କଞ୍ଚା ପିଆଜ ଖାଇବା ହୋଇପାରେ ଆପଣଙ୍କ ପାଇଁ ବିଷ ସମାନ ! ‘ଭୁଲ୍’ରେ ମଧ୍ୟ ଖାଇବେ ନାହିଁ କଞ୍ଚା ପିଆଜ…

କଞ୍ଚା ପିଆଜ ଖାଇବା ହୋଇପାରେ ଆପଣଙ୍କ ପାଇଁ ବିଷ ସମାନ ! ‘ଭୁଲ୍’ରେ ମଧ୍ୟ ଖାଇବେ ନାହିଁ କଞ୍ଚା ପିଆଜ…

ଭାରତୀୟ ରୋଷେଇ ଘରେ ପିଆଜ ହେଉଛି ସର୍ବାଧିକ ବ୍ୟବହୃତ ହେଉଥିବା ପରିବା । ପିଆଜ ବିନା ଆମର ଖାଦ୍ୟ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ପିଆଜ ଖାଦ୍ୟର ସ୍ୱାଦକୁ ବଢାଇଦେଇଥାଏ । ବହୁତ କମ୍ ଲୋକ ଥିବେ ଯେଉଁମାନେ ପିଆଜ ଖାଇବାକୁ ପସନ୍ଦ କରୁନଥିବେ । ଅନେକ ଲୋକଙ୍କର ପିଆଜ ସାଲାଡ୍ ବିନା ଖାଦ୍ୟ ହଜମ ହୁଏ ନାହିଁ । ପିଆଜରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଏବଂ ପ୍ରତିରକ୍ଷା ଯୌଗିକ ଥାଏ ଯାହା ଆମକୁ ବିଭିନ୍ନ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ପିଆଜର ଔଷଧୀୟ ଗୁଣ ଯୋଗୁଁ ଏହା ଅନେକ ପ୍ରକାରର ରୋଗ ଭଲ କରିବା ପାଇଁ ବ୍ୟବହୃତ ହୁଏ । ଆଜି ପର୍ଯ୍ୟନ୍ତ ଆପଣ କଞ୍ଚା ପିଆଜର ଉପକାରିତା ବିଷୟରେ ଶୁଣିଥିବେ କିନ୍ତୁ ଆଜିର ପୋଷ୍ଟରେ ଆମେ କଞ୍ଚା ପିଆଜର କ୍ଷତି ବିଷୟରେ କହିବାକୁ ଯାଉଛୁ । ବାସ୍ତବରେ କିଛି ବ୍ୟକ୍ତି କଞ୍ଚା ପିଆଜ ଖାଇବା ଆଦୌ ଉଚିତ୍ ନୁହେଁ । କଞ୍ଚା ପିଆଜ ଖାଇବା ଏହି ଲୋକଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ ।

କଞ୍ଚା ପିଆଜ ଖାଇବାର ଉପକାର

୧) ରକ୍ତଚାପ ସ୍ୱାଭାବିକ

କଞ୍ଚା ପିଆଜ ଉଚ୍ଚ ରକ୍ତଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ । ଏହାବନ୍ଦ ଧମନୀକୁ ଖୋଲିଥାଏ ଯାହା ଦ୍ୱାରା ହାର୍ଟ ଜନିତ ସମସ୍ୟା ହେବାର ସମ୍ଭାବନା କମିଯାଏ ।

୨) ମଧୁମେହ ପାଇଁ ଲାଭଦାୟକ

ମଧୁମେହ ପାଇଁ ମଧ୍ୟ କଞ୍ଚା ପିଆଜ ମଧ୍ୟ ଲାଭଦାୟକ ଅଟେ । ଏହା ଶରୀରରେ ଇନସୁଲିନର୍ ପରିମାଣ ବଢାଇଥାଏ । ସେଥିପାଇଁ ମଧୁମେହ ରୋଗୀଙ୍କୁ ପିଆଜ ଖାଇବାକୁ ପରାମର୍ଶ ଦିଆଯାଇଛି ।

୩) ଗୁଡ଼ କୋଲେଷ୍ଟ୍ରଲ୍ ବଢାଇବାରେ ସାହାଯ୍ୟ କରେ

କଞ୍ଚା ପିଆଜରେ ଆମିନୋ ଏସିଡ୍ ଏବଂ ମିଥାଇଲ୍ ସଲଫାଇଡ୍ ଥାଏ ଯାହା ଆମ ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରୋଲ୍ ହ୍ରାସ କରି ଗୁଡ଼ କୋଲେଷ୍ଟ୍ରୋଲ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୪) କୋଷ୍ଠକାଠିନ୍ୟକୁ ରୋକିଥାଏ

କଞ୍ଚା ପିଆଜରେ ଅଧିକ ପରିମାଣର ଫାଇବର୍ ଥାଏ ଯାହା ପେଟ ଭିତରେ ଲାଗିଥିବା ଖାଦ୍ୟ ବାହାର କରିବାରେ ଆମକୁ ସାହାଯ୍ୟ କରିଥାଏ । ଏହା ପେଟକୁ ସଫା କରିଥାଏ ତେଣୁ ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଛି ସେମାନେ ନିଶ୍ଚିତ ଭାବରେ କଞ୍ଚା ପିଆଜ ଖାଇବା ଉଚିତ ।

କେଉଁ ବ୍ୟକ୍ତିମାନେ କଞ୍ଚା ପିଆଜ ଖାଇବା ଅନୁଚିତ୍

୧) ଯକୃତ ସମସ୍ୟା ଥିବା ବ୍ୟକ୍ତି

ଯେଉଁମାନେ ଯକୃତ ସମସ୍ୟା ସହ ସଂଘର୍ଷ କରୁଛନ୍ତି ସେମାନେ କଞ୍ଚା ପିଆଜ ଖାଇବା ଅନୁଚିତ୍ । ସେମାନଙ୍କ ପାଇଁ କଞ୍ଚା ପିଆଜ ଖାଇବା ବିଷ ବୋଲି ଧରାଯାଏ । କଞ୍ଚା ପିଆଜ ଯକୃତ ସମସ୍ୟାକୁ ଆହୁରି ବଢାଇଥାଏ । ତେଣୁ ଯଦି ଆପଣଙ୍କ ଯକୃତରେ କୌଣସି ସମସ୍ୟା ରହିଛି ତେବେ ଆଜି କଞ୍ଚା ପିଆଜ ଖାଇବା ବନ୍ଦ କରିଦିଅନ୍ତୁ ।

୨) ରକ୍ତହୀନତାର ଶିକାର ହେଉଥିବା ଲୋକମାନେ

ଏହା ବ୍ୟତୀତ ଯେଉଁମାନେ ରକ୍ତହୀନତା ସହିତ ସଂଘର୍ଷ କରୁଛନ୍ତି ସେମାନେ ମଧ୍ୟ କଞ୍ଚା ପିଆଜ ଖାଇବା ଉଚିତ ନୁହେ । ରକ୍ତହୀନତା ହେତୁ ‘ଆନେମିଆ’ ନାମକ ରୋଗ ହୋଇଥାଏ । ଏହି ରୋଗ ଯୋଗୁ ଶରୀରରେ ‘ଆଇରନ୍’ର ଅଭାବ ହୋଇଥାଏ ଯେଉଁଥିପାଇଁ ଶରୀରରେ ରକ୍ତ ତିଆରି ହୁଏନାହିଁ । ତେଣୁ ଯଦି ଆପଣଙ୍କ ଶରୀରରେ ରକ୍ତ ପରିମାଣ କମ୍ ତେବେ କଞ୍ଚା ପିଆଜ ଖାଇବା ବନ୍ଦ କରନ୍ତୁ । କଞ୍ଚା ପିଆଜ ଖାଇବା ଦ୍ୱାରା ରକ୍ତ ସ୍ତର ଯଥେଷ୍ଟ କମିଯାଏ ଯାହା ଅନେକ ସମସ୍ୟା ସୃଷ୍ଟି କରିଥାଏ ।

Leave a Reply

Your email address will not be published. Required fields are marked *