କରୋନା ନିୟନ୍ତ୍ରଣ କଷ୍ଟଦୟାକ ହେବ । ପୁନଶ୍ଚ କରୋନା ସଂକ୍ରମଣକୁ ନେଇ ଆସିଲା ଚିନ୍ତାଜନକ ଖବର…

କରୋନା ନିୟନ୍ତ୍ରଣ କଷ୍ଟଦୟାକ ହେବ । ପୁନଶ୍ଚ କରୋନା ସଂକ୍ରମଣକୁ ନେଇ ଆସିଲା ଚିନ୍ତାଜନକ ଖବର…

ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କ ଠାରେ ଗୋଟିଏ ସମୟରେ କୋରୋନାର ଦୁଇଟି ଭ୍ୟାରିଆଣ୍ଟ ଦେଖାଦେଇଛି । ଏହି ପ୍ରକାରର ବିରଳ ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକୋଟ କରିଛନ୍ତି ।

କରୋନାକୁ ନେଇ ବେଲଜିୟମରୁ ଆସିଥିବା ଏକ ଖବର ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କ ଠାରେ ଗୋଟିଏ ସମୟରେ କୋରୋନାର ଦୁଇଟି ଭ୍ୟାରିଆଣ୍ଟ ଚିହ୍ନ ଦେଖାଦେଇଛି । ଏହି ପ୍ରକାରର ବିରଳ ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକୋଟ କରିଛନ୍ତି । ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଏହି ଭୂତାଣୁ ପୂର୍ବ ଅପେକ୍ଷା ଅଧିକ କଷ୍ଟସାଧ୍ୟ କରିପାରେ ।

ସୂଚନା ଅନୁସାରେ, ମାର୍ଚ୍ଚ ୨୦୨୧ରେ ଜଣେ ବେଲଜିୟମ ମହିଳା, କରୋନାର ଦୁଇଟି ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟରେ ସଂକ୍ରମିତ ହେବା ପରେ ମହିଳା ଜଣକ ମୃତ୍ୟୁ ବରଣ କରିଥିଲେ । ମହିଳା ଏକାସାଙ୍ଗରେ ଆଲଫା ଏବଂ ବିଟା ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ମହିଳା ଜଣକ କରୋନା ଟିକା ନେଇନଥିଲେ, ଯେଉଁଥିପାଇଁ ତାଙ୍କ ଅବସ୍ଥା ଭଲ ହେବା ପରିବର୍ତ୍ତେ ଗମ୍ଭୀର ହୋଇଯାଇଥିଲା ବୋଲି ଡାକ୍ତର କହିଛନ୍ତି । ମାର୍ଚ୍ଚ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ୫ ଦିନର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପ୍ରାରମ୍ଭରେ ମହିଳାଙ୍କ ଅମ୍ଳଜାନ ସ୍ତର ଭଲ ଥିଲା, କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଖରାପ ହୋଇଗଲା । ସେଥିପାଇଁ ଡାକ୍ତରଖାନା ଜାଣିବାକୁ ଚେଷ୍ଟା କଲା ଯେ କରୋନାର କେଉଁ ଭ୍ୟାରିଆଣ୍ଟରେ ମହିଳା ସଂକ୍ରମିତ ହୋଇଥିଲେ । ସେଥିରେ ଉଭୟ ଆଲଫା ଏବଂ ବିଟା ଭ୍ୟାରିଆଣ୍ଟ ଦେଖିବାକୁ ମିଳିଥିଲା । ଉଲ୍ଲେଖନୀୟ କଥା ହେଉଛି, ଆଲଫା ପ୍ରଥମେ ବ୍ରିଟେନରେ ମିଳିଥିଲାବେଳେ ବିଟା ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିଲା ​।

ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା କରୋନା ସହସଂକ୍ରମଣର ପ୍ରଥମ ଘଟଣା । ଯେଉଁଥିରେ ଗୋଟିଏ ଶରୀରରେ ଦୁଇଟି ପ୍ରକାର ଦେଖିବାକୁ ମିଳିଥିଲା । ଏହିପରି ବିଷୟଗୁଡିକ ଚିନ୍ତାର ବିଷୟ ଏବଂ ଏହାକୁ ଗୁରୁତର ସହ ନିଆଯିବା ଉଚିତ୍ । ଡ. ଆନ୍ ଭେଙ୍କର୍ବେନ୍ କହିଛନ୍ତି ଯେ, କରୋନାର ଆଲଫା ଏବଂ ବିଟା ଭାରିଆଣ୍ଟ ବେଲଜିୟମରେ ଅଛି । ଏଭଳି ପରିସ୍ଥିତିରେ ମହିଳା ଦୁଇଜଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ମାଧ୍ୟମରେ ସଂକ୍ରମିତ ହୋଇଥିଲେ । ତେବେ ସେ କିପରି କୋରୋନାଙ୍କ ସଂସ୍ପର୍ଷରେ ଆସିଥିଲେ ତାହା ଜାଣିହେବ ନାହିଁ ।

Leave a Reply

Your email address will not be published. Required fields are marked *