ବର୍ତ୍ତମାନ ସ୍ପେନରେ ଧ୍ୱଂସଲୀଳା କରୁଛି କରୋନା । ଗୋଟିଏ ଦିନରେ ଆସିଲା ୭ ହଜାର ମାମଲା ! ଏହିପରି ଭାବରେ ଲୋକମାନେ ଅତିବାହିତ କରୁଛନ୍ତି ଜୀବନ…

ବର୍ତ୍ତମାନ ସ୍ପେନରେ ଧ୍ୱଂସଲୀଳା କରୁଛି କରୋନା । ଗୋଟିଏ ଦିନରେ ଆସିଲା ୭ ହଜାର ମାମଲା ! ଏହିପରି ଭାବରେ ଲୋକମାନେ ଅତିବାହିତ କରୁଛନ୍ତି ଜୀବନ…

ଇଟାଲୀ ଓ ଆମେରିକା ପରେ ବର୍ତ୍ତମାନ ସ୍ପେନରେ ମଧ୍ୟ କରୋନା ଭାଇରସ୍ଵ କରୁଛି ତାଣ୍ଡବର ଲୀଲା । ଏହି ଦେଶ ବର୍ତ୍ତମାନ ଦୁନିଆର ଚତୁର୍ଥ ଦେଶ ହୋଇଯାଇଛି, ଯେଉଁଠାରେ କରୋନା ଭାଇରସ୍ ଜନିତ ମାମଲା ସବୁଠାରୁ ଅଧିକ ସମ୍ମୁଖକୁ ଆସିଛି ଏବଂ କାରୋନା ଭାଇରସରେ ମୃତ୍ୟୁ ମାମଲାରେ ଏହି ଦେଶ ବିଶ୍ଵର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି । ସ୍ପେନରେ ୪୯୫୧୫ ଜଣ କରୋନା ଭାଇରସରେ ସଂକ୍ରମିତ ଥିବାର ମାମଲା ସମ୍ମୁଖକୁ ଆସିଛି । ଆଶ୍ଚର୍ଯ୍ୟଜନକ କଥାଟି ଏହା ଯେ, ଏହି ଦେଶରେ ଗୋଟିଏ ଦିନରେ ୭୪୫୭ ନୂତନ ମାମଲା ସମ୍ମୁଖକୁ ଆସିଛି ଏବଂ ମୃତ୍ୟୁ ସଂଖ୍ୟା ୩୬୪୭କୁ ପହଞ୍ଚି ଯାଇଛି ।

କରୋନା ଭାଇରସ୍ ଉପ-ପ୍ରଧାନମନ୍ତ୍ରୀ ମଧ୍ୟ ସଂକ୍ରମିତ :

newstrend

ସ୍ପେନର ଉପ-ପ୍ରଧାନମନ୍ତ୍ରୀ କାର୍ମେନ୍ କାଲବୋ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଯାଇଛନ୍ତି । ମଙ୍ଗଳବାର ଦିନ କାର୍ମେନ୍ କାଲବୋ ନିଜର ପରୀକ୍ଷଣ କରାଇଥିଲେ ଏବଂ ଆଗାମୀ ଦିନ ଏହାର ରିପୋର୍ଟ ଆସିଥିଲା । ଯେଉଁଥିରୁ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବାର ଜଣାପଡ଼ିଥିଲା । କାର୍ମେନ୍ କାଲବୋ ଚାରି ଦିନରୁ ସେଲ୍ଫ ଆଇସୋଲେସନରେ ଥିଲେ । ବର୍ତ୍ତମାନ କରୋନା ଭାଇରସ୍ ବିଷୟରେ ଜଣାପଡ଼ିବା ପରେ ଏହାର ଚିକିତ୍ସା କରାଯାଉଛି । ଯେତେବେଳେ କି ଏମାନଙ୍କ ପରିବାର ଓ ଷ୍ଟାଫ ସଦସ୍ୟଙ୍କୁ କ୍ଵାରେଣ୍ଟଟାଇନରେ ପଠାଇ ଦିଆଯାଇଛି ଏବଂ ଏହା ଉପରେ ମେଡ଼ିକାଲ ବୋର୍ଡ଼ ନିରୀକ୍ଷଣ କରୁଛି ।

ଶବ ସହିତ ରହୁଛନ୍ତି ଲୋକେ :

newstrend

କରୋନା ଭାଇରସରେ ସ୍ପେନବାସୀ ଅଧିକ ସଂକ୍ରମିତ ହୋଇଛନ୍ତି ଏବଂ ଏହି ଭାଇରସ୍ କାରଣରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଯେଉଁଠାରେ କି ଲୋକମାନେ ଶବ ସହିତ ରହିବା ପାଇଁ ବାଧ୍ୟ ହେଉଛନ୍ତି । ଯେଉଁମାନଙ୍କ ମୃତ୍ୟୁ ଏହି ଭାଇରସ୍ କାରଣରୁ ହୋଇଛି, ସେମାଙ୍କ ପରିବାରଜନ ଏହି ମୃତ୍ୟୁ ବ୍ୟକ୍ତିଙ୍କ ସହ ରହୁଥିବାର ଜଣାପଡିଛି । ଏହି ମାମଲା ସାମନାକୁ ଆସିବା ପରେ ଏହାର ଯାଞ୍ଚ କରାଯାଉଛି । ଡାକ୍ତରଖାନା ଗୁଡିକୁ ସଂକ୍ରମଣମୁକ୍ତ ରଖିବା ପାଇଁ ସୈନିକମାନେ ଲାଗିପଡିଛନ୍ତି ।

ବୃଦ୍ଧ ବୟସ୍କ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉ ନାହିଁ :

newstrend

ଏହି ଦେଶର ରକ୍ଷା ମନ୍ତ୍ରୀ ମାର୍ଗରିଟା ରୋବଲସଙ୍କ ଅନୁଯାୟୀ ବୃଦ୍ଧ ବୟସ୍କ ଲୋକମାନଙ୍କ ଚିକିତ୍ସା କରାଯାଉ ନାହିଁ ଏବଂ ବୃଦ୍ଧ ଲୋକମାନଙ୍କୁ ମୃତ ଶଯ୍ୟାରେ ହିଁ ମୃତ ଅବସ୍ଥାରେ ଛାଡ଼ି ଦିଆଯାଉଛି । ଡାକ୍ତରଖାନା ଗୁଡ଼ିକ କେଉଁଠି ଅଛି ଓ ଏଠାରୁ କେତେ ଶବ ଉଦ୍ଧାର ହୋଇଛି, ଏହାର କୌଣସି ସଠିକ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।

ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଏହି ଭୂତାଣୁରୁ ସଂକ୍ରମଣ ହେଲେ :

newstrend

ଏହି ଦେଶର ଅବସ୍ଥା ଗୁରୁତ୍ଵର ଓ ଶୋଚନୀୟ ହୋଇଯାଇଛି । ସ୍ୱାସ୍ଥ୍ୟ ଆପାଦ କେନ୍ଦ୍ରର ପ୍ରମୁଖ ଫର୍ଣାଣ୍ଡୋ ସିମୋନଙ୍କ ଅନୁଯାୟୀ ଏହି ସପ୍ତାହ ବହୁତ କଠିନ ଥିଲା ଓ ଏହି ଭାଇରସରେ ୫,୪୦୦ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ।

ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, ଏହା ପୂର୍ବରୁ ଏହି ଦେଶର ମେଡ୍ରିଡ଼ର ମୋଣ୍ଟେ ହର୍ମସୋ ଓଲ୍ଡ଼ ଏଜ ହୋମରୁ ୧୯ଟି ଶବକୁ ଉଦ୍ଧାର କରିଛି । ଏହି ୧୯ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ମୃତ୍ୟୁ କରୋନାରୁ ହୋଇଛି । ଏହି ଓଲ୍ଡ଼ ଏଜ ହୋମରେ ୧୩୦ରୁ ଅଧିକ ଲୋକ ରହୁଥିଲେ । ଯେଉଁମାନଙ୍କ ମଧ୍ୟରୁ ୭୦ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

ଚୀନକୁ ପଛରେ ପକାଇଲା ସ୍ପେନ :

newstrend

ବର୍ତ୍ତମାନ ପର୍ଯ୍ୟନ୍ତ କାରୋନା ଭାଇରସ୍ ଯୋଗୁଁ ଇଟାଲୀରେ ସର୍ବାଧିକ ଲୋକ ମୃତ୍ୟୁବରଣ କରିଛନ୍ତି ଓ ଇଟାଲୀ କାରୋନା ଭାଇରସ୍ ଜନିତ ମାମଲାରେ ପ୍ରଥମ ସ୍ଥାନରେ ରହିଛି, ଯେତେବେଳେ କି ଚୀନ ଦ୍ଵିତୀୟ ସ୍ଥାନରେ ରହିଥିଲା । ଇଟାଲୀ ପରେ ଚୀନ ଦେଶରେ ମଧ୍ୟ ଏହି ଭାଇରସ୍ କାରଣରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାର ସୂଚନା ମିଳୁଛି । କିନ୍ତୁ ବର୍ତ୍ତମାନ ସ୍ପେନରେ ହୋଇଥିବା ଏହି ମୃତ୍ୟୁ ପରେ ସ୍ପେନ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି । ସ୍ପେନ ସରକାର ଏହି ଭାଇରସକୁ ରୋକିବାରେ ବିଫଳ ହୋଇଛି ଓ ଏହି ଦେଶର ଅବସ୍ଥା ଆଗାମୀ ସମୟରେ ଆହୁରି ଶୋଚନୀୟ ହେବାକୁ ଯାଉଛି ।

ସୌଜନ୍ୟ : newstrend

Leave a Reply

Your email address will not be published. Required fields are marked *