତନ ପଦକ୍ଷେପ ନେଇଛନ୍ତି । ସେ ଶନିବାର ଦିନ PM-CARES ପାଣ୍ଠି ଗଠନ କରିଥିଲେ । ଏଥିସହ ଲୋକଙ୍କୁ ଦାନ କରିବାକୁ ସେ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, କାରୋନା ଭାଇରସ୍ ବିରୋଧରେ ଲଢେଇ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ସହଯୋଗ କରିବାକୁ ଇଚ୍ଛା ପ୍ରକୋଟ କରିଛନ୍ତି । ଆସନ୍ତୁ ଜାଣିବା ଯେ ଅନେକ ସେଲିବ୍ରିଟି କରୋନା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ଅକ୍ଷୟ କୁମାର ଏକ ଟୁଇଟ୍ ଜରିଆରେ ଏହି ସୂଚନା ଦେଇ ଲେଖିଛନ୍ତି ଯେ, ଏହା ହେଉଛି ସେହି ସମୟ ଯେତେବେଳେ ଆମ ସମସ୍ତ ଏକତ୍ରିତ ହୋଇ ଆମ ଦେଶର ଲୋକଙ୍କ ଜୀବନ ବଞ୍ଚାଇବାକୁ ପଡିବ । ଏହି କଷ୍ଟ ସମୟରେ ଆମେ ସେମାନଙ୍କ ପାଇଁ ସବୁକିଛି କରିବା ଆବଶ୍ୟକ । ଏଭଳି ପରିସ୍ଥିତିରେ ମୁଁ ମୋର ସଞ୍ଚୟରୁ ସେମାନଙ୍କୁ ୨୫ କୋଟି ଦେଉଛି ।

Google

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୨୫ କୋଟି ଦାନ କରିବା ପରେ ନରେନ୍ଦ୍ର ମୋଦୀ ଅକ୍ଷୟ କୁମାରଙ୍କ ଟୁଇଟ୍ ର ପ୍ରତି ଉତ୍ତର ଦେଇଥିଲେ । ସେ ଲେଖିଛନ୍ତି ଯେ, PM Cares Fund ମଧ୍ୟ ତୁମ ସମସ୍ତଙ୍କ ଠାରୁ ଛୋଟ ଦାନ ଗ୍ରହଣ କରେ । ଏହା ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ଆହୁରି ଦୃଢ କରିଦେବ ଓ ନାଗରିକଙ୍କ ସୁରକ୍ଷାରେ ବିଶେଷ ସହାୟକ ହେବ ।

ପ୍ରଭାସ :

Google

ବାହୁବଲୀ ଅଭିନେତା ପ୍ରଭାସ ମଧ୍ୟ କରୋନା ପୀଡିତଙ୍କ ପାଇଁ ୧ କୋଟି ଟଙ୍କା ଦାନ ଘୋଷଣା କରିଛନ୍ତି । ବାହୁବଲୀ ତାରକା ପ୍ରଭାସ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସିଏମ ରିଲିଫ ପାଣ୍ଠିକୁ ୧ କୋଟି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଭିନେତା ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି ।

ଚିରଞ୍ଜୀବୀ :

Google

ଦକ୍ଷିଣ ଭାରତର ସୁପରଷ୍ଟାର ଚିରଞ୍ଜୀବୀ କରୋନା ପୀଡିତଙ୍କ ପାଇଁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ମହେଶ ବାବୁ :

Google

ଅନ୍ୟ ଜଣେ ସାଉଥ ସୁପରଷ୍ଟାର ମହେଶ ବାବୁ ମଧ୍ୟ କରୋନା ପୀଡିତଙ୍କ ପାଇଁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ରାମଚରଣ ତେଜା :

Google

ଚିରଞ୍ଜୀବୀଙ୍କ ପୁଅ ରାମଚରଣ ତେଜା କରୋନା ପୀଡିତଙ୍କ ପାଇଁ ୭୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସୋସିଆଲ ମିଡିଆରେ ରାମଚରଣ ଏକ ପ୍ରେସ ନୋଟ ପ୍ରକାଶ କରିଛନ୍ତି । ଏହି ନୋଟରେ ଲେଖାଯାଇଛି ଯେ, “ପୱନ କଲ୍ୟାଣଙ୍କ ଠାରୁ ପ୍ରେରଣା ପାଇବା ପରେ ମୁଁ ବର୍ତ୍ତମାନ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ୭୦ ଲକ୍ଷ ଟଙ୍କା ମଧ୍ୟ ଦାନ କରୁଛି । ଜଣେ ଦାୟିତ୍ଵବାନ ନାଗରିକ ହୋଇ ମୁଁ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଗ୍ରହଣ କରେ ।”

କପିଲ ଶର୍ମା :

Google

କପିଲ ଶର୍ମା କରୋନା ପୀଡିତଙ୍କ ପାଇଁ ୫୦ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି । କପିଲ ଟ୍ୱିଟ୍ କରି ଲେଖିଛନ୍ତି- ଏହା ହେଉଛି ବାସ୍ତବରେ ସେହି ସମୟ; ଯେଉଁମାନେ ପ୍ରକୃତରେ ଆବଶ୍ୟକତା ଲୋଢନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସମସ୍ତେ ଏକତ୍ରିତ ହେବାକୁ ପଡିବ ଏବଂ ସେମାନଙ୍କ ପାଇଁ ଛିଡା ହେବାକୁ ପଡିବ । ମୁଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ପାଇଁ ୫୦ ଲକ୍ଷ ଦାନ କରୁଛି ।

ରଜନୀକାନ୍ତ :

Google

ଦକ୍ଷିଣ ଭାରତର ଅନ୍ୟତମ ସୁପରଷ୍ଟାର ରଜନୀକାନ୍ତ କରୋନା ପୀଡିତଙ୍କ ପାଇଁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଭିନେତା ବିଜୟ ସେଥୁପାତି ମଧ୍ୟ ୧୦ ଲକ୍ଷ ଦାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *