Corona କାଳରେ ‘ଅକ୍ସିମିଟର୍’ ମଧ୍ୟ ‘ଚଡା ଦର’ରେ ବିକ୍ରି ହେବାକୁ ଲାଗିଲାଣି ! ଜାଣନ୍ତୁ ଏହାର ଶସ୍ତା ଏବଂ ଭଲ ବିକଳ୍ପ…

Corona କାଳରେ ‘ଅକ୍ସିମିଟର୍’ ମଧ୍ୟ ‘ଚଡା ଦର’ରେ ବିକ୍ରି ହେବାକୁ ଲାଗିଲାଣି ! ଜାଣନ୍ତୁ ଏହାର ଶସ୍ତା ଏବଂ ଭଲ ବିକଳ୍ପ…

କରୋନା ଭୂତାଣୁର ପ୍ରକୋପ କାରଣରୁ ଅନେକ ଜିନିଷର ଦାମ୍ ବଢ଼ି ଯାଇଛି । ଏବେ ପର୍ଯ୍ୟନ୍ତ ହସ୍ପିଟାଲରେ ବେଡ୍, ଅକ୍ସୀଜେନ୍ ସିଲିଣ୍ଡର୍, କିଛି ବିଶେଷ ଇଂଜେକସନ୍ ଏବଂ ଔଷଧର ଅଭାବ ଦେଖା ଦେଇଛି । କିନ୍ତୁ ଏବେ ଅକ୍ସୀଜେନର ମାତ୍ରା ମାପୁଥିବା ମେସିନ୍ ‘ଅକ୍ସୀମିଟର୍’ର ଅଭାବ ଦେଖା ଦେଲାଣି । ଏହାର ଫଳ ଏହିକି ଯେ ବଜାରରେ ଏହା ‘ଡବଲ୍ ଦାମ୍’ରେ ବିକ୍ରି ହେଉଛି ।

ସାଧାରଣ ଭାବରେ ଏକ ଭଲ ପଲସ୍ ଅକ୍ସୀମିଟର୍ ଆପଣଙ୍କୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିଯାଏ । କିନ୍ତୁ ବର୍ତ୍ତମାନ ଏହାର ଅଭାବ ଏବଂ ଫାଇଦା ଉଠାଇ ଏହାକୁ ୩୦୦୦ ଟଙ୍କାରେ ବିକ୍ରି କରାଯାଉଛି । କରୋନା କାଳରେ ଅନେକ ଲୋଙ୍କ ରକ୍ତରେ ଅମ୍ଳଜାନର ଅଭାବ ହେଉଛି । ଏମିତିରେ ଶରୀରରେ ଅମ୍ଳଜାନ ସ୍ତରକୁ ସମୟ ସମୟରେ ମାପିବାର ଆବଶ୍ୟକତା ପଡ଼ିଥାଏ । ଏଥିପାଇଁ ଅକ୍ସୀମିଟର୍ ଅନେକ କାମରେ ଆସିଥାଏ ।

ଯେହେତୁ ବର୍ତ୍ତମାନ ସମୟରେ ‘ଅକ୍ସୀମିଟର୍’ର ଦାମ୍ ଖୁବ୍ ଅଧିକ ଅଟେ ତେଣୁ ଏହା ସହଜରେ ମିଳୁନାହିଁ ଏବଂ ଏହାର ଅନ୍ୟ ବିକଳ୍ପ ମଧ୍ୟ ଟ୍ରାଏ କରିପାରୁ । ଏହାଦ୍ଵାରା ନା କେବଳ ଆପଣଙ୍କ ଖର୍ଚ୍ଚ କମ୍ ହେବ ବରଂ ଏହି ବିକଳ୍ପିକ ଜିନିଷ ଆପଣଙ୍କର ଆହୁରି ଅନ୍ୟ କାମରେ ମଧ୍ୟ ଆସିପାରିବ । ‘ଅକ୍ସୀମିଟର୍’ର ବିକଳ୍ପ ରୂପରେ ଆପଣ ସ୍ମାର୍ଟ ବ୍ୟାଣ୍ଡ କିଣିପାରିବେ । କିନ୍ତୁ ଆପଣଙ୍କୁ ସେହି ବ୍ୟାଣ୍ଡ କିଣିବାକୁ ପଡ଼ିବ ଯେଉଁଥିରେ Spo2 ଫିଚର୍ ଅର୍ଥାତ ରକ୍ତରେ ଅମ୍ଳଜାନ ସ୍ତର ମାପିବାର ଫିଚର୍ ଥିବ ।

ସ୍ମାର୍ଟ ବ୍ୟାଣ୍ଡ ମାଧ୍ୟମରେ ଆପଣ ରକ୍ତରେ ଅମ୍ଳଜାନ ସ୍ତର ସହିତ ହାର୍ଟ ରେଟ୍ ମଧ୍ୟ ମନିଟର୍ କରି ପାରିବେ । ଏହାର ଆକଳନ ପ୍ରାୟ ଠିକ୍ ଆସିଥାଏ । ଗୋଟିଏ ଭଲ କଥା ଏହିକି ଯେ ଏହାକୁ ଆପଣ ରାତି ସାରା ପିନ୍ଧି ପାରିବେ । ସକାଳ ପର୍ଯ୍ୟନ୍ତ ଏହା ଆପଣଙ୍କୁ ଡିଟେଲ୍ ରିପୋର୍ଟ ଦେଇଥାଏ । ଏହିଭଳି ଭାବରେ ଆପଣ ଜାଣି ପାରିବେ ଯେ କେଉଁ କେଉଁ ସମୟ ଏବଂ ସ୍ଥିତିରେ ଆପଣଙ୍କର ଅମ୍ଳଜାନ ସ୍ତର ହ୍ରାସ ହୋଇଥାଏ । ଏହାଦ୍ଵାରା ଆପଣ ଜାଣିପାରିବେ ଯେ କେଉଁ କେଉଁ କାର୍ଯ୍ୟ କରିଲେ ଆପଣଙ୍କର ଅମ୍ଳଜାନ ସ୍ତର କମିଥାଏ କିମ୍ବା ବଢ଼ି ଥାଏ ।

ସ୍ମାର୍ଟ ବ୍ୟାଣ୍ଡ ମଧ୍ୟ ଅଲଗା ଅଲଗା ମୁଲ୍ୟରେ ଉପଲବ୍ଧ ଅଟେ । ଆପଣ ଏଥିମଧ୍ୟରୁ କୌଣସିଟି ବି ନିଜ ଆବଶ୍ୟକତା ହିସାବରେ କିଣି ପାରିବେ । ଏହାକୁ କିଣିବା ସମୟରେ କେବଳ ଧ୍ୟାନ ରଖନ୍ତୁ ଯେ ସେଥିରେ ବ୍ଲଡ୍ ଅକ୍ସୀଜେନ୍ ଲେବଲ୍ ମାପିବା ଫିଚର୍ ଥିବା ଆବଶ୍ୟକ । ଏହି ସମ୍ବନ୍ଧରେ ଆପଣ ଅନ୍ୟକୁ ମଧ୍ୟ କହିପାରିବେ । ସାଧାରଣ ଭାବରେ ସ୍ମାର୍ଟ ବ୍ୟାଣ୍ଡ ସେତେବେଳେ କିଣନ୍ତୁ ଯେତେବେଳେ ଆପଣ ଗୁରୁତର ହୋଇନଥିବେ ଏବଂ ନିଜର ଅମ୍ଳଜାନ ଟେଷ୍ଟ କରିବାର ଅଛି ।

ଅକ୍ସୀମିଟର୍ ଗୁରୁତର ଥିବା ରୋଗୀଙ୍କ ପାଇଁ ଏବଂ ଡାକ୍ତର ମାନଙ୍କ ପାଇଁ ଉଚିତ ବିକଳ୍ପ ଅଟେ । ଶରୀରର ଅମ୍ଳଜାନ ସ୍ତରକୁ ବଢ଼ାଇବା ପାଇଁ ଆପଣ ପେଟ ବଳରେ ଶୋଇବା, ପ୍ରାଣୟାମ୍ ଏବଂ ଯୋଗ କରିବା ଭଳି ଜିନିଷ ସାମିଲ୍ କରି ପାରନ୍ତି ।

Leave a Reply

Your email address will not be published. Required fields are marked *