ସାବଧାନ! ଟଙ୍କାରେ ବ୍ୟାପୁଛି କରୋନା !

ନୂଆଦିଲ୍ଲୀ,୦୬/୧୦: ଆପଣ ଜାଣନ୍ତିକି ? କରେନ୍ସି ନୋଟ୍ ବା ଟଙ୍କାରେ କରୋନା ବ୍ୟାପୁଛି । ଯେକୌଣସି ପ୍ରକାରର ଜୀବାଣୁ କିମ୍ବା ଭୂତାଣୁ କରେନ୍ସି ନୋଟ୍ ମାଧ୍ୟମରେ ବିସ୍ତାର ହୋଇପାରେ । କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଦ୍ୱାରା ପଠାଯାଇଥିବା ଏହି ପ୍ରଶ୍ନର ଉତ୍ତର ଆରବିଆଇ ମେଲ୍ ଜରିଆରେ ପରୋକ୍ଷ ଭାବରେ କହିଛି । ଏଥିସହ ଆରବିଆଇ କହିଛି ଯେ ଲୋକମାନେ କରେନ୍ସି ନୋଟ୍ ବଦଳରେ ଅଧିକରୁ ଅଧିକ ଡିଜିଟାଲ ପେମେଣ୍ଟ ବ୍ୟବହାର କରିବା ଉଚିତ୍ ।

ମାର୍ଚ୍ଚ ୯ରେ ସିଏଟି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ପଠାଇଥିଲା । ଏହି ଚିଠିରେ କ୍ୟାଟ୍ ମୁଦ୍ରା ଏବଂ ନୋଟ୍ ବ୍ୟାକ୍ଟେରିଆ ଏବଂ ଭାଇରସ୍ ପରିବହନକାରୀ କି ନୁହେଁ ସ୍ପଷ୍ଟ କରିବାକୁ ଅନୁରୋଧ କରିଥିଲା । ଅର୍ଥ ମନ୍ତ୍ରଣାଳୟ ଏହି ପ୍ରଶ୍ନକୁ ଆରବିଆଇକୁ ପଠାଇଥିଲା । ଏହାର ଉତ୍ତରରେ ଆରବିଆଇ ଶନିବାର ଏକ ମେଲ ମାଧ୍ୟମରେ ସୂଚାଇ ଦେଇଛି ଯେ, ନୋଟ ଦ୍ୱାରା ଏହି ଭାଇରସ୍ ବିସ୍ତାର କରିପାରେ ।

ସିଏଟିକୁ ଦେଇଥିବା ଉତ୍ତରରେ ଆରବିଆଇ କହିଛି, କରୋନା ଭାଇରସ୍ ମହାମାରୀର ପ୍ରସାରକୁ ରୋକିବା ପାଇଁ ଲୋକମାନେ ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, କାର୍ଡ ଇତ୍ୟାଦି ଅନଲାଇନ୍ ଚ୍ୟାନେଲ୍ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ୍ କରିପାରିବେ । ଏଥିସହ ମୁଦ୍ରା ବ୍ୟବହାର କରିବା କିମ୍ବା ଏଟିଏମରୁ ନଗଦ ଟଙ୍କା ଉଠାଇବାଠାରୁ ଯଥା ସମ୍ଭବ ଲୋକମାନେ ଦୂରରେ ରହିବା ଭଲ ।

କ୍ୟାଟ୍ ରାଷ୍ଟୀୟ ଅଧ୍ୟକ୍ଷ ବିସି ଭରତୀୟା ଏବଂ ରାଷ୍ଟୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କରେନ୍ସି ନୋଟ୍ ମାଧ୍ୟମରେ କୌଣସି ପ୍ରକାରର ଭୂତାଣୁ କିମ୍ବା ଜୀବାଣୁ ଅତିଶୀଘ୍ର ବିସ୍ତାର ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସିଏଟି ଗତ ଏକ ବର୍ଷ ଧରି ମନ୍ତ୍ରୀ ତଥା ସରକାରଙ୍କ ଅନ୍ୟ କର୍ତ୍ତୃପକ୍ଷଙ୍କଠାରୁ ସ୍ପଷ୍ଟୀକରଣ ପାଇବାକୁ ଚେଷ୍ଟା କରିଥିଲା । ଗତ ବର୍ଷଠାରୁ ଅନେକ ଥର ଏହି ପ୍ରସଙ୍ଗ ଉଠାଇବା ପରେ ପ୍ରଥମ ଥର ସେଣ୍ଟ୍ରାଲ ବ୍ୟାଙ୍କ ଏହାର ଉତ୍ତର ଦେଇଛନ୍ତି । କିନ୍ତୁ ମୂଳ ପ୍ରଶ୍ନରୁ ଦୂରେଇ ଯାଇଛନ୍ତି । ଏହା ସ୍ପଷ୍ଟ କରୁଛି କରେନ୍ସି ନୋଟ୍ ମାଧ୍ୟମରେ ଭାଇରସ୍ ଏବଂ ଜୀବାଣୁ ବିସ୍ତାର ହୋଇପାରେ । ଏଥିପାଇଁ ଆରବିଆଇ ଏହାକୁ ଏଡ଼ାଇ ଦେଇନାହିଁ ଏବଂ ଡିଜିଟାଲ ପେମେଣ୍ଟ ବ୍ୟବହାର ପାଇଁ ପରାମର୍ଶ ଦେଇଛି ।

Be the first to comment

Leave a Reply

Your email address will not be published.


*