ସଲମାନ ଖାନଙ୍କ ପକ୍ଷ ନେଇ ପାକିସ୍ତାନୀ କ୍ରିକେଟର ଶୋଏବ୍ ଅଖତର ସୁଶାନ୍ତଙ୍କ ବିରୋଧରେ ଦେଲେ ବିବାଦୀୟ ବୟାନ ! କହିଲେ-ସୁଶାନ୍ତଙ୍କର ନଥିଲା…

ସଲମାନ ଖାନଙ୍କ ପକ୍ଷ ନେଇ ପାକିସ୍ତାନୀ କ୍ରିକେଟର ଶୋଏବ୍ ଅଖତର ସୁଶାନ୍ତଙ୍କ ବିରୋଧରେ ଦେଲେ ବିବାଦୀୟ ବୟାନ ! କହିଲେ-ସୁଶାନ୍ତଙ୍କର ନଥିଲା…

ବଲିଉଡ଼ର ଏକ ପ୍ରତିଭାବାନ ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୩୪ବର୍ଷ ବୟସରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବଲିଉଡ଼ ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କ ବିଷୟରେ ଚର୍ଚ୍ଚା କରୁଥିବା ଲୋକଙ୍କ ସୂଚୀରେ ବର୍ତ୍ତମାନ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ୍ ଅଖତରଙ୍କ ନାମ ମଧ୍ୟ ସାମିଲ ହୋଇଛି । ରାବଲପିଣ୍ଡି ଏକ୍ସପ୍ରେସ୍ ନାମରେ ପରିଚିତ ଶୋଏବ୍ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଅନେକ କିଛି କଥା କହିଛନ୍ତି, ଯାହାକି ତାଙ୍କ ପ୍ରଶଂସକ ମାନେ ଶୁଣିବାକୁ ଆଦୋୖ ପସନ୍ଦ କରିବେ ନାହିଁ, ବରଂ ସେ ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡ଼ିଆରେ ଟ୍ରୋଲ୍ କରାଯାଉଥିବା ସଲମାନଙ୍କ ସପକ୍ଷରେ କହିଛନ୍ତି ।

google

କଣ କହିଲେ ଶୋଏବ୍ ଅଖତର ?

google

ନିଜ କ୍ୟାରିୟର ସମୟରେ ୪୬ ଟେଷ୍ଟ ମ୍ୟାଚ ଓ ୧୬୩ ୱାନଡେ ଖେଳିଥିବା ଶୋଏବ୍ ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲର ଏକ ଭିଡ଼ିଓରେ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ ଆଲୋଚନା କରିଛନ୍ତି । ଏଥିରେ ସେ ଦୁଃଖିତ ଥିବାର ନଜର ଆସୁଛନ୍ତି, କିନ୍ତୁ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ସେ କହିଛନ୍ତି ଯେ, ସୁଶାନ୍ତ ଆତ୍ମବିଶ୍ୱାସୀ ନଥିଲେ, ତାଙ୍କ ଠାରେ ଆତ୍ମବିଶ୍ୱାସ କମ୍ ଥିଲା ।

ଶୋଏବ୍ ଅଖତର, ଯିଏକି ନିଜ କ୍ରିକେଟ୍ କ୍ୟାରିୟର ସମୟରେ ଟେଷ୍ଟ ମ୍ୟାଚ୍ ମାନଙ୍କରେ ୧୭୮ ୱିକେଟ୍ ନେଇଥିଲେ, ଓ ଦିନିକିଆ ମ୍ୟାଚରେ ୨୪୭ ୱିକେଟ୍ ନେଇଥିଲେ, ସେ ୨୦୧୬ ମସିହାରେ ମୁମ୍ବାଇରେ ସୁଶାନ୍ତଙ୍କ ସହ ହୋଇଥିବା ସାକ୍ଷାତ ବିଷୟରେ ଆଲୋଚନା କରିଛନ୍ତି । ଶୋଏବ୍ କହିଛନ୍ତି ଯେ, ସେହି ସମୟରେ ସୁଶାନ୍ତ ସିଂହ ରାଜପୁତ ଆଖି ତଳକୁ କରି ତାଙ୍କ ସମ୍ମୁଖରୁ ଚାଲିଯାଇଥିଲେ । ସୁଶାନ୍ତଙ୍କ ଠାରେ ଆତ୍ମବିଶ୍ୱାସ ନଥିଲା ବୋଲି ଜଣା ପଡୁଥିଲା ।

