Covid-19: May 10ପରେ ଭାରତରେ ଆହୁରି ଅଧିକ ତାଣ୍ଡବର ଲୀଳା ପ୍ରଦର୍ଶନ କରିବ କରୋନା !

Covid-19: May 10ପରେ ଭାରତରେ ଆହୁରି ଅଧିକ ତାଣ୍ଡବର ଲୀଳା ପ୍ରଦର୍ଶନ କରିବ କରୋନା !

ଏପ୍ରିଲ୍ ମାସରେ ଭାରତରେ ହୋଇଥିବା କରୋନାର ରେକର୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅନେକ ଅଧ୍ୟୟନ ଏବଂ ଗଣେଷକ ମାନଙ୍କର କହିବା ଅନୁଯାୟୀ, ଦେଶରେ ମଇ-୧୫ ଆଖପାଖରେ କରୋନା ଶୀର୍ଷରେ ଆସିପାରେ ଏବଂ ତାହାପରେ ଏହାର ବେଗ ଧୀର ହୋଇଯିବ । ତେବେ ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି କି ଭାରତ ପାଇଁ ଏହି କଷ୍ଟକର ସମୟ ଆହୁରି ବଢି ଯାଇପାରେ ।

ଏକ ନୂତନ ଅଧ୍ୟୟନ ଅନୁଯାୟୀ, କରୋନାର ଶୀର୍ଷର ସମୟସୀମା ଜୁନ୍ ମାସ ପର୍ଯ୍ୟନ୍ତ ଯାଇପାରେ । ଏହି ଅଧ୍ୟୟନ ହଙ୍ଗକଙ୍ଗର ଏକ ବ୍ରୋକରେଜ୍ କମ୍ପାନୀ ସିଏଲଏସଏ କରିଛି । ଅଧ୍ୟୟନ ଅନୁଯାୟୀ, ଭାରତରେ କରୋନାର ଦ୍ଵିତୀୟ ଲହର ଜୁନ୍ ମାସରେ ଶୀର୍ଷରେ ରହିବ । ଏହି ଅନୁମାନ ଆମେରିକା, ବ୍ରାଜିଲ୍, ୟୁକେ ସମେତ ୧୨ଟି ଦେଶର ବିଶ୍ଳେଷଣ ଉପରେ ଆଧାରିତ ଅଟେ ।

ଆପଣଙ୍କୁ କହିରଖୁଛୁ ଯେ, ଏହି ୧୨ଟି ଦେଶକୁ କରୋନା ଭୁତାଣୁର ଦ୍ଵିତୀୟ ଲହରର ସାମ୍ନା କରିବାକୁ ପଡିଛି । ଅଧ୍ୟୟନ ଅନୁଯାୟୀ, ଏହି ୧୨ଟି ଦେଶରେ କରୋନା ଶୀର୍ଷରେ ସେତେବେଳେ ଆସିଛି, ଯେତେବେଳେ ମୋଟ ଜନସଂଖ୍ୟାର ୨ ପ୍ରତିଶତ ଲୋକ ଏହାର ଶିକାର ହୋଇଛନ୍ତି ।

ଅଧ୍ୟୟନରେ କୁହାଯାଇଛି କି ଦ୍ଵିତୀୟ ଲହରରେ ବର୍ତ୍ତମାନ ଭାରତର ଜନସଂଖ୍ୟାର ମୋଟ ୦.୫ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୨ ପ୍ରତିଶତ ଲୋକଙ୍କୁ ସଂକ୍ରମିତ ହେବାରେ ପ୍ରାୟତଃ ୨ ମାସ ସମୟ ଲାଗିପାରେ । ମହାରାଷ୍ଟ୍ର ବର୍ତ୍ତମାନ ୧.୮ ପ୍ରତିଶତରେ ରହିଛି ଏବଂ ଏକ ସପ୍ତାହରୁ ମଧ୍ୟ କମ୍ ସମୟରେ ତାହା ଏହି ସ୍ତରରେ ପହଞ୍ଚି ଯାଇପାରେ ।

ଅଧ୍ୟୟନରେ ଭାରତ ପାଇଁ କରାଯାଇଥିବା ଏହି ଅନୁମାନ ନିଶ୍ଚିତ ଭାବରେ ଚିନ୍ତିତ କରିଦେବା ଭଳି ଅଟେ । କରୋନାର ମାମଲା ଏବଂ ଏହାଦ୍ଵାରା ହେଉଥିବା ମୃତ୍ୟୁ ଯଦି ଜୁନ୍ ମାସ ପର୍ଯ୍ୟନ୍ତ ଯାଏ, ତେବେ ପରିସ୍ଥିତି ଭୟଙ୍କର ହୋଇପାରେ ।

ଏହାପୂର୍ବରୁ ଆମେରିକାରେ ମିଶିଗନ୍ ବିଶ୍ୱବିଦ୍ୟାଳୟରେ ମହାମାରୀ ବିଶେଷଜ୍ଞ ଭ୍ରାମର ମୁଖାର୍ଜୀ ମଧ୍ୟ ଭାରତରେ ବଢୁଥିବା ମାମଲା ଉପରେ ଟ୍ୱିଟ୍ କରିଥିଲେ । ସେ ଦେଶରେ କରୋନାର ପରିସ୍ଥିତି ବିଷୟରେ ପ୍ରକାଶ କରି କହିଥିଲେ କି ମଇ ମାସର ମଝି ପର୍ଯ୍ୟନ୍ତ ପ୍ରତିଦିନ ୮-୧୦ ଲକ୍ଷ ନୂତନ ମାମଲା ସାମ୍ନାକୁ ଆସିପାରେ ଏବଂ ମଇ ୨୩ ଆଖାପାଖରେ ପ୍ରତିଦିନ ୪,୫୦୦ ଜଣ ଲୋକ କରୋନା ଯୋଗୁଁ ନିଜର ପ୍ରାଣ ହରାଇପାରନ୍ତି ।

ଏହାବ୍ୟତୀତ ଆଇଆଇଟି ବୈଜ୍ଞାନିକ ମାନଙ୍କର ଏକ ଦଳ ମଧ୍ୟ ନିକଟରେ ଏକ ଅଧ୍ୟୟନ ଜାରି କରିଥିଲେ, ଯେଉଁଥିରେ ଆଗାମୀ ଦିନରେ ଭାରତରେ ବଢୁଥିବା କରୋନା ମାମଲା ବିଷୟରେ ବର୍ଣ୍ଣନା କରାଯାଇଥିଲା । ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି କି ମଇ ମାସର ମଝି ଭାଗ ପର୍ଯ୍ୟନ୍ତ କରୋନା ମାମଲା ୧୦ ଲକ୍ଷ ଉପରକୁ ଯାଇପାରେ ।

କରୋନାର ବଢ଼ୁଥିବା ସଂଖ୍ୟା ମଧ୍ୟରେ ଦେଶରେ ୧୮ ବର୍ଷ ଉପରର ବ୍ୟକ୍ତି ମାନଙ୍କୁ ମଧ୍ୟ ଟିକା ଦେବା କାର୍ଯ୍ୟ ଆରମ୍ଭ କରାଯାଇସାରିଛି । ଆଶା ପ୍ରକାଶ କରାଯାଉଛି କି ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେଇ ଖୁବଶୀଘ୍ର ଏହି ମହାମାରୀ ଉପରେ ନିୟନ୍ତ୍ରଣ କରାଯାଇପାରିବ ।

Leave a Reply

Your email address will not be published. Required fields are marked *