‘ଭାରତ ଏବଂ ବ୍ରିଟେନ୍’ର ନୂତନ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ ଅଟେ ‘ଭାରତ ବାୟୋଟିକ୍’ର COVAXIN !

‘ଭାରତ ଏବଂ ବ୍ରିଟେନ୍’ର ନୂତନ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ ଅଟେ ‘ଭାରତ ବାୟୋଟିକ୍’ର COVAXIN !

‘ଭାରତ ବାୟୋଟିକ୍’ର କୋଭ୍ୟାକ୍ସିନ୍ (COVAXIN) କରୋନାର ସମସ୍ତ ଲହର ପ୍ରତି ପ୍ରଭାବଶାଳୀ ଅଟେ । ଏଥି ମଧ୍ୟରେ ଭାରତ ଏବଂ ୟୂକେ ଠାରେ ମିଳିଥିବା B.1.617 ଏବଂ B.1.1.7 ଲହର ମଧ୍ୟ ସାମିଲ୍ ଅଟେ । ରବିବାର ଦିନ ଭାରତ ବାୟୋଟିକ୍ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

କ୍ଲିନିକାଲ୍ ସଂକ୍ରାମକ ରୋଗ ‘ଜର୍ନାଲ୍’ର ଅଧ୍ୟୟନ ମୁତାବିକ, COVAXIN ଭାରତ ଏବଂ ଇଂଲଣ୍ଡ ଠାରେ ମିଳିଥିବା ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ B.1.617 ଏବଂ B.1.17 ସମେତ ସମସ୍ତ ପ୍ରମୁଖ ଷ୍ଟ୍ରେନକୁ ସଫଳତା ପୂର୍ବକ ନିରପେକ୍ଷ କରିପାରେ । ଏହି ଅଧ୍ୟୟନ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହଯୋଗରେ ହୋଇଛି ।

ସମସ୍ତ ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ଅଟେ

ଆଈସୀଏମଆର୍ ପକ୍ଷରୁ ଏହି ଅଧ୍ୟୟନକୁ କରାଯାଇଥିଲା । ଏହି ଅଧ୍ୟୟନରୁ ଜଣା ପଡିଥିଲା କି ଭ୍ୟାକ୍ସିନ୍ ପରେ ୟୂକେ ଭେରିଏଣ୍ଟ ଏବଂ ‘ଭ୍ୟାକ୍ସିନ୍ ଷ୍ଟ୍ରେନ୍’ର ନ୍ୟଟ୍ରାଲାଇଜେସନ୍ ମଧ୍ୟରେ କୌଣସି ତଫାତ୍ ଦୃଷ୍ଟିଗୋଚର ହୋଇ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ଅକ୍ସଫୋର୍ଡର କୋଭିଶୀଲ୍ଡ ଭ୍ୟାକ୍ସିନ୍ ବ୍ରିଟେନ୍ ସମେତ ସମସ୍ତ ଭେରିଏଣ୍ଟ ଉପରେ ପ୍ରଭାବଶାଳୀ ରହିଛି । ଯଦିଓ, ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ୍ ଉପରେ ଏହାର ସ୍ୱଳ୍ପ ପ୍ରଭାଵ ଦେଖିବାକୁ ମିଳିଛି । କିନ୍ତୁ ଖାସ୍ କଥା ଏହିକି ଯେ, ଦକ୍ଷିଣ ଆଫ୍ରିକା ବିଶିଷ୍ଟ ଷ୍ଟ୍ରେନର କୌଣସି ମଧ୍ୟ ମାମଲା ଭାରତରେ ଦେଖିବାକୁ ମିଳି ନାହିଁ ।

ତିନୋଟି ଭ୍ୟାକ୍ସିନ କୁ ଭାରତରେ ସ୍ୱୀକୃତି

ବର୍ତ୍ତମାନ ଭାରତରେ ‘କୋଭିଶୀଲ୍ଡ ଏବଂ କୋଭ୍ୟାକ୍ସିନ୍’ର ବ୍ୟବହାର ହେଉଛି । ଏହା ସହିତ ସ୍ପୁତନିକ-ବୀକୁ ମଧ୍ୟ ମଞ୍ଜୁରୀ ମିଳି ସାରିଛି । ଆସନ୍ତା ସପ୍ତାହରୁ ଏହାର ବ୍ୟବହାର ଆରମ୍ଭ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଭାରତରେ ୧୮,୨୨,୨୦,୧୬୪ ଡୋଜ୍ ଭ୍ୟାକ୍ସିନ୍ ଦିଆ ସରିଛି ।

ଭାରତରେ କରୋନା ସ୍ଥିତି କଣ ଅଟେ ?

ଭାରତରେ କରୋନା ସ୍ଥିତି ବିଷୟରେ କହିବାକୁ ଗଲେ, ବିଗତ ୨୪ ଘଣ୍ଟା ମଧ୍ୟରେ ୩୧୧୧୭୦ ମାମଲା ସାମ୍ନାକୁ ଆସିଛି । ଅପରପକ୍ଷେ ୪୦୭୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ସପ୍ତାହ ତୁଳନାରେ ମାମଲା କିମିଛି । ଏଥି ସହିତ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୨,୭୦,୨୮୪ ଜଣ ଲୋକଙ୍କ ପ୍ରଣାହାନୀ ଘଟିଛି ।

Leave a Reply

Your email address will not be published. Required fields are marked *