ବରଦାନ ଠାରୁ କମ୍ ନୁହଁ ଜାଡ ସମୟରେ ମୂଳାର ସେବନ. .

ବରଦାନ ଠାରୁ କମ୍ ନୁହଁ ଜାଡ ସମୟରେ ମୂଳାର ସେବନ. .

ବରଦାନ ଠାରୁ କମ୍ ନୁହଁ ଜାଡ ସମୟରେ ମୂଳାର ସେବନ, କାରଣ ଜାଣିଲେ ତୁରନ୍ତ ବଜାରରୁ ମୂଳା ନେଇ ଆସିବେ ।

ମୂଳାର ପ୍ରୟୋଗ ପ୍ରାୟତଃ ଖାଇବା ସମୟରେ ସାଲାଡ଼ ରୂପରେ ବ୍ୟବହାର କରାଯାଇଥାଏ । ଏହାର ପରଟା ପ୍ରସ୍ତୁତ କରି ମଧ୍ୟ ଖାଆନ୍ତି । ଥଣ୍ଡାରେ ମଧ୍ୟ ମୂଳା ଖାଇବା କଥା । ମୂଳାରେ କ୍ୟାଲସିମ , ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଛି ।ଏହା ଖାଇବା ଦ୍ଵାରା ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ।

ଏହା ହୃଦରୋଗ ଭଳି ଭୟଙ୍କର ରୋଗକୁ ଦୂର କରିଥାଏ । ଏହାଦ୍ବାରା ଆପଣଙ୍କର ରକ୍ତପ୍ରବାହ ସଠିକ ରୂପରେ ହୋଇଥାଏ । ମୂଳା ଖାଇବାର ଅନେକ ଲାଭ ମଧ୍ୟ ରହିଅଛି, ଚାଲନ୍ତୁ ଗୋଟିଏ ଗୋଟିଏ କରି ସବୁ ଉପରେ ନଜର ପକେଇବା ।

କ୍ୟାନସର ସହ ଲଢ଼ିଥାଏ ମୂଳା

କ୍ୟାନସର ଗୋଟିଏ ଘାତକ ବିମାରି ଅଟେ । ମୂଳା ମୁହଁ, ପେଟ, ଅନ୍ତ ଏବଂ କିଡନୀ କ୍ୟାନ୍ସର ସହ ଲଢ଼ିବା ପାଇଁ ସାହାଯ୍ୟ କରେ । ଏଥିରେ ଫୋଲିକ ଏସିଡ, ଭିଟାମିନ ସି ଏବଂ ଏଁଥୋକାଇନିନ ପ୍ରଚୁର ମାତ୍ରାରେ ରହିଥାଏ ଯାହା କ୍ୟାନ୍ସରକୁ ହରାଇବାରେ ସହାୟକ ହୋଇଥାଏ ।


ବ୍ଲଡ଼ ପ୍ରେସର କଣ୍ଟ୍ରୋଲରେ ରହିଥାଏ

ମୂଳାରେ ଥିବା ପୋଟାସିୟମ ଏବଂ ଏଣ୍ଟି ହାଇପରଣ୍ଟେସିବ ତତ୍ତ୍ଵ ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ । ଏହା ଦ୍ବାରା ଉଚ୍ଚ ରକ୍ତଚାପ ରୋଗୀମାନଙ୍କୁ ଏହାର ସେବନ ଅବଶ୍ୟ କରିବା କଥା । ଏହା ଆପଣ ଖାଇବାର ଅଧଘଣ୍ଟା ପରେ ଖାଇଲେ ଆହୁରି ଅଧିକ ଲାଭ ମିଳିପାରେ ।

ଆଖିର ରଶ୍ମୀ ବୃଦ୍ଧିକରେ

ସବୁଦିନ ମୂଳା ଖାଇଲେ ଆଖିର ରଶ୍ମୀକୁ ଲାଭ ମିଳିଥାଏ । ଏଥିରେ ଥିବା ଭିଟାମିନ A ,B ଏବଂ C ଆଖି ପାଇଁ ଲାଭଦାୟକ ହୋଇଥାଏ । ଏଥିପାଇଁ ସେଓ, ଅଁଳା ଏବଂ କମଳା ସହ ମୂଳା ସେବନ ସ୍ବାସ୍ଥ୍ୟ ଏବଂ ସୁସ୍ଥ ଚକ୍ଷୁ ପାଇଁ କରାଯାଇପାରେ ।

ପ୍ରତିଦିନ ଦୁଇ ରୁ ତିନିଥର କୁଳି କରିବା ଦ୍ୱାରା ଲାଭ ହୋଇଥାଏ । ଆପଣ ଚାହିଁଲେ ମୂଳା ରସ ମଧ୍ୟ ପିଇ ପାରିବେ । ଏବଂ ମୂଳାକୁ ଭଲଭାବରେ ଚୋବେଇ ଖାଇଲେ ଦାନ୍ତ ଏବଂ ମାଢ଼ିରେ ଥିବା ରୋଗ କେବେ ମଧ୍ୟ ହୋଇନଥାଏ ।

ଥଣ୍ଡା କାଶ ଦୂର କରେ

ମୂଳାରେ ଏଣ୍ଟି- କାଞ୍ଜୋଷ୍ଟିବ ଗୁଣ ଭରପୁର ରହିଛି । ଏହାର ସେବନରେ ଥଣ୍ଡା, କାଶ,ଦୂର ହୋଇଥାଏ । ଏହି କାରଣରୁ ଜାଡ ସମୟରେ ମୂଳା ଖାଇବା ଉଚିତ । ଏହା ଖାଇଲେ ଆପଣ ନିଶ୍ଚିତ ଡାକ୍ତର ପାଖକୁ ଯିବା ଭୁଲିଯିବେ ।

ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ

ମଧୁମେହ ରୋଗୀଙ୍କ ପାଇଁ ମୂଳା ବରଦାନ ଅଟେ । ଏଥିରେ ଥିବା ଫାଇବର, ଇନସୁଲିନ କୁ କଣ୍ଟ୍ରୋଲ କରି ସୁଗର ପରିମାଣ କମ ରଖେ ।

ଓଜନ କମାଏ

ଯଦି ଆପଣ ମୋଟପଣ ପାଇଁ ଚିନ୍ତିତ ତେବେ ମୂଳା ଖାଇବା ଆରମ୍ଭ କରିଦିଅନ୍ତୁ । ମୂଳା ଖାଇବା ଦ୍ବାରା ଭୋକ ଶାନ୍ତ ହୋଇଥାଏ । କମ୍ ଭୋକ ଲାଗିଲେ ଆପଣ କମ୍ ଖାଇବେ ଏବଂ ଚର୍ବି ମଧ୍ୟ କମିବ । ମୂଳାର ସେବନ କରିବା ଦ୍ୱାରା ଥକାପଣ ଦୂର ହେବା ସହ ନିଦ ଭଲ ହୋଇଥାଏ । ମୂଳା ରସରେ ଲେମ୍ବୁ ଏବଂ ଲୁଣ ମିଶେଇ ପିଇଲେ ମୋଟାପଣ ଦୂର ହୋଇଥାଏ ।

ମାଳକଣ୍ଠରୁ ଉପଶମ ମିଳିଥାଏ

ମଳକଣ୍ଠ ରୋଗୀ ମାନଙ୍କ ପାଇଁ କଞ୍ଚା ମୂଳାର ସେବନ ଲାଭକାରୀ ହୋଇଥାଏ । ଆପଣ ଏହାକୁ କୋରି ଏବଂ ଏହାର ରସ ବାହାର କରି ଏହାର ବ୍ୟବହାର କରିପାରିବେ,ସଂକ୍ରମିତ ଜାଗାରେ ଲଗାଇବା ଫଳରେ ଜଳାପୋଡା ଶୀଘ୍ର ଶାନ୍ତ ହୋଇଯାଏ । କିନ୍ତୁ ମୂଳା ରସ ନିତ୍ୟ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ବିଷାକ୍ତ ତତ୍ୱକୁ ବାହାର କରିଦିଏ

ମୂଳା ନେଚୁରାଲ କ୍ଲିଞ୍ଜରର କାମ କରେ । ଏଥିରେ ଦିଉରେକ୍ଟିକ ଗୁଣ ରହିଥାଏ । ଏହା ଶରୀରରୁ ବିଷ ତତ୍ୱକୁ ବାହାର କରିବାରେ ସହାୟତା କରିଥାଏ । ଏହି କାରଣରୁ ଏହାକୁ ନେଚୁରାଲ କ୍ଲିଞ୍ଜର ବୋଲି ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *