ଓଜନ ହ୍ରାସ କରିବା ଠାରୁ ଆରମ୍ଭ କରି ଆଖି ପାଇଁ ମଧ୍ୟ ଲାଭଦାୟକ ଅଟେ ଧନିଆ ପାଣି ! ଏପରି କରନ୍ତୁ ସେବନ, ମିଳିବ ୧୨ଟି ଅଦ୍ଭୁତ ଲାଭ…

ଓଜନ ହ୍ରାସ କରିବା ଠାରୁ ଆରମ୍ଭ କରି ଆଖି ପାଇଁ ମଧ୍ୟ ଲାଭଦାୟକ ଅଟେ ଧନିଆ ପାଣି ! ଏପରି କରନ୍ତୁ ସେବନ, ମିଳିବ ୧୨ଟି ଅଦ୍ଭୁତ ଲାଭ…

ଧନିଆ ମଞ୍ଜି ଆଖି ପାଇଁ ଲାଭଦାୟକ ଅଟେ । ଏହି ଖବରରେ ଜାଣନ୍ତୁ ୧୨ଟି ଅଦ୍ଭୁତ ଲାଭ…

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଧନିଆ ପାଣିରୁ ମିଳୁଥିବା ଏହି ଲାଭ ଧନିଆ ସମସ୍ତ ରୋଷେଇ ଘରେ ଆରାମରେ ମିଳିଯାଏ । ଏହା ଭୋଜନକୁ ସ୍ୱାଦିଷ୍ଟ କରେ, ଏଥିସହିତ ସ୍ୱାସ୍ଥ୍ୟ ମାମଲାରେ ମଧ୍ୟ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଧନିଆ ଶରୀର ପାଇଁ ଜରୁରୀ ଭିଟାମିନ୍-ଏ, ସି ସମେତ ଅନେକଗୁଡ଼ିଏ ପୋଷକ ତତ୍ତ୍ୱ ପୂରଣ କରେ । ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ହର୍ବଲ୍ ଚା, କାଢ଼ା ଆଦି ରୂପରେ ମଧ୍ୟ ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଆଯାଉଛି ।

ଧନିଆରେ କଣ କଣ ମିଳେ ?

ଧନିଆ ପାଣିରେ ପୋଟାସିୟମ୍, କ୍ୟାଲସିୟମ୍, ଭିଟାମିନ୍-ସି ଓ ମ୍ୟାଗେସିୟମ୍ ଭରପୂର୍ ମାତ୍ରାରେ ମିଳେ ଏବଂ ଏହି ସମସ୍ତ ତତ୍ତ୍ୱ ରୋଗ ଗୁଡ଼ିକୁ ଦୂର ରଖିବାରେ ସାହାଯ୍ୟ କରେ ।

ନିକଟରେ ଆୟୁଷ ମନ୍ତ୍ରାଳୟ ଏହାକୁ କୋଭିଡ୍-୧୯ ‘ଗାଇଡ୍ ଲାଇନ୍’ରେ ସ୍ୱାସ୍ଥ୍ୟ ଲାଭ ରୂପେ ଭୋଜନରେ ସାମିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଖବରରେ ଆମେ ଆପଣଙ୍କୁ ଧନିଆ ପାଣି ପିଇବା ଲାଭ ବିଷୟରେ କହୁଛୁ । ନିମ୍ନରେ ପଢ଼ନ୍ତୁ…

ଏପରି ପ୍ରସ୍ତୁତ କରନ୍ତୁ ଧନିଆ ପାଣି

ଏକ ପାତ୍ରରେ ଏକ ଗ୍ଲାସ୍ ପାଣି ନିଅନ୍ତୁ ଏବଂ ଏହାକୁ ‘ଗ୍ୟାସ୍’ରେ ଫୁଟାଇ ଦିଅନ୍ତୁ ।

ଯେତେବେଳେ ଏହି ପାଣି ଫୁଟିବାକୁ ଲାଗିବ ସେଥିରେ ଏକ ଚାମୁଚ୍ ଧନିଆ ମଞ୍ଜି ମିଶାଇ ଦିଅନ୍ତୁ ।

ଏହାକୁ ସେତେବେଳେ ଯାଏ ଫୁଟିବାକୁ ଦିଅନ୍ତୁ ଯେତେବେଳେ ଯାଏ ପାଣି ଅଧା ହୋଇନଯିବ ।

ଏହି ପାଣିକୁ ଛାଣି ନିଅନ୍ତୁ ଓ ଗରମ ଗରମ ଚା ଭଳି ପିଅନ୍ତୁ ।

ଧନିଆ ପାଣିର ଲାଭ

ଧନିଆ ପାଣି ପାଚନ ସମସ୍ୟାକୁ ଦୂର କରିଥାଏ ।

ପେଟରେ ଗ୍ୟାସ୍, ଜ୍ଵଳନ ଆଦି ସମସ୍ୟାକୁ ଶାନ୍ତ କରେ । ଏହା ଶରୀରରେ ମେଟାବିଲିଜିମ୍ ପ୍ରକ୍ରିୟାକୁ ବୃଦ୍ଧି କରେ ।

ଓଜନ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ଅଟେ ।

ଏହା ଥାଇରଏଡ୍ ହରମୋନକୁ ନିୟନ୍ତ୍ରଣ କରିବାରେ ଲାଭଦାୟକ ଅଟେ ।

ଏହାର ପ୍ରୟୋଗରୁ ରକ୍ତ ଶର୍କରା ମାତ୍ରାକୁ ହ୍ରାସ କରାଯାଇପାରିବ ।

ଏହା ଗଣ୍ଠି ବ୍ୟଥା ଦୂର କରେ ।

ଏହା ଶରୀରକୁ ହାଇଡ୍ରେଡ୍ ରଖେ ଓ ଶରୀରରେ ଜଳର ଅଭାବ ହେବାକୁ ଦିଏ ନାହିଁ ।

ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ ।

ଏହା ସାହାଯ୍ୟରେ ଆପଣ ବୃକକ୍ କୁ ଡ଼ିଟକ୍ସ କରିପାରିବେ ।

ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖେ ଓ ଗରମରୁ ଶୀତଳତା ପ୍ରଦାନ କରିବାରେ ସାହାଯ୍ୟ କରେ ।

ଚେହେରା ଫୁଲିବା ଭଳି ସମସ୍ୟା ମଧ୍ୟ ଦୂର କରେ ।

ଆଖି ପାଇଁ ଅଟେ ଲାଭଦାୟକ

ଧନିଆ ମଞ୍ଜି ଆଖି ପାଇଁ ବହୁତ ଲାଭଦାୟକ ଅଟେ । ଧନିଆର ଟିକିଏ ମଞ୍ଜିକୁ ଗୁଣ୍ଡ କରି ପାଣିରେ ଫୁଟାନ୍ତୁ । ଏହି ପାଣିକୁ ଥଣ୍ଡା କରି ମୋଟା କପଡ଼ାରେ ଛାଣି ନିଅନ୍ତୁ ଏବଂ ଏହାର ଦୁଇ ବୁନ୍ଦା ଆଖିରେ ପକାଇବା ଫଳରେ ଜ୍ଵଳନ, କଷ୍ଟ ଓ ପାଣି ପଡ଼ିବା ଭଳି ସମସ୍ୟା ଦୂର ହୋଇଥାଏ ।

ଏହି ଲେଖାରେ ଦିଆଯାଇଥିବା ସୂଚନା ଗୁଡ଼ିକ ସାମାନ୍ୟ ଅଭିଜ୍ଞତାରେ ଉପରେ ଆଧାରିତ । ଏହା ପୁରାପୁରି ସତ୍ୟ ନା ନାହିଁ ଆମେ ଜାଣୁ ନାହୁଁ । ଏଥିପାଇଁ ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ ।

Leave a Reply

Your email address will not be published. Required fields are marked *