ଏଥିପାଇଁ କଲେ ଦୁଃଖ ପ୍ରକାଶ

google

ସେମିତିରେ ଦେଖିବାକୁ ଗଲେ, ଶୋଏବ୍ ଭିଡ଼ିଓରେ ଏଥିପାଇଁ ମଧ୍ୟ ଦୁଃଖିତ ଅଛନ୍ତି ଯେ, ସେ ସୁଶାନ୍ତଙ୍କୁ ଅଟକାଇ କଥା ହେଲେ ନାହିଁ କାହିଁକି ? ଶୋଏବ୍ କହିଛନ୍ତି ଯେ, ବୋଧହୁଏ ସେହି ସମୟରେ ସେ ନିଜର ଅନୁଭବ ଗୁଡ଼ିକୁ ତାଙ୍କୁ କହିଥାନ୍ତେ । ଯେପରି ଭାବେ ସେ ଏହି ଭିଡ଼ିଓରେ ସମସ୍ତଙ୍କ ସହ କଥାବାର୍ତ୍ତା କରୁଛନ୍ତି ଠିକ୍ ସେପରି ସୁଶାନ୍ତଙ୍କ ସହ ମଧ୍ୟ ସେହି ସମୟରେ କଥା ହୋଇପାରିଥାନ୍ତେ ।

ଭିଡ଼ିଓରେ ଶୋଏବ୍ ଅଖତର କହୁଛନ୍ତି ଯେ, ତାଙ୍କୁ ତାଙ୍କର ଏକ ବନ୍ଧୁ କହିଥିଲେ ଯେ, ସୁଶାନ୍ତ ଏମଏସ ଧୋନୀଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ଶୋଏବ କୁହନ୍ତି ଯେ, ସୁଶାନ୍ତ ଏକ ବିନମ୍ର ପୃଷ୍ଠଭୂମିରୁ ଆସିଥିଲେ । ଏକ ଉତ୍ତମ ଚଳଚ୍ଚିତ୍ର ମଧ୍ୟ ତିଆରି କରୁଥିଲେ । ସୁଶାନ୍ତ ସିଂହଙ୍କ ଦ୍ଵାରା ଉଠାଇଥିବା ଆତ୍ମହତ୍ୟା ଭଳି ସାଙ୍ଘାତିକ ପଦକ୍ଷେପ ନେବାକୁ ଶୋଏବ୍ ଆଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ, କଷ୍ଟ ସମୟରୁ ତାଙ୍କୁ ଭୟ ନକରି ତାସହିତ ଲଢ଼ିବା ସହ ତାର ସମ୍ମୁଖୀନ ହୋଇ ତାକୁ ପରାଜିତ କରିବା ଉଚିତ ହୋଇଥାନ୍ତା ।

‘ବିନା କୌଣସି ପ୍ରମାଣରେ ଅଭିଯୋଗ ଉଚିତ ନୁହେଁ’

google

ଭିଡ଼ିଓରେ ଶୋଏବ୍ ଅଖତର ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ସପକ୍ଷରେ କହିଛନ୍ତି । ସେ କହିଛନ୍ତି ଯେ, ସୋସିଆଲ ମିଡ଼ିଆରେ ଯେପରି ଭାବେ ସଲମାନ ଖାନଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପରେ ଟ୍ରୋଲ୍ କରାଯାଉଛି ତାହା ଆଦୋୖ ଉଚିତ ନୁହେଁ । ବିନା କୌଣସି ପ୍ରମାଣରେ କାହା ବିରୁଦ୍ଧରେ ଏପରି କୌଣସି ଚର୍ଚ୍ଚା କରିବା ଅନୁଚିତ ।

ଶୋଏବଙ୍କ ଏହି ଭିଡ଼ିଓକୁ ବର୍ତ୍ତମାନ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଶୋଏବ୍ ଅଖତରଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଏକ ଉଚ୍ଚସ୍ତରୀୟ ବ୍ୟାଟ୍ସମେନ ଡେଭିଡ ୱାର୍ନର ମଧ୍ୟ ସୁଶାନ୍ତଙ୍କ ଚଳଚ୍ଚିତ୍ର ‘ଏମଏସ ଧୋନୀ ଦ ଅନଟୋଲଡ଼ ଷ୍ଟୋରୀ’ର ଏକ ଫଟୋ ସେୟାର କରି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଏବଂ ଲେଖିଛନ୍ତି, ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତିପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *