ସାବଧାନତା ! ଏହି ୮ଟି ରାଜ୍ୟରେ କରୋନାର ପ୍ରକୋପ ଅନିୟନ୍ତ୍ରୀତ ! ମିଳୁଛି ଏହି ଭୟଙ୍କର ସଙ୍କେତ…

ସାବଧାନତା ! ଏହି ୮ଟି ରାଜ୍ୟରେ କରୋନାର ପ୍ରକୋପ ଅନିୟନ୍ତ୍ରୀତ ! ମିଳୁଛି ଏହି ଭୟଙ୍କର ସଙ୍କେତ…

ସାରା ଦୁନିଆରେ କୋରୋନା ଭୂତାଣୁର ପ୍ରଭାବ ବ୍ୟାପିବାରେ ଲାଗିଛି । ଏହି ଭୂତାଣୁ କାରଣରୁ ଅଧିକାଂଶ ଦେଶରେ ଲାଗୁ ହୋଇଥିବା ଲକ୍ଡ଼ାଉନର ପ୍ରଭାବ ଏତେ ପ୍ରଭାବଶାଳୀ ହୋଇନାହିଁ ବରଂ ସ୍ଥିତି ଏପରି ହୋଇଯାଇଛି ଯେ କୋବିଡ଼-19 ରୂପ ବଦଳାଇ ଆକ୍ରମକ ହେଉଅଛି । ପ୍ରକୃତରେ କରୋନା ସଂକ୍ରମଣ ଘଟଣା ଦିନକୁ ଦିନ ଦ୍ୱିଗୁଣିତ ହେବାରେ ଲାଗିଛି । ଯେଉଁଥିରେ ବୈଜ୍ଞାନିକ ଏବଂ ସରକାରଙ୍କର ସମସ୍ୟା ଆହୁରି ଅଧିକ ବଢ଼ି ଯାଇଛି । କରୋନା ଟୀକାକୁ ନେଇ ବୈଜ୍ଞାନିକଙ୍କ କହିବା କଥା ଯେ, ଏବେ କ୍ଲିନିକଲ ଟ୍ରାଏଲରେ ହିଁ କାମ ଚଳାଇବାକୁ ପଡ଼ିବ । କାରଣ କୋରୋନା ଟୀକା ପ୍ରସ୍ତୁତ କରିବାରେ ସଂପୂର୍ଣ୍ଣ ଏକ ବର୍ଷର ସମୟ ମଧ୍ୟ ଲାଗିପାରେ । ତେଣୁ ଯେତେ ପର୍ଯ୍ୟନ୍ତ କରୋନା ଟୀକା ପ୍ରସ୍ତୁତ ନ ହୋଇଛି ଆମ ନିଜକୁ ସତର୍କ ରହିବାକୁ ପଡ଼ିବ ।

Google

ଯେପରିକି ମାସ୍କ ପରିଧାନ କରିବା, ସାମାଜିକ ଦୁରତ୍ଵକୁ ଆପଣେଇବା ଏବଂ ତାହାକୁ ନିଜ ଜୀବନର ଅଂଶ ବନାଇବାକୁ ପଡ଼ିବ । ଏସବୁ ମଧ୍ୟରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ଼ ଭାଙ୍ଗୁଛି । ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ୫,୨୯,୦୦୦ରୁ ଅଧିକ ମାମଲା ସମ୍ନାକୁ ଆସିଛି । ଯେଉଁଠି ୧୬,୦୯୫ ଲୋକଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି ।

Google

ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ରବିବାର ଦିନ ସବୁଠାରୁ ଅଧିକ ସଂଖ୍ୟକ ରୋଗୀ ବଢ଼ିଥିବାର ଦେଖାଯାଇଛି । ଦେଶରେ ବିଭିନ୍ନ ଅଂଶରୁ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୧୦ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଠି ୧୯ ହଜାର ୯୦୬ ନୂଆ କରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏହା ସହିତ ଦେଶରେ ସର୍ବମୋଟ ପୋଜିଟିଭ ମାମଲାର ସଂଖ୍ୟ ୫ ଲକ୍ଷ ୨୮ ହଜାର ୮୫୯ରେ ଆସି ପହଞ୍ଚିଛି ।

google

କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି ହୋଇଥିବା ସଂଖ୍ୟା ଉପରେ ଦୃଷ୍ଟି ଦେଲେ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଗୁଜରାଟ ସହିତ ୮ ରାଜ୍ୟରେ କୋରୋନା ସଂକ୍ରମଣର ପ୍ରଭାବ ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି କରିଛି । ଏଠାରେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୯୨ ପ୍ରତିଶତରୁ ଅଧିକ ହୋଇଛି ଏବଂ ସକ୍ରିୟ ମାମଲା ୭୫ ପ୍ରତିଶତରୁ ଅଧିକ ଅଟେ । ଅଧିକାରୀକ ବୟାନ ମୁତାବିକ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ଏହି ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ଅଟେ ।

google

ଯେଉଁଥିରେ ୨ ଲକ୍ଷ ୦୩ ହଜାର ୦୫୧ ସକ୍ରିୟ ମାମଲା । ୩ ଲକ୍ଷ ୦୯ ହଜାର ୭୧୩ ଜଣ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୬ ହଜାର ୦୯୫ କୋରୋନା ଭୂତାଣୁରେ ସଂକ୍ରମିତ ବ୍ୟକ୍ତି ଜୀବନ ହାରିଛନ୍ତି । ସବୁଠାରୁ ଅଧିକ ମୃତ୍ୟୁ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ହୋଇଥିବାର ସୂଚନା ହସ୍ତଗତ ହୋଇଛି ।

Leave a Reply

Your email address will not be published. Required fields are marked *