ଇନ୍ଦୋରରେ ଉଦ୍ଭାବନ ହେଲା କରୋନାର ଇଞ୍ଜେକ୍ସନ ! ଓଡିଶାରେ ପହଞ୍ଚିବ ଯଥାଶୀଘ୍ର !

ଇନ୍ଦୋରରେ ଉଦ୍ଭାବନ ହେଲା କରୋନାର ଇଞ୍ଜେକ୍ସନ ! ଓଡିଶାରେ ପହଞ୍ଚିବ ଯଥାଶୀଘ୍ର !

ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬, ହଜାରରୁ ଉର୍ଦ୍ଧ୍ଵରେ ପହଞ୍ଚିଛି ସରିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୮୬ଜଣ ଚିକିତ୍ସାଧୀନ ଥିବାବେଳେ ୪,୭୪୩ଜଣ ସୁସ୍ଥ ହୋଇଛନ୍ତି । ୨୩ ଜଣଙ୍କ ମୃତ୍ୟୁ ଘଟିଛି ।

Google

କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଆସିଲା ଆଶ୍ୱସ୍ତିର ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ ।

ସୂଚନାଯୋଗ୍ୟ, ମହାମାରୀ କରୋନାକୁ କେତେକାଂଶରେ ମାତ ଦେଇ ପାରୁଥିବା ଆଣ୍ଟି ଭାଇରାଲ ଔଷଧ ରେମଡେସିଭିରକୁ ନିକଟରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ସର୍ତ୍ତମୂଳକ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଥିଲା । ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ‘ହେଟେରୋ’କୁ ‘ରେମଡେସିଭିର’ ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା । ଏହାପରେ ହେଟେରୋ ଏହାର ନାମ ‘କୋଭିଫର୍’ ରଖି ଉତ୍ପାଦନ ଆରମ୍ଭ କରିଥିଲା । କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନା ପରି କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟକୁ ୨୦,୦୦୦ କୋଭିଫର ବୋତଲ ପଠାଇଥିଲା ।

google

ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟନା ଓ ଭୁବନେଶ୍ୱର, ରାଞ୍ଚି, ଭିଜୟୱାଡା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆକୁ ଔଷଧ ପଠାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ଆଜି ଏହି ଔଷଧ ଓଡ଼ିଶାରେ ପହଞ୍ଚିଛି । ୩ ରୁ ୪ ସପ୍ତାହ ମଧ୍ୟରେ କମ୍ପାନୀ ଏକ ଲକ୍ଷ ଔଷଧ ଉତ୍ପାଦନ କରିବାକୁ ଲକ୍ଷ ରଖିଥିବା ସେତେବେଳେ କହିଥିଲା ।

ତେବେ ଏହି ଔଷଧ ଅନ୍ୟ କୌଣସି ଔଷଧ ଦୋକାନର ମିଳିବ ନାହିଁ । କେବଳ ହସ୍‌ପିଟାଲ ଓ ସରକାରୀସ୍ତରରେ ଉପଲବ୍ଧ ହେବ ବୋଲି ହେଟେରୋ ଗ୍ରୁପ୍‌ ଅଫ୍‌ କମ୍ପାନୀର ଏମ୍‌ଡି ଭାମସୀ କ୍ରିଷ୍ଣା କହିଛନ୍ତି । ଗର୍ଭବତୀ ମହିଳା, ଲିଭର ଓ କିଡ୍‌ନୀ ଫେଲ୍‌ ଥିବା ରୋଗୀ, ସ୍ତନ୍ୟପାନ କରାଉଥିବା ମହିଳା ଓ ୧୨ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଏହି ଔଷଧ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *